ETV Bharat / entertainment

ସୋନାକ୍ଷୀ ଏବଂ ଜହିରଙ୍କ ରିଲେସନସିପ୍‌କୁ କନଫର୍ମ କଲେ ଅଭିନେତା ବରୁଣ

author img

By

Published : Sep 16, 2022, 4:06 PM IST

ବଲିଉଡର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ପରସ୍ପରକୁ ଡେଟ୍ କରୁଛନ୍ତି । ସେମାନଙ୍କ ରିଲେସନସିପ୍‌କୁ ବର୍ତ୍ତମାନ କନଫର୍ମ କରିଛନ୍ତି ଅଭିନେତା ବରୁଣ ଶର୍ମା । ଅଧିକ ପଢନ୍ତୁ

ସୋନାକ୍ଷୀ ଏବଂ ଜହିରଙ୍କ ରିଲେସନସିପ୍‌କୁ କନଫର୍ମ କଲେ ଅଭିନେତା ବରୁଣ
ସୋନାକ୍ଷୀ ଏବଂ ଜହିରଙ୍କ ରିଲେସନସିପ୍‌କୁ କନଫର୍ମ କଲେ ଅଭିନେତା ବରୁଣ

ହାଇଦ୍ରାବାଦ: ବଲିଉଡର 'ଲେଡି ଦବଙ୍ଗ' ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ପରସ୍ପରକୁ ଡେଟ୍ କରୁଛନ୍ତି । ଆରମ୍ଭରୁ ସେମାନେ ନିଜ ପ୍ରେମକୁ ଫ୍ୟାନ୍ସ ଓ ମିଡିଆଠାରୁ ଲୁଚାଇ ରଖିଥିଲେ, କିନ୍ତୁ କୁହାଯାଏ ନା ପ୍ରେମ କେବେ ଲୁଚି ରହେନାହିଁ । ଶେଷରେ ସୋନାକ୍ଷୀ ଓ ଜହିରଙ୍କ ପ୍ରେମ ମଧ୍ୟ କାହା ଠାରୁ ଲୁଚି ରହିପାରିଲାନାହିଁ । ଉଭୟଙ୍କ ପ୍ରେମକୁ ନେଇ ଏବେ ପୂରା ବଲିଉଡରେ ଚର୍ଚ୍ଚା ।

ସୋନାକ୍ଷୀ ଏବଂ ଜହିର
ସୋନାକ୍ଷୀ ଏବଂ ଜହିର

ତେବେ ଏତେ ସବୁ ପରେ ବି ଏହି ଲଭବାର୍ଡ କେବେ ସର୍ବସାଧାରଣରେ ଏହାକୁ ପ୍ରକାଶ କରିନାହାଁନ୍ତି। ବର୍ତ୍ତମାନ ଲାଗୁଛି ଯେ ଫିଲ୍ମ 'ଫୁକ୍‌ରେ' ଫେମ୍‌ ଅଭିନେତା ବରୁଣ ଶର୍ମା ଏହି ଯୋଡିଙ୍କ ପୋଲ୍‌ ଖୋଲିଛନ୍ତି । ବରୁଣ ଏକ ପାର୍ଟିରୁ ସୋନାକ୍ଷୀ ଏବଂ ଜହିରଙ୍କ ଫଟୋ ସେୟାର କରି ଏହାକୁ ବ୍ଲକବଷ୍ଟର ଯୋଡି ବୋଲି କହିଛନ୍ତି।

ସୋନାକ୍ଷୀ ଏବଂ ସୋଫି
ସୋନାକ୍ଷୀ ଏବଂ ସୋଫି

ବରୁଣ ଶର୍ମା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସୋନାକ୍ଷୀ ସିହ୍ନା ଏକ ଧଳା ପୋଷାକ ଏବଂ ଜହିର କଳା ପ୍ୟାଣ୍ଟ ସହିତ ଧଳା ପ୍ରିଣ୍ଟେଡ ସାର୍ଟରେ କୁଲ୍‌ ଦେଖାଯାଉଛନ୍ତି । ଏହି ଫଟୋକୁ ସେୟାର କରି ବରୁଣ ଶର୍ମା ଲେଖିଛନ୍ତି, 'ଓୟେ ହୋଏ...ଏହାକୁ କୁହାଯାଏ ବ୍ଲକବଷ୍ଟର ଯୋଡି।' ଏହି ଫଟୋ ଗତ ରାତିରେ ଏକ ରେଷ୍ଟୁରାଣ୍ଟରୁ ଆସିଛି ।

ଏଠାରେ ସୋନାକ୍ଷୀଙ୍କ ସହ ଅଭିନେତ୍ରୀ ସୋଫି ଚୌଧୁରୀ ମଧ୍ୟ ନଜର ଆସିଥିଲେ। ସୋନାକ୍ଷୀ ଏହି ରେଷ୍ଟୁରାଣ୍ଟରୁ ସୋଫିଙ୍କ ସହ ତାଙ୍କ ଫଟୋ ସେୟାର କରିଛନ୍ତି । ସୋନାକ୍ଷୀଙ୍କ କାମ ବିଷୟରେ କହିବାକୁ ଗଲେ ସେ, ଫିଲ୍ମ 'ଭୁଜ୍ - ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ' ପରେ ପୁଣି ପରଦାକୁ ଫେରୁଛନ୍ତି। ଅଭିନେତ୍ରୀଙ୍କ ନୂଆ ଚଳଚ୍ଚିତ୍ର 'ନିକିତା ରୟ - ଆଣ୍ଡ ଦ ବୁକ୍ ଅଫ୍ ଡାର୍କନେସ୍'ର ପ୍ରଥମ ଲୁକ୍ ମୁକ୍ତିଲାଭ କରିଛି ।

ଏହି ଚଳଚ୍ଚିତ୍ରର ପୋଷ୍ଟରକୁ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିଲେ। ସୋନାକ୍ଷୀ କହିଛନ୍ତି ଯେ, ତାଙ୍କ ଭାଇ କୁଶ ଏସ ସିହ୍ନା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ସୋନାକ୍ଷୀ ସିହ୍ନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ନିକିତା ରୟ - ଆଣ୍ଡ ଦ ବୁକ୍ ଅଫ୍ ଡାର୍କେନେସ'ର ପ୍ରଥମ ଲୁକ୍ ରିଲିଜ୍ କରୁଥିବାବେଳେ ତାଙ୍କ ଭାଇ କୁଶ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ନିର୍ଦ୍ଦେଶକ ଭାବେ କୁଶଙ୍କର ଏହା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ପରେଶ ରାୱଲ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.