ETV Bharat / entertainment

Karan Deol Wedding: ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଓ ଦିଶା

author img

By

Published : Jun 18, 2023, 7:42 PM IST

ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଏବଂ ଦିଶା ଆଚାର୍ଯ୍ୟଙ୍କ ପଡିଲା ହାତଗଣ୍ଠି । କରନଙ୍କ ବିବାହ ଶୋଭାଯାତ୍ରା ଏବଂ ବିବାହର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସମଗ୍ର ଦେଓଲ ପରିବାର ଉପଭୋଗ କରୁଥିବା ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଦେଓଲ ଏବଂ ଦିଶା ଆଚାର୍ଯ୍ୟ

ମୁମ୍ବାଇ: ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆଜି ଉଭୟ ପରସ୍ପରକୁ ସାତ ଜନ୍ମର ସାଥି କରିଛନ୍ତି । ପ୍ରି-ୱେଡିଂ ପରେ ବର୍ତ୍ତମାନ ବିବାହର ସମସ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଆଜି ଉଭୟଙ୍କ ଗ୍ରାଣ୍ଡ ରିସେପ୍ସନ ହେବ । ଯେଉଁଥିରେ ଅନେକ ସେଲିବ୍ରିଟି ସାମିଲ ହେବେ ବୋଲି ଜଣାପଡିଛି ।

ସଂଗୀତ, ମେହେନ୍ଦୀ ଏବଂ ହଲଦି ସମାରୋହ 15ରୁ 17 ଜୁନ୍ ମଧ୍ୟରେ ଆୟୋଜିତ ହୋଇଥିଲା । ଆଜି ଉଭୟଙ୍କ ବିବାହ ହୋଇଥିବା ବେଳେ କରନ ଏହି ସମୟରେ ହ୍ବାଇଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିବା ବେଳେ ଦିଶା ଲାଲ ଲେହେଙ୍ଗାରେ ନଜର ଆସିଛନ୍ତି । ତେବେ କରନଙ୍କ ବାରାତରେ ବାପା ସନ୍ନି ଦେଓଲ, ଦାଦା ବବି ଏବଂ ଅଭୟ ଦେଓଲ ଏବଂ ଜେଜେ ବାପା ଧର୍ମେନ୍ଦ୍ର ନାଚୁଥିବା ଦେଖିବାକୁ ମିଳିଛି । ଏହି ସମାରୋହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ।ଯାହାକୁ ଫ୍ୟାନ୍ସ ପସନ୍ଦ କରୁଛନ୍ତି ।

16 ଜୁନ୍‌ରେ ଏହି ନବ ଦମ୍ପତିଙ୍କ ପାଇଁ ଆୟୋଜିତ ସଂଗୀତ ସମାରୋହରେ ସମଗ୍ର ଦେଓଲ ପରିବାର ଦମଦାର ଡ୍ୟାନ୍ସ ପଫର୍ମାନ୍ସ ଦେଇଥିଲେ । କରଣଙ୍କ ବାପା ସନ୍ନି ଦେଓଲ ତାଙ୍କ ହିଟ୍ ଗୀତ ମେନ୍ ନିକ୍ଲା ଗାଡି ଲେକେରେ ଏକ ଦମଦାର ଡ୍ୟାନ୍ସ କରିଥିଲେ । ଦାଦା ବବି ଦେଓଲ୍ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ଏକ ରୋମାଣ୍ଟିକ୍ ଗୀତରେ ଡ୍ୟାନ୍ସ କରି ବିବାହ ସନ୍ଧ୍ୟାକୁ ଅଧିକ ରଙ୍ଗୀନ କରିଥିଲେ ।

ଅନ୍ୟପକ୍ଷରେ କରଣଙ୍କ ଜେଜେବାପା ଧର୍ମେନ୍ଦ୍ର ମଧ୍ୟ ତାଙ୍କ ନାତିଙ୍କ ସଂଗୀତ ସମାରୋହରେ ବହୁତ ଉପଭୋଗ କରିଥିଲେ । ଏହି ସବୁ ଭିଡିଓ ଏବେ ଭାଇରାଲ ହେଉଛି । ଦେଓଲ ପରିବାର ଆଜି ସନ୍ଧ୍ୟାରେ ଇଣ୍ଡଷ୍ଟ୍ରିରୁ ସେମାନଙ୍କ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ୍ ଆୟୋଜନ କରିଛନ୍ତି । ଆଜି ରାତିରେ ରିସେପ୍ସନରେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଯୋଗଦେବେ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, କରନ 2019 ଚଳଚ୍ଚିତ୍ର 'ପଲ ପଲ ଦିଲ କେ ପାସ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ତାଙ୍କୁ 'ବେଲେ'ରେ ଦେଖିବାକୁ ମିଳିଥିଲା ଏବଂ ପରବର୍ତ୍ତୀ ଫିଲ୍ମ 'ଅପନେ-୨'ରେ ତାଙ୍କୁ ଦେଖିବାକୁ ମିଳିବ । ସେପଟେ ସନ୍ନି ଦେଓଲ ଗଦର-2 ସହ ପୁଣି ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ସନ୍ନିଙ୍କ ବିପକ୍ଷରେ ନଜର ଆସିବେ । 22ବର୍ଷ ପରେ ସନ୍ନି ଏବଂ ଅମୀଷାଙ୍କ ଯୋଡ଼ି ଗଦରର ସିକ୍ବେଲ ସହ ପୁଣି ସ୍କ୍ରିନ୍‌ ସେୟାର କରିବେ । ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.