ETV Bharat / entertainment

ସନ୍ନି ଦେଓଲଙ୍କ ଋଣ ସୁଝିବେ ଅକ୍ଷୟ କୁମାର ! ତଥ୍ୟ ଭିତ୍ତିହୀନ କହିଲେ ଅଭିନେତା - ଅକ୍ଷୟ କୁମାର

ସନ୍ନି ଦେଓଲଙ୍କ ବ୍ୟାଙ୍କ ଋଣ ପ୍ରସଙ୍ଗ । ସନ୍ନିଙ୍କ ଜୁହୁ ସମ୍ପତ୍ତି ଇ-ନିଲାମ ନେଇ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଅଭିନେତା ଅକ୍ଷୟ କୁମାର ଗଦର 2 ତାରକାଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ରିପୋର୍ଟଗୁଡିକ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟଙ୍କ ମୁଖପାତ୍ର । ଅଧିକ ପଢନ୍ତୁ

ସନ୍ନି ଦେଓଲଙ୍କ ଋଣ ସୁଝିବେ ଅକ୍ଷୟ କୁମାର! ତଥ୍ୟ ଭିତ୍ତିହୀନ କହିଲେ ଅଭିନେତାଙ୍କ ମୁଖପାତ୍ର

author img

By

Published : Aug 21, 2023, 3:25 PM IST

ହାଇଦ୍ରାବାଦ: ସନ୍ନି ଦେଓଲ ବ୍ୟାଙ୍କ୍‌ରୁ ଋଣ ଆଣି ସୁଝି ପାରି ନାହାନ୍ତି । ଫଳରେ ତାଙ୍କ ବଙ୍ଗଳା ନିଲାମ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥିଲା । ସନ୍ନିଙ୍କ ଭିଲା ନିଲାମ ଖବର ମଧ୍ୟରେ ଆଉ ଏକ ଖବର ପ୍ରଚାର ହୋଇଥିଲା ଯେ, ଅକ୍ଷୟ କୁମାର ସନ୍ନି ଦେଓଲଙ୍କ ଋଣ ସୁଝିବାକୁ ଆଗେଇ ଆସିଛନ୍ତି । ତେବେ ଏନେଇ ବର୍ତ୍ତମାନ ଅକ୍ଷୟଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ତାଙ୍କ ମୁଖପାତ୍ର କହିଛନ୍ତି ଯେ, ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେପଟେ ସନ୍ନିଙ୍କ ଟିମ୍‌ ମଧ୍ୟ ଏହି ଦାବିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସନ୍ନି ଦେଓଲ 56 କୋଟି ଟଙ୍କା ଋଣ ନେଇ ସୁଝିନଥିଲେ । ଫଳରେ ବ୍ୟାଙ୍କ ଅଫ୍ ବରୋଦା ସେହି ଟଙ୍କା ଫେରସ୍ତ ପାଇଁ ତାଙ୍କ ସମ୍ପତ୍ତି ନିଲାମ କରିବାକୁ ଏକ ନୋଟିସ ପଠାଇଥିଲା । ଏହାର ବିଜ୍ଞାପନ ଖବରକାଗଜରେ ମଧ୍ୟ ଦିଆଯାଇଥିଲା । 24 ଘଣ୍ଟା ମଧ୍ୟରେ ବ୍ୟାଙ୍କ୍‌ ଅଫ୍ ବରୋଦା ଏହା ଉପରେ ସ୍ପଷ୍ଟ କରି କହିଛି ଯେ ପ୍ରକାଶିତ ବିଜ୍ଞାପନ ଏକ ବୈଷୟିକ ତ୍ରୁଟି । ଏହାରି ମଧ୍ୟରେ ଅକ୍ଷୟଙ୍କ ନାଁ ବି ସନ୍ନିଙ୍କ ସହ ଯୋଡ଼ା ହୋଇଥିଲା । ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ସନ୍ନିଙ୍କ ଋଣ ସୁଝିବା ପାଇଁ ଅକ୍ଷୟ 30ରୁ 40 କୋଟି ଟଙ୍କା ଦେବେ । ତେବେ ଏହି ଗୁଜବ ଖବର ମଧ୍ୟରେ ଅକ୍ଷୟଙ୍କ ମୁଖପାତ୍ର ଏହି ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ ଏହିପରି ସମସ୍ତ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।

ସୂଚନା ଥାଉ କି, ଗତ ଦିନ ବ୍ୟାଙ୍କ୍‌ ଅଫ୍ ବରୋଦା ଦ୍ୱାରା ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନରେ କୁହାଯାଇଥିଲା ଯେ ସନ୍ନି ଦେଓଲଙ୍କ 56 କୋଟି ଟଙ୍କା ଋଣ ରହିଛି । ଏହି ଋଣ ଏବଂ ସୁଧର ପୁନରୁଦ୍ଧାର ପାଇଁ ତାଙ୍କ ସନିଙ୍କ ଭିଲ୍ଲା ବ୍ୟାଙ୍କ୍‌ ଅଫ୍ ବରୋଦା ଦ୍ୱାରା ନିଲାମ କରାଯାଉଛି । ନିଲାମର ତାରିଖ ମଧ୍ୟ ସାମ୍ନାକୁ ଆସିଥିଲା । ବିଜ୍ଞାପନ ଅନୁଯାୟୀ, ସେପ୍ଟେମ୍ବର 25ରେ ରିଜର୍ଭ ମୂଲ୍ୟରେ 51.43 କୋଟି ଟଙ୍କାରୁ ନିଲାମ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: ନିଲାମ ହେବନି ସନ୍ନିଙ୍କ ବଙ୍ଗଳା, 24 ଘଣ୍ଟା ମଧ୍ୟରେ ନୋଟିସ୍‌ ଫେରାଇଲା ବ୍ୟାଙ୍କ୍‌

ସନ୍ନି ଦେଓଲଙ୍କ ଭାଇ ବବି ଦେଓଲ, ଯାହାଙ୍କର ପ୍ରକୃତ ନାମ ବିଜୟ ସିଂ ଦେଓଲ, ତାଙ୍କ ପିତା ଧର୍ମେନ୍ଦ୍ର ସିଂ ଦେଓଲ ଏବଂ ସନ୍ନି ଦେଓଲଙ୍କ କମ୍ପାନୀ ସନ୍ନି ସାଉଣ୍ଡସ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ନେଇଥିବା ଋଣ ପାଇଁ ଗ୍ୟାରେଣ୍ଟର୍ ଏବଂ କର୍ପୋରେଟ୍ ଗ୍ୟାରେଣ୍ଟର୍ ଭାବରେ ନାମିତ ହୋଇଛି । ଏଥିପାିଇଁ ସେ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ । ନିଲାମ ହେବାକୁ ଯାଉଥିବା ଭିଲ୍ଲାର ନାମ ହେଉଛି ସନ୍ନି ଭିଲ୍ଲା ଏବଂ ଏହା ଜୁହୁର ଗାନ୍ଧୀଗ୍ରାମ ରୋଡ୍‌ରେ ଅବସ୍ଥିତ । ଦେୟ ଆଦାୟ ପାଇଁ ଆଖପାଖ ଜମିକୁ ନିଲାମ କରାଯିବ । ଏହି ଘଟଣା ପ୍ରସାରିତ ହେବାର ଗୋଟିଏ ଦିନ ପରେ ବ୍ୟାଙ୍କ୍‌ ଅଫ୍ ବରୋଦା ଏକ ବୈଷୟିକ ସମସ୍ୟା ଦର୍ଶାଇ ତାଙ୍କ ଜୁହୁ ଘର ପାଇଁ ନିଲାମ ନୋଟିସକୁ ପ୍ରତ୍ୟାହାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.