ETV Bharat / entertainment

ରାମାୟଣରେ ସୀତା ହେବେ ଆଲିଆ ଭଟ୍ଟ, ଏମିତି ପ୍ରତିକ୍ରିୟା ରଖିଲେ ସୁନୀଲ ଲହରୀ

author img

By

Published : Jun 30, 2023, 5:07 PM IST

ନୀତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଫିଲ୍ମକୁ ନେଇ ପ୍ରତିକିୟା ଦେଇଛନ୍ତି ସୁନୀଲ ଲହରୀ । ଅଧିକ ପଢନ୍ତୁ

ରାମାୟଣରେ ଆଲିଆ ଭଟ୍ଟଙ୍କ ସୀତା ଅଭିନୟ ଉପରେ ଏମିତି କହିଲେ ସୁନୀଲ ଲହରୀ

ହାଇଦ୍ରାବାଦ: ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ ଆଜିକାଲି ନିଜ ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ଆଦିପପୁରୁଷ ଉପରେ ନିଜ ପ୍ରତିକ୍ରିୟା ଦେଇ ଶିରେନାମାରେ ରହିଥିବା ବେଳେ ଏବେ ପୁଣି ନୀତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ରାମାୟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରାମାୟଣରେ ନଜର ଆସିବାକୁ ଥିବା ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭୂମିକାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ସାକ୍ଷାତକାରରେ ଯେତେବେଳେ ସୁନୀଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବର୍ତ୍ତମାନ ନୀତେଶ ତିୱାରୀ ରାମାୟଣ ଉପରେ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛି । ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏହି ଫିଲ୍ମରେ ନଜର ଆସିବେ, ଆପଣ ଏହି କାଷ୍ଟିଂକୁ ନେଇ ସନ୍ତୁଷ୍ଟ କି ? ଏହାର ଉତ୍ତରରେ ସୁନୀଲ ଲହରୀ କହିଛନ୍ତି, 'ଉଭୟ ବହୁତ ଭଲ ଅଭିନେତା ଓ ଅଭିନେତ୍ରୀ, ଏବଂ ମୁଁ ଭାବୁଛି ଉଭୟ ଏହି ଚରିତ୍ରକୁ ନ୍ୟାୟ ପ୍ରଦାନ କରିବେ ।' ରାମବୀରଙ୍କ ଭୂମିକା ପାଇଁ ରଣବୀର ବହୁତ ଭଲ ପସନ୍ଦ ଏବଂ ଏହି ଚରିତ୍ରରେ ସେ ଭଲ ଅଭିନୟ କରିପାରନ୍ତି।

ଏହା ମଧ୍ୟ ପଢନ୍ତୁ: 'ରାମାୟଣ'ରେ ରାବଣ ଚରିତ୍ର କରିବାକୁ ଅମଙ୍ଗ ହେଲେ KGF ଷ୍ଟାର୍‌

ସେ ଆହୁରି କହିଛନ୍ତି, 'ଆଲିଆ ମଧ୍ୟ ବହୁତ ପ୍ରତିଭାଶାଳୀ ଅଭିନେତ୍ରୀ, କିନ୍ତୁ ମୁଁ ଅନୁଭବ କରୁଛି ଯେ ଯଦି ଆଲିଆ 5 ବର୍ଷ ପୂର୍ବେ ସୀତା ଭୂମିକାରେ ଅଭିନୟ କରିଥାଆନ୍ତେ, ତେବେ ସେ ଏହି ଚରିତ୍ରକୁ ଅଧିକ ନ୍ୟାୟ ଦେଇ ପାରିଥାଆନ୍ତେ । ଏହା ମୋର ବ୍ୟକ୍ତିଗତ ମତ । ମୁଁ ଭାବୁଛି ଆଲିଆ ବହୁତ ପରିବର୍ତ୍ତନ ହୋଇଛନ୍ତି । ମୁଁ ଜାଣେ ନାହିଁ ଯେ ସେ ବର୍ତ୍ତମାନ ସୀତା ଭୂମିକାରେ କେତେ ପ୍ରଭାବଶାଳୀ ହୋଇ ପାରିବେ ।'

ସେପଟେ ଜୁଲାଇ 3ରେ ପୁଣି ଥରେ ଟିଭିରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ । ଏଥିସହିତ ରାମାୟଣର ନୂଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏଭଳି ପରିସ୍ଥିତିରେ ଯେତେବେଳେ ତାଙ୍କୁ ରାମାୟଣରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଲୋକଙ୍କୁ ସେ କେଉଁ ପରାମର୍ଶ ଦେବେ ବୋଲି ପଚରାଯାଇଥିବା ବେଳେ ଏହାର ଉତ୍ତରରେ ସୁନୀଲ କହିଥିଲେ ଯେ, ରାମାୟଣର ଆଧାର ପରିବର୍ତ୍ତନ କରାଯିବା ଉଚିତ ନୁହେଁ । ରାମାୟଣ ଭଲ ଏବଂ ସମ୍ମାନରେ ପରିପୂର୍ଣ୍ଣ ହେବା ଉଚିତ୍ । ଏକ ନୂତନ ସଂସ୍କରଣ ପ୍ରସ୍ତୁତ କରୁଥିବା ବେଳେ ରାମାୟଣକୁ ନେଇ ପରୀକ୍ଷା କରାଯିବା ଉଚିତ ନୁହେଁ । ଭାଷା, ଚରିତ୍ର ଏବଂ ଦୃଶ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି କହିଛନ୍ତ ସୁନୀଲ ଲହରୀ ।

ସୂଚନା ଥାଉ କି, ନୀତେଶ ତିୱାରୀଙ୍କ ବଡ଼ ପ୍ରୋଜେକ୍ଟ 'ରାମାୟଣ'ରେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଏବଂ ସୀତାଙ୍କ ଭୂମିକାରେ ଆଲିଆ ଭଟ୍ଟ ନଜର ଆସିବେ ବୋଲି ଖବର ସାମ୍ନାକୁ ଆସିଛି । ଏଥିସହ କେଜିଏଫ ତାରକା ୟଶଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର ଦିଆଯାଇଥିଲା । ହେଲେ ୟଶ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ନିର୍ମାତାମାନେ ଏପର୍ଯ୍ୟନ୍ତ ରାମାୟଣର ସମ୍ପୂର୍ଣ୍ଣ କାଷ୍ଟକୁ ସୁନିଶ୍ଚିତ କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.