ETV Bharat / entertainment

ଚିକିତ୍ସା ପାଇଁ ଆମେରିକା ଯାଇନାହାନ୍ତି ଧର୍ମେନ୍ଦ୍ର, ଖୁଲାସା କଲେ ସନ୍ନି ଦେଓଲ

author img

By ETV Bharat Odisha Team

Published : Sep 12, 2023, 10:25 PM IST

ଧର୍ମେନ୍ଦ୍ରଙ୍କୁ ଚିକିତ୍ସାକୁ ନେଇ ଚର୍ଚ୍ଚାରେ ହୋଇଥିବା ଖବରକୁ ଅସ୍ୱୀକାର କରିଛନ୍ତି ସନ୍ନି ଦେଓଲ ଏବଂ ହେମା ମାଲିନି। ତେବେ ଧର୍ମେନ୍ଦ୍ରଙ୍କ ଆମେରିକା ଗସ୍ତ ପଛର କାରଣ କ'ଣ ଜାଣନ୍ତୁ....

ଚିକିତ୍ସା ପାଇଁ ଆମେରିକା ଯାଇନାହାନ୍ତି ଧର୍ମେନ୍ଦ୍ର, ଖୁଲାସା କଲେ ସନ୍ନି ଦେଓଲ
ଚିକିତ୍ସା ପାଇଁ ଆମେରିକା ଯାଇନାହାନ୍ତି ଧର୍ମେନ୍ଦ୍ର, ଖୁଲାସା କଲେ ସନ୍ନି ଦେଓଲ

ହାଇଦ୍ରାବାଦ: ଧର୍ମେନ୍ଦ୍ର ଏବଂ ସନ୍ନି ଦେଓଲ ବର୍ତ୍ତମାନ ଆମେରିକାରେ ଅଛନ୍ତି। ବାପାଙ୍କ ଚିକିତ୍ସା ପାଇଁ ସନ୍ନି ଦେଓଲ ତାଙ୍କୁ ଆମେରିକା ନେଇଥିବା ନେଇ ଖବର ଆସିଥିଲା। ବର୍ତ୍ତମାନ ଏହି ଖବରକୁ ଅସ୍ୱୀକାର କରିଛନ୍ତି ସନ୍ନି ଦେଓଲ ଏବଂ ହେମା ମାଲିନି। ଉଭୟ ନେଇ ଖୁଲାସା କରିବା ନେଇ ଘଟଣାର ପ୍ରକୃତ କାରଣ ଜଣାଇଛନ୍ତି।

ସୋମବାର ଦିନ ସନ୍ନି ତାଙ୍କ ବାପା ଜଣାଶୁଣା ଅଭିନେତା ଧର୍ମେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଆମେରିକା ନେଇଥିବାର ଖବର ଆସିଥିଲା। ଏବଂ ଅଭିନେତା ଏଥିପାଇଁ କାମରୁ ବ୍ରେକ ନେଇଥିବା ଜଣାପଡିଥିଲା। ଏଥିରେ କୁହାଯାଇଥିଲା ଯେ ଭେଟେରାନ୍ ଅଭିନେତା ବର୍ତ୍ତମାନ 87 ବର୍ଷ ବୟସର ଅଟନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ତେଣୁ ସନ୍ନି ତାଙ୍କ ବାପାଙ୍କୁ ଆମେରିକାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ ସେଠାରେ ସେ 15 ରୁ 20 ଦିନ ରହିବେ। ବର୍ତ୍ତମାନ ସନ୍ନି ଦେଓଲ ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛନ୍ତି।

ତେବେ ମଙ୍ଗଳବାର (ସେପ୍ଟେମ୍ବର 12) ଦିନ ସନ୍ନି ଦେଓଲଙ୍କ ଟିମ୍ ସ୍ପଷ୍ଟ କରି କହିଛନ୍ତି ଯେ ସେ ଏବଂ ଧର୍ମେନ୍ଦ୍ର ଚିକିତ୍ସା ପାଇଁ ନୁହେଁ ବରଂ ଛୁଟି ଟାଚିବାକୁ ସେଠାକୁ ଯାଇଛନ୍ତି। ଟିମ୍ ଅନୁଯାୟୀ ସେପ୍ଟେମ୍ବର 16 ରେ ସେମାନେ ଭାରତ ଫେରିବେ। ଏହି ସମୟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଲିନି ମଧ୍ୟ କହିଛନ୍ତି, "ଧର୍ମେନ୍ଦ୍ର ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏଥିରେ କିଛି ଚିନ୍ତା କରିବାର ନାହିଁ ।"

ସେପଟେ ଏହି ଗୁଜବ ଖବର ମଧ୍ୟରେ ସନ୍ନି ଦେଓଲଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତା ତାଙ୍କ ସମ୍ପର୍କୀୟଙ୍କ ଜନ୍ମଦିନକୁ ଉପଭୋଗ କରୁଥିବା କାଲିଫର୍ଣ୍ଣିଆର ଏକ ଫଟୋ ପୋଷ୍ଟ କରିଛନ୍ତି। ସୂଚନା ଥାଉ କି, ଧର୍ମେନ୍ଦ୍ର ଏବଂ ସନ୍ନି ମୁଖ୍ୟତଃ ଆମେରିକାରେ ଯାଇ ଧର୍ମେନ୍ଦ୍ରଙ୍କ ଝିଅ ସନ୍ନିଙ୍କ ଭଉଣୀ ସେଠାରେ ରହୁଛନ୍ତି। ସେପଟେ ସନ୍ନିଙ୍କ ପୁରା ପରିବାର ବର୍ତ୍ତମାନ ଗଦର 2ର ସଫଳତାକୁ ଉପଭୋଗ କରୁଛନ୍ତି। ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଧର୍ମେନ୍ଦ୍ରଙ୍କୁ ରକି ଔର ରାନୀ କି ପ୍ରେମ କାହାନୀରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସର୍ବଭାରତୀୟ ସ୍ତରରେ 346 କୋଟି ଟଙ୍କା ଆୟ କରିଥିବାବେଳେ ସନ୍ନି ଅଗଷ୍ଟ 11 ରେ ମୁକ୍ତିଲାଭ କରିଥିବା ଗଦର 2 ସହ ଏକାଧିକ ରେକର୍ଡ ଭାଙ୍ଗିଛି। ଏବଂ ସାରା ବିଶ୍ୱରେ 672 କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରେ ଏହି 4 ଟପ୍‌ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.