ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବିଭିନ୍ନ ମନ୍ଦିର ଯାଉଛନ୍ତି ଅଭିନେତା ସୁରଜ ପଞ୍ଚୋଲି । ଏହାରି ମଧ୍ୟରେ ସେ ବର୍ତ୍ତମାନ ଆଶୀର୍ବାଦ ପାଇବା ପାଇଁ ଗୁରୁଦ୍ୱାରା ବଙ୍ଗଳା ସାହିବରେ ନଜର ଆସିଥିଲେ । ଗୁରୁଦ୍ୱାରା ବଙ୍ଗଳା ସାହିବ ଦରବାରରୁ ଫେରିବା ପରେ ସୁରଜ ପାଞ୍ଚୋଲି ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରି ନିଜ ସମର୍ଥକ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫ୍ୟାନ୍ସ ତାଙ୍କ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ଜିଆ ଖାନଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଅଭିନେତା ସୁରଜଙ୍କୁ 10ବର୍ଷ ପରେ ବମ୍ବେ ସିବିଆଇ କୋର୍ଟ ଦୋଷ ମୁକ୍ତ କରିଥିଲେ । ବର୍ତ୍ତମାନ ଗୁରୁଦ୍ୱାରା ବଙ୍ଗଳା ସାହିବଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ଏଠାକାର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଅଭିନେତା ଲେଖିଛନ୍ତି, "ଯେଉଁମାନେ ମୋତେ ସର୍ବଦା ସମର୍ଥନ କରିଆସୁଛନ୍ତି ଏବଂ ମୋତେ ବିଶ୍ବାସ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ, କେବଳ ମୁଁ ଜାଣେ ଯେ ମୁଁ ଏତେ ବର୍ଷ ଦୁଃଖ ଓ ଯନ୍ତ୍ରଣା ଦେଇ କିପରି ଗତି କରିଛି । ଆପଣମାନଙ୍କ ଭଲପାଇବା, ପ୍ରାର୍ଥନା ଏବଂ ଆଶୀର୍ବାଦ ମୋର ଏକମାତ୍ର ଶକ୍ତି । ମୁଁ ଏହା ବିନା ବଞ୍ଚି ପାରିନଥାନ୍ତି ।"
ସୂଚନା ଥାଉ କି, 25 ବର୍ଷୀୟ ଅଭିନେତ୍ରୀ ଜିଆ ଖାନ 2013, ଜୁନ୍ 3 ରେ ମୁମ୍ବାଇର ଜୁହୁ ଘରୁ ମୃତଦେହ ମିଳିଥିଲା। ପରେ ଜିୟା ଲେଖିଥିବା 6 ପୃଷ୍ଠାର ଚିଠି ଆଧାରରେ ପୋଲିସ ସୁରଜଙ୍କୁ ଗିରଫ କରିଥିଲା ଏବଂ ତାଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ କରି ମାମଲା ଦାୟର କରିଥିଲା ପୋଲିସ। ସେହିପରି ଜିଆଙ୍କ ମା' ରବିୟା ଖାନ ମଧ୍ୟ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଅକ୍ଟୋବର 2013 ରେ, ସିବିଆଇ ତଦନ୍ତ ଦାବି କରି ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ।
ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଲାଇ 2014ରେ ସିବିଆଇ ମହାରାଷ୍ଟ୍ର ପୋଲିସଠାରୁ ଜିଆ ଖାନ୍ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରିଥିଲା । ଏପ୍ରିଲ 28 (ଶୁକ୍ରବାର) ସୁରଜ ମୁମ୍ବାଇର ସିବିଆଇ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଦୋଷ ମୁକ୍ତ ହେବା ପରେ ସୁରଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଗତ 10 ବର୍ଷ ତାଙ୍କ ପାଇଁ ତଥା ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା । ସେ କହିଛନ୍ତି, "ଅନେକ ରାତି ମୁଁ ଅନିଦ୍ରା ରହି ବିତାଇଛି । କିନ୍ତୁ ଆଜି, ମୁଁ କେବଳ ମୋ ବିରୁଦ୍ଧରେ ଏହି ମାମଲା ଜିତି ନାହିଁ ବରଂ ମୋର ସମ୍ମାନ ଏବଂ ଆତ୍ମବିଶ୍ୱାସ ମଧ୍ୟ ଜିତିଛି । ମୋ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ହୋଇଥିଲା । ମୋର ଏତେ କମ୍ ବୟସରେ ଯାହା ମୋ ସହ ଘଟିଛି ତାହା କେହି ଦେଇପାରିବେ ନାହିଁ । ଦୁନିଆକୁ ସାମ୍ନା କରିବାକୁ ମୋତେ ବହୁତ ସାହସ ଦରକାର । ମୁଁ ଆଶା କରୁଛି ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣମାନେ ମୋତେ ସହଯୋଗ କରିବେ ।"
ସେ ଆହୁରି ମଧ୍ୟ କହିଥିଲେ, "ମୁଁ ଜାଣି ନାହିଁ ମୋ ଜୀବନର ଏହି 10 ବର୍ଷ କିଏ ମୋତେ ଫେରାଇ ଦେବ, କିନ୍ତୁ ମୁଁ ଖୁସି ଯେ, ଏ ସବୁ େବଳ ମୋ ପାଇଁ ନୁହେଁ ବରଂ ବିଶେଷ କରି ମୋ ପରିବାର ପାଇଁ ଶେଷ ହୋଇଛି ।" ଏହାପୂର୍ବରୁ ନିର୍ଦ୍ଦୋଷରେ ଖଲାସ ହେବା ପରେ ସୁରଜ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା, 'ସତ୍ୟ ସର୍ବଦା ଜିତେ। ଭଗବାନ୍ ମହାନ୍' । ମାଆ ଜରିନା ୱହାବଙ୍କ ସହ ସୁରାଜ ପଞ୍ଚୋଲି ଗତ ଶୁକ୍ରବାର ଦିନ କୋର୍ଟରେ ହାଜର ହୋଇଥିଲେ ।