ETV Bharat / entertainment

Khushi Kapoor Birthday: ଅର୍ଜୁନ କପୁରଙ୍କ ସମେତ ଏସବୁ ସେଲିବ୍ରିଟି ଜଣାଇଲା ଶୁଭେଚ୍ଛା

ଆଜି ଖୁସି କପୁର ନିଜର ୨୩ତମ ଜନ୍ମଦିନ ପାଳନ କରୁଛନ୍ତି । ପରିବାର ସଦସ୍ୟଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସିନେ ତାରକା ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 5, 2023, 10:05 PM IST

Khushi Kapoor Birthday
Khushi Kapoor Birthday

ହାଇଦ୍ରାବାଦ: ଆଜି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଭଉଣୀ ତଥା ଅଭିନେତ୍ରୀ ଖୁସି କପୁରଙ୍କ ୨୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଖୁସିଙ୍କୁ ପରିବାର ସଦସ୍ୟଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି । ବଡ଼ ଭଉଣୀ ସୋନମ କପୁର, ଅନିଲ କପୁରଙ୍କ ସହ ଅର୍ଜୁନ କପୁର ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।

ଅଭିନେତା ଅର୍ଜୁନ କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ,'ଜନ୍ମ ଦିନର ଶୁଭେଚ୍ଛା ଖୁସି...ମୁଁ ଆଶା ଏବଂ ପ୍ରାର୍ଥନା କରୁଛି ଯେ ଚଳିତ ବର୍ଷ ତୁମର ଭବିଷ୍ୟତ ଜୀବନ ପାଇଁ ଆଗକୁ ବଢ । ତୁମର ପ୍ରଥମ ଚଲଚ୍ଚିତ୍ରରେ ସଫଳତା ମିଳୁ । ମୋର କୌଣସି ଭଉଣୀ ପାଇଁ ଏହା ଯଥେଷ୍ଟ ବୋଲି ମୁଁ କହୁ ନାହିଁ, କିନ୍ତୁ ତୁମେ ବାପାଙ୍କ ପ୍ରିୟ ଶିଶୁ ଏବଂ ଆମେ ତୁମକୁ ବହୁତ ଭଲପାଉ' ।

ସେହିପରି ଅଶୁଂଲା କପୁର ଏକ ହାପି ମନୋକ୍ରୋମାଟିକ୍ ଫଟୋ ପୋଷ୍ଟ କରିଥିଲେ । ଏହା ସହିତ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଦେଇଥିଲେ । ଫଟୋରେ ଉଭୟ ଭଉଣୀ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି । ସୋନମ କପୁର ଖୁସି କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ଆମ ଘରର ସାନ ଝିଅକୁ ଜନ୍ମଦିନର ଶୁଭେଚ୍ଛା... ଲଭ୍ ୟୁ ଖୁସି । ଏହା ସହିତ ଶନୟା କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ପିଲାଦିନର ଭିଡିଓ ସେୟାର କରି ଖୁସିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ଶ୍ରୀଦେବୀ ଏବଂ ବୋନି କପୁର ଖୁସିଙ୍କ କେକ୍ କାଟିଥିବାର ନଜର ଆସିଛନ୍ତି । ଜନ୍ମଦିନ ଭୋଜିରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Khushi Kapoor Birthday: ଉଭଣୀଙ୍କ ଜନ୍ମଦିନ ପାର୍ଟିରେ ରୁମର୍‌ ବୟଫ୍ରେଣ୍ଡ ସହ ନଜର ଆସିଲେ ଜାହ୍ନବୀ

ଖୁସି କପୁରଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ସେ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଦ ଆର୍ଚିସରେ ନେଟଫ୍ଲିକ୍ସ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ଖୁସି ଏବଂ ସୁହାନାଙ୍କ ବ୍ୟତୀତ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ ମଧ୍ୟ ଅଭିନୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଡିସେମ୍ବର 7ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଦ ଆର୍ଚିସ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.