ETV Bharat / entertainment

The Kerala Story: ବକ୍ସ ଅଫିସରେ କମାଲ କରୁଛି ଫିଲ୍ମ, ଖୁବଶୀଘ୍ର 100 କୋଟି କ୍ଲବରେ ହେବ ସାମିଲ - The Kerala Story

ଦର୍ଶକଙ୍କ ମନ ଜିତୁଛି ସୁଦୀପ୍ତୋ ସେନଙ୍କ ବିବାଦୀୟ ଫିଲ୍ମ 'ଦ କେରଳ ଷ୍ଟୋରୀ'। ରିଲିଜ୍ ହେବାର ସପ୍ତାହ ମଧ୍ୟରେ ଏହି ଫିଲ୍ମ ଦୁଇ ଅଙ୍କ ବିଶିଷ୍ଟ ଅଙ୍କ ଛୁଇଁଛି । ଖୁବଶୀଘ୍ର 100 କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ,

'ଦ କେରଳ ଷ୍ଟୋରୀ' ଖୁବଶୀଘ୍ର 100 କୋଟି କ୍ଲବରେ ହେବ ସାମିଲ!

author img

By

Published : May 12, 2023, 1:55 PM IST

ହାଇଦ୍ରାବାଦ: ଭାରତର 2000ରୁ ଅଧିକ ସିନେମାହଲରେ ରିଲିଜ କରିଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି । ଏହି ଫିଲ୍ମ ଗୋଟିଏ ସପ୍ତାହରେ 80 କୋଟିରୁ ଅଧିକ ବ୍ୟବସାୟ କରି ସଫଳତା ହାସଲ କରିଛି । ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ 8 କୋଟି ଟଙ୍କା ସହ ଓପନିଂ କରିଥିବା ବେଳ ବର୍ତ୍ତମାନ ଫିଲ୍ମର ଆୟ ମାତ୍ର 7 ଦିନ ମଧ୍ୟରେ ବୃଦ୍ଧି ପାଇଛି । ତେବେ ଆଗାମୀ ଦିନରେ ଫିଲ୍ମଟି 100 କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

'ଦ କେରଳ ଷ୍ଟେରୀ'ର ରୋଜଗାର ଦିନକୁ ଦିନ ବୃଦ୍ଧି ପାଉଛି । ବର୍ତ୍ତମାନ ସପ୍ତମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ କୁହାଯାଉଛି ଯେ ଏହି ଫିଲ୍ମ ସପ୍ତମ ଦିନରେ ବକ୍ସ ଅଫିସରେ 12.50 କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମ 8 କୋଟି ଟଙ୍କାରେ ଓପନିଂ କରିଥିଲା ଯାହା ବର୍ତ୍ତମାନ 100 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 80.86 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ମେ 11ରେ 31.45 ପ୍ରତିଶତ ଦର୍ଶକ ସିନେମାହଲରେ ଏହି ଫିଲ୍ମ ଦେଖିଥିଲେ ।

ସୂଚନା ଅନୁସାରେ, 'ଦ କେରଳ ଷ୍ଟୋରୀ'ର ସଫଳତାକୁ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ସହ ତୁଳନା କରାଯାଉଛି । ଉଭୟ ଚଳଚ୍ଚିତ୍ର ନିଜ ବିଷୟବସ୍ତୁକୁ ନେଇ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ । 2022 ମାର୍ଚ୍ଚ 11ରେ ଦ କାଶ୍ମୀର ଫାଇଲ୍ସ ରିଲିଜ ହୋଇଥିଲା । ଏହା ବକ୍ସ ଅଫିସରେ 3.55 କୋଟି ଟଙ୍କା ଓପନିଂ କରିଥିବା ବେଳେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା 97.30 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଘରୋଇ ଭାବରେ 252.90 କୋଟି ଟଙ୍କା ରେକର୍ଡ ସୃଷ୍ଟି କରିଥିଲା । ତେବେ ସିନେ ସମୀକ୍ଷକଙ୍କ ଅନୁଯାୟୀ, ଦ କେରଳ ଷ୍ଟୋରୀ ଦମଦାର ପ୍ରଦର୍ଶନ ସହ ଆୟ କରିଛି ସତ ହେଲେ ପ୍ରଥମ ସପ୍ତାହ ସଂଗ୍ରହ କାଶ୍ମୀର ଫାଇଲ୍ସ ଭଳି କରିପାରିନାହିଁ । ତେବେ 'ଦ କେରଳ ଷ୍ଟୋରୀ' ଫିଲ୍ମର ଏଭଳି ସଫଳତା ପାଇଁ ଖୁବଶୀଘ୍ର 100 କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, 'ଦ କେରଳ ଷ୍ଟୋରୀ' ଟ୍ରେଲର ରିଲିଜ ହେବା ଠାରୁ ଫିଲ୍ମ ବିବାଦକୁ ଆସିଥିଲା । ଟ୍ରେଲରରେ କେରଳର 32,000 ଯୁବତୀ ନିଖୋଜ ହୋଇ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ସାମିଲ ହୋଇଥିବା ଦର୍ଶାଯାଇଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା ଏବଂ ରାଜନୈତିକ ମାହୋଲ ସରଗରମ ହୋଇଥିଲା । ପରେ ଏହାର ସଂଖ୍ୟା 32 ହଜାରରୁ 3ଜଣ ମହିଳାଙ୍କୁ ବଦଳାଯାଇଥିଲା । ସେପଟେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ସରକାର ଦ କେରଳ ଷ୍ଟୋରୀକୁ ଟିକସମୁକ୍ତ କରିଥିବାବେଳେ ପଶ୍ଚିମବଙ୍ଗରେ ବ୍ୟାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.