ETV Bharat / entertainment

ରଣବୀର କପୁରଙ୍କ ଫ୍ୟାନ୍ ସାଉଥର ଏହି ସେଲିବ୍ରିଟି, ଆନିମଲ ପ୍ରି-ରିଲିଜ ଇଭେଣ୍ଟରେ ଖୁଲାସା

author img

By ETV Bharat Odisha Team

Published : Nov 28, 2023, 11:02 AM IST

Animal Pre Release event in Hyderabad: 'ଆନିମଲ' ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ଆରଆରଆର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ଏବଂ ମହେଶ ବାବୁଙ୍କ ସହ ରଣବୀର କପୁର, ରଶ୍ମିକା ମନ୍ଦାନା, ଅନୀଲ କପୁର ଏବଂ ଅନ୍ୟ କାଷ୍ଟ ଦଳ ଯୋଗ ଦେଇଥିଲେ । ଏହି ସମୟରେ ଉଭୟ ସାଉଥ ସେଲିବ୍ରିଟି ସେମାନଙ୍କ ପ୍ରିୟ ଅଭିନେତାମାନଙ୍କ ବିଷୟରେ ପ୍ରକାଶ କରିଛନ୍ତି । ଦେଖନ୍ତୁ ଭିଡିଓ...

Etv Bharat
Etv Bharat

ହାଇଦ୍ରାବାଦ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ଏହାରି ମଧ୍ୟରେ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗିପଡିଛନ୍ତି ଫିଲ୍ମର ପୁରା କାଷ୍ଟ । ତେବେ ଏନେଇ ଫିଲ୍ମ ନିର୍ମାତା ହାଇଦ୍ରାବାଦରେ ଏକ ଗ୍ରାଣ୍ଡ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜନ କରିଥିଲେ । ଯେଉଁଥିରେ ବହୁ ତାରକା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ଆରଆରଆର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ସାମିଲ ହୋଇଥିଲେ । ଏହି ସମୟରେ ଉଭୟ ସେଲିବ୍ରିଟି ସେମାନଙ୍କର ପ୍ରିୟ ଅଭିନେତାଙ୍କ ବିଷୟରେ ପ୍ରକାଶ କରିଛନ୍ତି ।

ହାଇଦ୍ରାବାଦର ମଲା ରେଡ୍ଡୀ କଲେଜ ଅଫ୍ ଇଞ୍ଜିନିୟରିଂରେ 'ଆନିମଲ' ପାଇଁ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ମଞ୍ଚରେ ଦର୍ଶକଙ୍କୁ ସମ୍ବୋଧିତ କରୁଥିବାବେଳେ ସାଉଥ ସୁପରଷ୍ଟାର ମହେଶ ବାବୁ ରଣବୀର କପୁରଙ୍କ ବେଶ ପ୍ରଶଂସା କରିଛନ୍ତି । ସେ ନିଜକୁ ରଣବୀର କପୁରଙ୍କ ବଡ଼ ଫ୍ୟାନ ବୋଲି କହିଛନ୍ତି । ସେ ରଣବୀରଙ୍କୁ ଭାରତର ଶ୍ରେଷ୍ଠ ଅଭିନେତା ବୋଲି ମଧ୍ୟ କହିଛନ୍ତି । ମହେଶ ବାବୁ କହିଛନ୍ତି, ମୁଁ ଯେତେବେଳେ ତାଙ୍କୁ ଭେଟିଥିଲି ସେତେବେଳେ ମୁଁ ଏହା କହିଥିଲି । କିନ୍ତୁ ମୁଁ ଭାବିନଥିଲି ଯେ ସେ ମୋତେ ଗମ୍ଭୀରତାର ସହ ନେଇଥିଲେ । ତେଣୁ ଆଜି ଏହି ମଞ୍ଚରେ ମୁଁ କହୁଛି ଯେ ମୁଁ ରଣବୀର କପୁରଙ୍କ ଜଣେ ବଡ଼ ଫ୍ୟାନ୍ ଏବଂ ମୁଁ ଭାବୁଛି ସେ ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା । ଏଥିସହ ଫିଲ୍ମ ପାଇଁ ମଧ୍ୟ ସେ ରଣବୀରଙ୍କୁ ଶୁଭକାମନା ଜଣାଇଛନ୍ତି ।

ମହେଶ ବାବୁଙ୍କଠାରୁ ଏହା ଶୁଣି ରଣବୀର କପୁର ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ରଣବୀର ମଧ୍ୟ ମହେଶ ବାବୁଙ୍କୁ ପ୍ରଶଂସା କରି ତାଙ୍କୁ ସୁପରଷ୍ଟାର ବୋଲି କହିଛନ୍ତି । ରଣବୀର କହିଛନ୍ତି, "ତୁମେ ପ୍ରଥମ ସୁପରଷ୍ଟାର ଯାହାଙ୍କୁ ମୁଁ ଭେଟିଥିଲି । ମୋର ମନେ ଅଛି 'ଓକ୍କାଡୁ' ଫିଲ୍ମ ଦେଖିବା ପରେ ମୁଁ ତାଙ୍କୁ ମେସେଜ କରିଥିଲି ଏବଂ ସେ ଉତ୍ତର ଦେଇଥିଲେ । ମୋତେ ସମର୍ଥନ କରିଥିବାରୁ ମୁଁ ତୁମକୁ ଯେତେ ଧନ୍ୟବାଦ ଦେବି ତାହା କମ୍ ହେବ ।

ଅନ୍ୟପକ୍ଷରେ 'ଆରଆରଆର' ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ମଧ୍ୟ 'ଆନିମଲ' ମୁଖ୍ୟ ଅଭିନେତା ରଣବୀର କପୁରଙ୍କୁ ତାଙ୍କର ପ୍ରିୟ ଅଭିନେତା ବୋଲି କହିଛନ୍ତି । ସେ କହିଛନ୍ତି, ବିନା ଦ୍ୱିଧାରେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ମୋର ପ୍ରିୟ ଅଭିନେତା ହେଉଛନ୍ତି ରଣବୀର କପୁର । ନିର୍ଦ୍ଦେଶକ ରଣବୀର କପୁରଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ 'ଆନିମଲ' କ୍ରେଜ, ବୁକିଂର ଦ୍ୱିତୀୟ ଦିନରେ ଏତେ କୋଟି ରୋଜଗାର କଲା ଫିଲ୍ମ

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ୧ ରେ ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ରିଲିଜ ହେବ । ସେପଟେ ଦମଦାର ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.