ETV Bharat / entertainment

ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

author img

By

Published : Mar 26, 2023, 3:30 PM IST

ନିକଟରେ ଏକ ସାକ୍ଷାତକାରରେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସୁଶାନ୍ତ ସିଂଙ୍କୁ ନେଇ କଣ କହିଲେ ସ୍ମୃତି, ଜାଣନ୍ତୁ ।

ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ ସ୍ମୃତି ଇରାନୀ

ହାଇଦ୍ରାବାଦ: ବଲିଉଡ ତଥା ଲୋକପ୍ରିୟ ଟିଭି ସିରିଏଲ ପବିତ୍ର ରିସ୍ତାର ଅଭିନେତା ସୁଶାନ୍ତ ସିଂ ରାଜପୁତ ଏ ଦୁନିଆରେ ଆଉ ନାହାନ୍ତି ସତ, ହେଲେ ନିଜ ଅଭିନୟର ଛାପ ଛାଡି ଯାଇଛନ୍ତି । ଯାହା ପାଇଁ ଆଜି ବି ସେ ସମସ୍ତଙ୍କ ହୃଦୟରେ ଚିର ହୋଇରହିଛନ୍ତି । ଏହାରି ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ନିକଟରେ ଏକ ସାକ୍ଷାତକାରରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା ବେଳେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ସାଂସଦ ସ୍ମୃତି ଇରାନୀ ତାଙ୍କୁ ମନେ ପକାଇ କାନ୍ଦିବାର ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ନୀଲେସ ମିଶ୍ରଙ୍କ ସହ ହୋଇଥିବା ସାକ୍ଷାତକାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ସାଂସଦ ସ୍ମୃତି ଇରାନୀ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା ବେଳେ ତାଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଥିଲେ। ତାଙ୍କ ମୃତ୍ୟୁ ପୂର୍ବରୁ ସ୍ମୃତି ସୁଶାନ୍ତଙ୍କୁ ଦେଇଥିବା ପରାମର୍ଶକୁ ମନେ ପକାଇଥିଲେ । ନିଜକୁ ହତ୍ୟା ନକରିବା ନେଇ ସୁଶାନ୍ତଙ୍କୁ କହିଥିବା କହିଛନ୍ତି ସ୍ମୃତି ।

ଜୁନ୍ 2020ରେ ପ୍ରାଣ ହରାଇଥିବା ସୁଶାନ୍ତଙ୍କୁ ସ୍ମରଣ କରି ସ୍ମୃତି ଇରାନୀ କାନ୍ଦିବାକୁ ଲାଗିଥିଲେ । ସେ କହିଥିଲେ ଯେ, ଅଭିନେତା ମାତ୍ର 34 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଦେହାନ୍ତ ଖବର ମୁଁ ଏକ ଭିଡିଓ କନଫରେନ୍ସିଂରେ ଥିବା ସମୟରେ ଏହି ଖବର ପାଇଥିଲି । ଖବର ଶୁଣି ବହୁ ଦୁଃଖ ଲାଗିଲା। ସେହି କନଫରେନ୍ସିଂରେ ବହୁତ ଲୋକ ଥିଲେ । କିନ୍ତୁ ମୁଁ ପାରିଲି ନାହିଁ ... ମୁଁ ଭାବିଲି ସେ କାହିଁକି ମୋତେ ଡାକିଲେ ନାହିଁ ? ସେ ସଙ୍ଗେ ସଙ୍ଗେ ଫୋନ୍ କରିଥାନ୍ତେ । ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ତାଙ୍କୁ କହିଥିଲି, 'ତୁମ ୟାର ମରନା ମତ୍ ଆପନେ ଆପକୋ'(ଦୟାକରି ନିଜକୁ ନିଜେ ହତ୍ୟା କର ନାହିଁ)।

ସ୍ମୃତି ଇରାନୀ ଏହା ମଧ୍ୟ କହିଛନ୍ତି ଯେ ସେ ତୁରନ୍ତ ସୁଶାନ୍ତ ସିଂ ରାଜପୁତଙ୍କ କାଇପୋଚେ ଟିମ୍‌ ସହ ଯୋଗାଯୋଗ କରିଥିଲି । ଦୁର୍ଭାଗ୍ୟଜନକ ଖବର ପରେ ସହ-ତାରକା ଅମିତ ସାଧଙ୍କ ପାଇଁ ମୁଁ ଭୟଭୀତ ହୋଇପଡିଥିଲେ । ତାଙ୍କ ବିଷୟରେ ପଚାରିବା ସହ ସେ ପରି ନିଷ୍ପତ୍ତି ନନିଅନ୍ତୁ ଭାବି ବ୍ୟତିବ୍ୟସ୍ତ ହୋଇପଡିଥିଲେ । ପରେ ତାଙ୍କ ସହ ୬ ଘଣ୍ଟା କଥାବାର୍ତ୍ତା ହୋଇଥିବା କହିଥିଲେ ସ୍ମୃତି। ସୁଶାନ୍ତ ଏ ଦୁନିଆରେ ନାହାନ୍ତି ସତ ଏବେବି ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.