ETV Bharat / entertainment

Susmita Sen: ଝିଅ ଆଲିଶାଙ୍କ କ୍ୟୁଟ୍‌ ଭିଡିଓ ସେୟାର କଲେ ସୁସ୍ମିତା, କହିଲେ ଏପରି

author img

By

Published : Jul 7, 2023, 7:46 AM IST

ସୁସ୍ମିତା ସେନ ସାନ ଝିଅ ଆଲିଶାଙ୍କ ସହ ପ୍ୟାରିସରେ ଛୁଟି କାଟୁଛନ୍ତି । ଏହି ସମୟରେ ସେ ଏଫିଲ୍ ଟାୱାର ସମ୍ମୁଖରେ ତାଙ୍କ ସାନ ଝିଅ ଆଲିଶାଙ୍କ ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଲାଡଲି ଆଲିଶାଙ୍କ କ୍ୟୁଟ ଭିଡିଓ ସେୟାର କଲେ ସୁସ୍ମିତା, କହିଲେ ଏପରି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଛନ୍ତି । ସେ ନିଜ ପରିବାର ସହ ବିତାଇଥିବା ମୂହୁର୍ତ୍ତର ଭିଡିଓ ଏବଂ ଫଟୋ ସେୟାର କରିଥାଆନ୍ତି । ସୁସ୍ମିତାଙ୍କ ବଡ଼ ଝିଅ ରେନେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ସାନ ଝିଅ ଆଲିଶା ନିଜ ପାଠପଢା ଜାରି ରଖିଛନ୍ତି । ଆଲିଶା ବର୍ତ୍ତମାନ ବିଦେଶକୁ ପଢିବାକୁ ଯାଉଛନ୍ତି । ସୁସ୍ମିତା ଆଲିଶାଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଉଭୟ ପ୍ୟାରିସରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଆଲିଶା ଏବଂ ସୁସ୍ମିତା ପ୍ୟାରିସର ଏଫିଲ ଟାୱାର ସମ୍ମୁଖରେ ମଜା କରୁଥିବା ନଜର ଆସିଛନ୍ତି । ଭିଡିଓରେ ଆଲିଶା ହ୍ବାଇଟ୍‌ ରଙ୍ଗର ଆଉଟଫିଟ୍‌ରେ ନଜର ଆସିଥିବେ ବେଳେ ସୁସ୍ମିତା ବ୍ଲାକ୍‌ ଡ୍ରେସ୍‌ ସହ ହ୍ବାଇଟ୍‌ ବ୍ଲେଜରରେ ନଜର ଆସିଛନ୍ତି । ଉଭୟ ଡ୍ୟାନ୍ସ କରୁଥିବା ବି ଦେଖିବାକୁ ମିଳିଛି । ତେବେ ମା-ଝିଅଙ୍କ ଏହି ସ୍ପେଶାଲ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ସୁସ୍ମିତା ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, "ବିଦେଶରେ ପଢିବା ପୂର୍ବରୁ ମୋର ଶୋନାର ପ୍ୟାରିସ ଗସ୍ତ । ସମୟ କେତେ ଶୀଘ୍ର ଚାଲିଯାଉଛି । ମୁଁ ଆମର ଡ୍ୟାନ୍ସକୁ ସର୍ବଦା ମନେ ରଖିବି । ମୁଁ ତୁମକୁ ବହୁତ ଭଲ ପାଏ ।"

ଏହା ମଧ୍ୟ ପଢନ୍ତୁ: କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା, ଆସିଲା Taaliର ଫାଷ୍ଟ ଲୁକ୍‌

ସୁସ୍ମିତା ପୋଷ୍ଟ ସେୟାର କରିବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଆଲିଶାଙ୍କୁ ଦେଖି ଜଣେ ଲେଖିଛନ୍ତି ସେ କେତେ ବଡ ହୋଇ ଗଲେଣି । ଅନ୍ୟ ଜଣେ ଲେଖିଛନ୍ତି, ଆପଣ ଏବଂ ଆପଣଙ୍କ ଝିଅମାନେ ଜଣେ ଜଣେ ପ୍ରେରଣାର ଉତ୍ସ । ଆଉ ଜଣେ ଲେଖିଛନ୍ତି, ସେ କେତେ ବଡ ହୋଇଗଲେ । ଆପଣଙ୍କ ଭଳି ମା' ପାଇ ସେମାନେ ବହୁତ ଭାଗ୍ୟବାନ । ଏଥିସହ ସୁସ୍ମିତାଙ୍କ ଭାଇଙ୍କ ପୂର୍ବତନ ପତ୍ନୀ ଚାରୁ ଆସୋପା ମଧ୍ୟ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି । ଚାରୁ ଏହି ଭିଡିଓରେ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।

ସୁସ୍ମିତାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସୁସ୍ମିତା ସେନ୍ ଖୁବ୍ ଶୀଘ୍ର ୱେବ୍‌ସିରିଜ୍ 'ଆର୍ଯ୍ୟ'ର ସିଜନ୍-3ରେ ନଜର ଆସିବେ । ନିକଟରେ ସେ ଏହି ସିରିଜ ପାଇଁ ସୁଟିଂ ଶେଷ କରିଛନ୍ତି । ଯାହା OTT ପ୍ଲାଟଫର୍ମ ଡିଜନୀ ପ୍ଲସ୍‌ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଏହା ବ୍ୟତୀତ ତାଙ୍କୁ 'ତାଲି'ରେ ବି ଦେଖିବାକୁ ମିଳିବ। ଏହି ଫିଲ୍ମ ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଅଟେ । ଏହି ସିରିଜରେ ସୁସ୍ମିତା ସେନ୍ ସମାଜସେବୀ କିନ୍ନର ଗୌରୀ ସାୱନ୍ତଙ୍କ ଚରିତ୍ରରେ ନଜର ଆସିବେ । ସେ 2013ର ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ମାମଲାରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ତୃତୀୟ ଲିଙ୍ଗ ଭାବରେ ସ୍ୱୀକୃତି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.