ETV Bharat / entertainment

Sonali Phogat Movie: ପରଦାକୁ ଆସିବ ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ପ୍ରେରଣା - ସୋନାଲି ଫୋଗଟ

ଖୁବ ଶୀଘ୍ର ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନାମ ହେଉଛି ପ୍ରେରଣା (Prerna) । ଏହା ସୋନାଲିଙ୍କ ଶେଷ ଅଭିନିତ ଫିଲ୍ମ । ଅଧିକ ପଢନ୍ତୁ

ଖୁବ ଶୀଘ୍ର ରିଲିଜ୍‌ ହେବ ସୋନାଲି ଫୋଗଟଙ୍କ ଶେଷ ଚଳଚ୍ଚିତ୍ର ପ୍ରେରଣା

author img

By

Published : Sep 12, 2022, 11:16 AM IST

ଚଣ୍ଡିଗଡ: ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଖୁବ ଶୀଘ୍ର ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି । ସୋନାଲି ଫୋଗଟଙ୍କ ଶେଷ ଚଳଚ୍ଚିତ୍ରର ନାମ ହେଉଛି 'ପ୍ରେରଣା'। ସୋନାଲି ଫୋଗାଟଙ୍କ ସହ ଫିଲ୍ମ 'ପ୍ରେରଣା'ରେ ଶ୍ବଶୁର ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା ନିର୍ମାତା ନରେଶ ଧଣ୍ଡା ଏହି ପ୍ରୋଜେକ୍ଟ ଏକ ପ୍ରେରଣାଦାୟକ ଚଳଚ୍ଚିତ୍ର ବୋଲି କହିଛନ୍ତି ।

କଣ ରହିଛି ଚଳଚ୍ଚିତ୍ରର କାହାଣୀ ?

ନିର୍ଦ୍ଦେଶକ ତଥା ନିର୍ମାତା ନରେଶ ଧଣ୍ଡା କହିଛନ୍ତି, ''ଏହି ଚଳଚ୍ଚିତ୍ରର ଟାଇଟଲ୍ ହେଉଛି ପ୍ରେରଣା । ଏହି ଚଳଚ୍ଚିତ୍ରରେ ସୋନାଲି ଫୋଗଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବାସ୍ତବରେ ଏହା ଏକ ପ୍ରେରଣାଦାୟକ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଦେଖାଯାଇଛି କି, କେମିତି ସୋନାଲି ଫୋଗଟଙ୍କ ଚରିତ୍ର ପ୍ରେରଣା ଛାତ୍ରଛାତ୍ରୀଙ୍କୁ ବୁଝାଉଛନ୍ତି ଜୀବନରେ ସାହସ ଏବଂ ଭରସା ନ ହରାଇବାକୁ, ସର୍ବଦା ଆଗକୁ ବଢନ୍ତୁ ।''

ଉଲ୍ଲେଖନୀୟ ଯେ, ଦୁଇ ଦିନ ପୂର୍ବରୁ ସୋନାଲି ଫୋଗଟଙ୍କ ଝିଅ ଯଶୋଧରା ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଫିଲ୍ମ ନିର୍ମାତା ନରେଶ ଧଣ୍ଡା ମଧ୍ୟ ଜୋର ଦେଇ କହିଛନ୍ତି ଯେ, ‘‘ସେ ସ୍ୱର୍ଗତ ଅଭିନେତ୍ରୀ ସୋନାଲି ଫୋଗଟଙ୍କ ଝିଅ ସହିତ ଏକ ଗୀତ ସୁଟିଂ କରିବାକୁ ଚାହୁଁଛନ୍ତି ଏବଂ ତେଣୁ ରିଲିଜ୍ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।’’ ନରେଶ ଧଣ୍ଡା ଆହୁରି କହିଛନ୍ତି, “ଫିଲ୍ମ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି, କିନ୍ତୁ ମୁଁ ଯଶୋଦାରଙ୍କ ସହ ଏକ ଗୀତ ସୁଟିଂ କରିବାକୁ ଚାହୁଁଛି ଯାହାକୁ ଆପଣ ଫିଲ୍ମ ଶେଷରେ ଦେଖିପାରିବେ, ଯାହା ସୋନାଲି ଫୋଗାଟଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । କାରଣ ଏହି ଗୀତ ମାଧ୍ୟମରେ ମୁଁ ସୋନାଲି ଫୋଗଟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି ।’’

ବାୟୋଗ୍ରାଫି ଫିଲ୍ମକୁ ନେଇ କ’ଣ କହିଲେ ନିର୍ଦ୍ଦେଶକ ?

ସେ ସୋନାଲି ଫୋଗାଟଙ୍କ ଜୀବନୀ (ବାୟୋଗ୍ରାଫି ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ବିଷୟରେ ମଧ୍ୟ କହିଥିଲେ । ନରେଶ କହିଛନ୍ତି, "ମୁଁ ନିଶ୍ଚୟ କହିବି ଯେ, ତାଙ୍କ ଜୀବନ ମଧ୍ୟ କୌଣସି ଚଳଚ୍ଚିତ୍ର କାହାଣୀଠୁ କମ୍‌ ନୁହେଁ । ସେ କିପରି ଭାବରେ ଏକ ଗାଁରୁ ଆସିଥିଲେ ଏବଂ ପରେ ବିଗ୍ ବସ୍ ଏବଂ ଟିଭିରେ କାମ କରିଥିଲେ ।''

ସୋନାଲଙ୍କ ଜୀବନ ଉପରେ ନିର୍ମାଣ କରିବେ ଫିଲ୍ମ

ଅପରାଧୀମାନେ ସାମ୍ନାକୁ ଆସିବା ପରେ ସେ ଶୀଘ୍ର ସୋନାଲି ଫୋଗଟଙ୍କ ବାୟୋଗ୍ରାଫି ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ତାଙ୍କ ଜୀବନରେ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିବୁ ତାହା ଆମର ପରବର୍ତ୍ତୀ ପ୍ରୋଜେକ୍ଟ ହେବ । ଏହି ଫିଲ୍ମର ନାମ ସୋନାଲି ଫୋଗଟଙ୍କ ନାମରେ ରଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.