ETV Bharat / entertainment

ବଲିଉଡ ବାଦଶାହାଙ୍କ ମହାନତା, ମୃତ ଅଞ୍ଜଳିଙ୍କ ପରିବାରକୁ ବଢାଇଲେ ସାହାଯ୍ୟର ହାତ

author img

By

Published : Jan 8, 2023, 8:44 AM IST

ସୁଲତାନପୁରୀର କଞ୍ଜାୱାଲା ଘଟଣା । ମୃତକ ଅଞ୍ଜଳି ସିଂଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କିଙ୍ଗ ଖାନ । ଅଧିକ ପଢନ୍ତୁ

Kanjhawala Case
Kanjhawala Case

ହାଇଦ୍ରାବାଦ: ବଦାନ୍ୟତା ଦେଖାଇଲେ ବଲିଉଡର ବାଦଶାହା ଶାହରୁଖ ଖାନ୍(Bollywood superstar Shah Rukh Khan) । ସେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ସେତିକି ବଦାନ୍ୟତା ପାଇଁ ମଧ୍ୟ ରହିଥାନ୍ତି । ଦିଲ୍ଲୀ ସୁଲତାନପୁରୀର କାଞ୍ଝୱାଲା କାର ଟ୍ରାଜେଡି ମାମଲା ସାରା ଦେଶରେ ଚହଳ ପକାଇଥିବା ବେଳେ ମୃତକ ଅଞ୍ଜଳିଙ୍କ(Delhi accident victim Anjali Singh) ପରିବାରକୁ ସହାୟତାର ହାତ ବଢାଇଛି ଶାହରୁଖ ଖାନଙ୍କ ଏନଜିଓ ମୀରା ଫାଉଣ୍ଡେସନ(Meer Foundation) ।

ରିପୋର୍ଟ ଅନୁସାରେ, କିଙ୍ଗ ଖାନଙ୍କ ଏନଜିଓ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । କିନ୍ତୁ କେତେ ଟଙ୍କା ସହାୟତା ଦିଆଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ । ଅଞ୍ଜଳି ତାଙ୍କ ପରିବାରର ଜଣେ ରୋଜଗାରକ୍ଷମ ଥିଲେ । ତାଙ୍କ ଅର୍ଜିତ ଧନରେ ପରିବାର ଚଳୁଥିଲା । ଏବେ ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି କିଙ୍ଗ ଖାନ । ଅଞ୍ଜଳିଙ୍କ ମାଆଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅଞ୍ଜଳିଙ୍କ ମାଆଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ମଧ୍ୟ ମୀରା ଫାଉଣ୍ଡେସନ ତରଫରୁ ଦିଆଯିବା ନେଇ ସ୍ଫଷ୍ଟ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ଗତ ୩୧ ତାରିଖ ବିଳମ୍ବିତ ରାତିରେ ୨୦ ବର୍ଷୀୟ ମୃତକ ଅଞ୍ଜଳି ନିଜ ସହଯୋଗୀ ନିଧି ସହ ଯାଇଥିବା ବେଳେ ଏକ ବାଲେନୋ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହାପରେ ତାଙ୍କୁ ୧୨ କିମି ଯାଏଁ ଘୋଷାଡି ନେଇଥିଲା । ଫଳରେ ଯୁବତୀଙ୍କ ମୃତ୍ୟୁ ହେବା ସହ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ଗୁରୁବାର ରାତିରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦିଲ୍ଲୀ ପୋଲିସର ୧୮ଟି ଟିମ ଏହି ଘଟଣାର ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ: Kanjhawala Case: ଅଞ୍ଜଳୀକୁ ୧୨ କିଲୋମିଟର ଘୋଷାଡି ନେଇଥିବା କାର ମାଲିକ ଗିରଫ

ସୂଚନାଥାଉକି, କିଙ୍ଗ ଖାନଙ୍କ ଏନଜିଓ ମୀରା ଫାଉଣ୍ଡେସନ ୨୦୧୩ରେ ଆରମ୍ଭ ହୋଇଥିଲା । ଗରୀବ ଲୋକଙ୍କୁ ତୃଣମୂଳ ସ୍ତରରେ ସାହାଯ୍ୟ କରିବା ଉଦ୍ଦେଶ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିଲା । ଏହାସହ ମହିଳା ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି । ଶାହରୁଖ ଖାନଙ୍କ ବାପା ମୀରା ତାଜ ମହମ୍ମଦ ଖାନଙ୍କ(SRK's father Meer Taj Mohammed Khan) ନାମରେ ଏହା ପ୍ରତିଷ୍ଠା କରାଯାଇଥିଲା ।

ବଲିଉଡର ବାଦଶାହା ଶାହରୁଖ ଖାନ୍ ବହୁତ ଶୀଘ୍ର ବଡ ପରଦାରେ ନଜର ଆସିବେ । ଆସନ୍ତା ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.