ମୁମ୍ବାଇ: ଲଲିତ ମୋଦି ଏବଂ ସୁସ୍ମିତା ସେନ୍ ସେମାନଙ୍କ ସମ୍ପର୍କକୁ ନେଇ ଲଗାତାର ଚର୍ଚ୍ଚାରେ ଅଛନ୍ତି । ଜୁଲାଇ 14ରେ ଲଲିତ ମୋଦି ସୁସ୍ମିତାଙ୍କ ସହ ଛୁଟିଦିନର ଅନେକ ଫଟୋ ପୋଷ୍ଟ କରି କହିଥିଲେ ଯେ, ସେମାନେ ପରସ୍ପରକୁ ଡେଟ କରୁଛନ୍ତି । ପରେ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଏବଂ ଉଭୟଙ୍କୁ ନେଇ ଚର୍ଚ୍ଚା ବି ଆରମ୍ଭ ହେଲା । ତଥାପି, ଏପର୍ଯ୍ୟନ୍ତ ୟୁଜର୍ସଙ୍କ ପାଇଁ ଏହି ଖବର ହଜମ କରିବା କଷ୍ଟକର ହୋଇପଡୁଛି ।
- " class="align-text-top noRightClick twitterSection" data="
">
ସୁସ୍ମିତା ସେୟାର କଲେ ପୋଷ୍ଟ
ସୁସ୍ମିତା ସେନ୍ ଏବଂ ଲଲିତ ମୋଦି ଇଟାଲୀର ଏକ ସୁନ୍ଦର ଦ୍ୱୀପରେ ଏକାଠି ଛୁଟିରେ ଯାଇଥିଲେ । ଏହା ପରେ ଲଲିତ ଲଣ୍ଡନ ଯାଇ ସୁସ୍ମିତା ସେନଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ଲଲିତ ପୋଷ୍ଟ ସେୟାର କରିବାର 20 ଘଣ୍ଟା ପରେ ଏବେ ସୁସ୍ମିତା ସେନ୍ ମୁହଁ ଖୋଲିଛନ୍ତି । ଲଲିତ ମୋଦିଙ୍କ ସହ ସମ୍ପର୍କ ସାମ୍ନାକୁ ଆସିବା ପରେ ସୁସ୍ମିତା ସେନ୍ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ରେନେ ଏବଂ ଆଲିଶାଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି । ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ ମୋର ଖୁସି ସ୍ଥାନରେ ଅଛି । ମୋର ବାହାଘର ହୋଇନାହିଁ... କୌଣସି ମୁଦି ନାହିଁ... ଏହା କେବଳ ଅପାର ପ୍ରେମ...।
ଭାଇରାଲ ହେଲା ଲଲିତଙ୍କ ସହ ଫଟୋ
ସୁସ୍ମିତା ଏବଂ ଲଲିତଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏବଂ ସେମାନଙ୍କ ଟ୍ୱିଟ୍ ପଢିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ, କିଛି ଜଣ ଭାବିଲେ କି ସେମାନେ ବିବାହ କରିସାରିଛନ୍ତି । ସୁସ୍ମିତାଙ୍କ ହାତରେ ଏକ ଏକ ଡାଇମଣ୍ଡ ମୁଦି ମଧ୍ୟ ଦେଖିବାକୁ ମିଳିଥିଲା । ଏହା ଦେଖି ଲୋକମାନେ ଅନୁମାନ କରିଥିଲେ ଯେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ଲଲିତ ଏକ ଟ୍ବିଟ୍ରେ ସ୍ପଷ୍ଟ ଭାବେ ଲେଖିଛନ୍ତି କି, 'ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ । ଏ ଯାଏଁ ବିବାହ କରିନୁ । ମାତ୍ର ଜଲଦି ବିବାହ କରିପାରୁ।'
ମୋଦିଙ୍କ ପୁଅ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି
ଏହି ଖବର ଉପରେ ସୁସ୍ମିତା ସେନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ନୀରବ ରହିଛନ୍ତି । ତାଙ୍କ ଭାଇ ରାଜୀବ ସେନ୍ କହିଥିଲେ ଯେ, ଏହି ଖବର ଜାଣିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥିସହିତ ତାଙ୍କ ପୂର୍ବତନ ପ୍ରେମିକ ରୋହମାନ ଶଲ କହିଛନ୍ତି ଯେ, ସୁସ୍ମିତା ଏବଂ ଲଲିତଙ୍କୁ ଏକଲା ଛାଡି ଦିଆଯାଉ ଏବଂ ସେମାନଙ୍କ ଖୁସିରେ ଖୁସି ହୋଇଯାଆନ୍ତୁ । ଅନ୍ୟପକ୍ଷରେ ଲଲିତ ମୋଦିଙ୍କ ପୁଅ ରୁଚିର ମୋଦିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ରୁଚିର କହିଛନ୍ତି ଯେ, 'ସେ ପରିବାରର ବ୍ୟକ୍ତିଗତ ମାମଲାରେ କହିବାକୁ ପ୍ରସ୍ତୁତ ନୁହଁନ୍ତି । ଯଦି ଏହା ବ୍ୟବସାୟ କିମ୍ବା ଅନ୍ୟ କୌଣସି ବିଷୟରେ, ତେବେ ଏହା ବିଷୟରେ ଆଲୋଚନା କରାଯାଇପାରେ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ