ETV Bharat / entertainment

ସନ୍ନି ଦେଓଲଙ୍କ ମା' ପ୍ରକାଶ କୌରଙ୍କ ଜନ୍ମଦିନ, ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ଅଭିନେତା

author img

By ETV Bharat Odisha Team

Published : Sep 1, 2023, 2:08 PM IST

ସନ୍ନି ଦେଓଲଙ୍କ ମା' ପ୍ରକାଶ କୌରଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଅଭିନେତା ଖାସ୍ ଅନ୍ଦାଜରେ ମା'ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ସନ୍ନି ମା' ପୁଅର ସୁନ୍ଦର ଫଟୋ ସେୟାର ବର୍ଥ ଡେ ୱିସ କରିଛନ୍ତି । ଅଧିକ ପଢନ୍ତୁ

ସନ୍ନି ଦେଓଲଙ୍କ ମା' ପ୍ରକାଶ କୌରଙ୍କ ଜନ୍ମଦିନ, ମା' ପୁଅର ସୁନ୍ଦର ଫଟୋ ସେୟାର କରି ବର୍ଥ ଡେ ୱିସ କଲେ ଅଭିନେତା

ହାଇଦ୍ରାବାଦ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ତଥା ଅଭିନେତା ସନ୍ନି ଦେଏଲଙ୍କ ମା' ପ୍ରକାଶ କୌର ସର୍ବଦା ଲାଇମଲାଇଟରୁ ଦୂରେଇ ରହିଛନ୍ତି । ସେ ଏକ ଷ୍ଟାରଙ୍କ ପତ୍ନୀ ତଥା ମା' ହୋଇ ମଧ୍ୟ ସେ ସବୁବେଳେ ସାଧାରଣ ଜୀବନ ବିତାଇବାକୁ ଭଲପାଆନ୍ତି । ତେବେ ସେପ୍ଟେମ୍ବର 1 ଅର୍ଥାତ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ମା'ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ସନ୍ନି ଦେଓଲ ।

ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ତାଙ୍କ ମା' ପ୍ରକାଶ କୌରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟରରେ ସେ ତାଙ୍କ ମା'ଙ୍କୁ ହଗ୍ କରି ମା'ଙ୍କ ମଥାକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, ''ମାମା ହାପି ବର୍ଥ ଡେ। ଲଭ ୟୁ।'' ଏହି ଫଟୋ ଦେଖି ମା' ପୁଅଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କ ଏବଂ ଭଲପାଇବା ନଜର ଆସିଛି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଅଭିନେତାଙ୍କ ମା'ଙ୍କୁ ଶୁଭକାମନା ଜଣାଇଛନ୍ତି । ମା'ପୁଅଙ୍କ ଭଲପାଇବା ଦେଖି ପ୍ରଶଂସା କରିଛନ୍ତି।

ସୂଚନା ଥାଉ କି, ବଲିଉଡର ହିରୋ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ଅଳ୍ପ ବୟସରେ ବିବାହ କରିଥିଲେ । ଉଭୟଙ୍କର ବୟସ ପ୍ରାୟ 19 ବର୍ଷ ଥିଲା । 1954ରେ ଏହି ଦମ୍ପତି ଏକ ବିବାହ ବନ୍ଧନ ବାନ୍ଧି ହୋଇଥିଲେ । ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କର 4 ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରେ ଦୁଇ ପୁଅ ସନ୍ନି ଦେଓଲ ଏବଂ ବବି ଦେଓଲ ଏବଂ ଦୁଇ ଝିଅ ବିଜେତା ଏବଂ ଅଜିତା । ପରେ 1980 ମସିହାରେ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବିବାହ କରିଥିଲେ । ଘରର ଜ୍ୟେଷ୍ଠ ପୁତ୍ର ସନ୍ନି ଦେଓଲ ତାଙ୍କ ମା' ପ୍ରକାଶଙ୍କର ସାହାରା ହୋଇଥିଲେ । କୁହାଯାଏ ଯେ ସନ୍ନି ନିଜ ମାଆଙ୍କ ସହ ଅଧିକ ସମୟ ବିତାଇଥାନ୍ତି।

ଏହା ମଧ୍ୟ ପଢନ୍ତୁ: 'ଗଦର 2' ଏବଂ 'ଓଏମଜି 2' ମିଳିତ କଲେକ୍ସନ 600 କୋଟି ପାର୍, 21 ଦିନରେ ଉଭୟ ଫିଲ୍ମର ଏତିକି ଆୟ

ସନ୍ନିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଗଦର 2 ସହ ସନ୍ନି ବଡ ପରଦାରେ ନଜର ଆସିଛନ୍ତି । ଅଗଷ୍ଟ 11ରେ ରିଲିଜ କରିଥିବା 'ଗଦର 2' ବକ୍ସ ଅଫିସରେ ଧମାକା କରିବାର ତିନି ସପ୍ତାହ ବିତିଗଲାଣି । ତିନି ସପ୍ତାହର ଚଳଚ୍ଚିତ୍ରର ସଂଗ୍ରହ ପ୍ରାୟ 500 କୋଟି ପାଖାପାଖି ହୋଇଛି । ବର୍ତ୍ତମାନ କୁହାଯାଉଛି ଯେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ରିଲିଜ ହେବା ପୂର୍ବରୁ ଗଦର 2 ସହଜରେ 500 କୋଟି ଟଙ୍କା ଅତିକ୍ରମ କରିବ। ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ 7 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.