ETV Bharat / entertainment

ସୁସ୍ମିତା ସେନଙ୍କ ହୃଦଘାତର କାରଣ କହିଲେ କୋ-ଷ୍ଟାର

author img

By

Published : Apr 12, 2023, 9:02 AM IST

ନିକଟରେ ସୁସ୍ମିତା ସେନ ହାର୍ଟ ଆଟାକର ଶିକାର ହୋଇଥିଲେ । ଏନେଇ କେବେ ଏବଂ କେଉଁଠାରେ ହାର୍ଟ ଆଟାକର ଶିକାର ହୋଇଥିଲେ ସୁସ୍ମିତା ସେନ ତାହା କହିଛନ୍ତି ତାଙ୍କ ସହ-ଅଭିନେତା । କଣ କହିଛନ୍ତି ସେ ଜାଣନ୍ତୁ,

ସୁସ୍ମିତା ସେନଙ୍କ ହାର୍ଟ ଆଟାକର କାରଣ କହିଲେ କୋ-ଷ୍ଟାର

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ସୁସ୍ମିତା ସେନ୍ ଗତ ମାର୍ଚ୍ଚ ମାସରେ ହାର୍ଟ ଆଟାକର ଶିକାର ହେବା ନେଇ ସୂଚନା ଦେଇଥିଲେ । ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ଖବର ଦେବା ପରେ ଦୁଃଖିତ ହୋଇଥିଲେ ଫ୍ୟାନ୍ସ । ସୁସ୍ମିତା ଏହା ମଧ୍ୟ କହିଥିଲେ ଯେ ଏଥିପାଇଁ ସେ ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ମଧ୍ୟ କରିଛନ୍ତି । ଏବଂ ସେ ସୁସ୍ଥ ଥିବା ଜଣାଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସୁସ୍ମିତା ସେନଙ୍କ ସହ-ଅଭିନେତା ସୁସ୍ମିତା ହାର୍ଟ ଆଟାକର ଶିକାର କେବେ ଓ କେଉଁଠାରେ ହୋଇଥିଲେ । ତାହାର କାରଣ କହିଛନ୍ତି ।

ତେବେ ସୁସ୍ମିତା ସେନ୍ ହୃଦଘାତରେ ପୀଡିତ ଥିବା ସମୟରେ ଡିଜନି ପ୍ଲସ୍ ହଟଷ୍ଟାର୍ ସିରିଜ୍ ଆର୍ଯ୍ୟ ସିଜନ୍-3 ର ସୁଟିଂ ବନ୍ଦ ହୋଇଯାଇଥିଲା । ଏନେଇ ସୁସ୍ମିତା ସେନଙ୍କ ସହ-ଅଭିନେତା ବିକାଶ କୁମାର ସୁସ୍ମିତାଙ୍କ ହାର୍ଟ ଆଟାକ କେବେ ଓ କେଉଁଠାରେ ହୋଇଥିଲା । ସେନେଇ କାରଣ କହିଛନ୍ତି । ସୁସ୍ମିତା ସେନ୍ ପରେ ଜାଣିବାକୁ ପାଇଥିଲେ ଯେ ସେ ହାର୍ଟ ଆଟାକର ଶିକାର ହୋଇଛନ୍ତି । ତେବେ ସହ-ଅଭିନେତା ବିକାଶ କୁମାର ଆର୍ଯ୍ୟ ଧାରାବାହିକରେ ଏସିପି ଖାନଙ୍କ ଭୂମିକାରେ ନଜର ଆସିଛନ୍ତି ।

ବିକାଶ କୁମାର ଆହୁରି ମଧ୍ୟ କହିଛନ୍ତି,'ଫିଲ୍ମର ପୁରା ଟିମ୍ ଖୁବଶୀଘ୍ର ଜୟପୁରରେ ସୁଟିଂ ଆରମ୍ଭ କରିବାକୁ ଯାଉଥିଲା । ଜୟପୁରରେ ପହଞ୍ଚିବା ପରେ ସୁସ୍ମିତା ସେନଙ୍କର ହାର୍ଟ ଆଟାକ ହୋଇଥିଲା । କିନ୍ତୁ ପରେ ସେ ଏହା ବିଷୟରେ ଜାଣିଥିଲେ । ବିକାଶ କହିଛନ୍ତି, 'ପ୍ରାରମ୍ଭରେ ସେ କ’ଣ ଘଟିଥିଲା ​​ତାହା ମଧ୍ୟ ଜାଣି ନଥିଲେ। ତାଙ୍କର ସମସ୍ତ ଟେଷ୍ଟ କରାଯାଇଥିଲା । ଏବଂ ପରେ ସେ ଏହା ବିଷୟରେ ଜାଣିବାକୁ ପାଇଥିଲେ । ସମସ୍ତ ଟେଷ୍ଟିଂ ପରେ ସୁସ୍ମିତା ସେନ୍ ତାଙ୍କ ପ୍ରଶଂସକଙ୍କୁ ନିଜ ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଆମେ କେବଳ ଗୋଟିଏ ଦିନ ପାଇଁ ସୁଟିଂ କରିଥି ଲୁ। ଏବଂ ତା’ପରେ ଆମେ ଆଉ ଆଗକୁ ସୁଟିଂ କରିପାରିଲୁ ନାହିଁ । ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି, ସେତେବେଳେ ଆମେ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଲୁ ।

ସୂଚନା ଥାଉ କି, ଚଳିତ ବର୍ଷ ମାର୍ଚ୍ଚ 2 ରେ ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ସେ ହୃଦଘାତର ଶିକାର ହୋଇଥିବା ନେଇ ଖବର ଜଣାଇଥିଲେ । ଯଦିଓ ସୁସ୍ମିତା ହୃଦଘାତର ଦୁଇ ଦିନ ପରେ ସୋସିଆଲ ମିଡିଆରେ ଏହି ଖବର ଦେଇଥିଲେ । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା । ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କ ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର କରିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ ତୁମର ହୃଦୟକୁ ସବୁବେଳେ ଶକ୍ତ ଓ ସୁସ୍ଥ ରଖ । ଏଥିସହ ସୁସ୍ମିତା ସେନ୍ ଆର୍ଯ୍ୟ ସିରିଜର ନିର୍ମାତାଙ୍କ ସହ ଅନେକ ଲୋକ ଯିଏ ତାଙ୍କୁ ସମୟ ଅନୁସାରେ ସାହାଯ୍ୟ କରିଥିଲେ, ସେମାନଙ୍କୁୁ ସେ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.