ମୁମ୍ବାଇ: ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ 'ସିର୍ଫ ଏକ ବନ୍ଦା କାଫି ହେ' କୁ ନେଇ ବିବାଦ ଲାଗି ରହିଛି। ମେ' 8ରେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଆଶାରାମ ବାପୁ ଟ୍ରଷ୍ଟ ଫିଲ୍ମ ନିର୍ମାତାଙ୍କୁ ନୋଟିସ ଜାରି କରିଛନ୍ତି । ଟ୍ରଷ୍ଟର ଓକିଲ କୌଣସି ପ୍ରକାରେ ଫିଲ୍ମର ରିଲିଜ ଏବଂ ପ୍ରମୋସନ ବନ୍ଦ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଓକିଲ କହିଛନ୍ତି ଯେ ଏହି ଫିଲ୍ମ ତାଙ୍କ କ୍ଲାଇଣ୍ଟଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ଆସିଫ ଶେଖ୍ ନୋଟିସ ପାଇବା ପରେ ନିଜର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ ଫିଲ୍ମ ଦେଖିବା ପରେ ହିଁ ସତ୍ୟତା ଜାଣିପାରିବେ ।
- " class="align-text-top noRightClick twitterSection" data="
">
ଏକ ମିଡିଆ ସାକ୍ଷାତକାରରେ ଫିଲ୍ମର ନିର୍ମାତା ଆସିଫ୍ ଶେଖ୍ କହିଛନ୍ତି, "ହଁ, ଆମେ ନୋଟିସ ପାଇଛୁ ଏବଂ ଆମର ଓକିଲମାନେ ପରବର୍ତ୍ତୀ ପଦକ୍ଷେପ ନେବେ । ଆମେ ପିସି ସୋଲାଙ୍କୀଙ୍କ ଜୀବନି ଉପରେ ଫିଲ୍ମ ନିର୍ମାଣ କରିଛୁ ଏବଂ ଏହି ଫିଲ୍ମ ନିର୍ମାଣ ପାଇଁ ମୁଁ ତାଙ୍କଠାରୁ ରାଇଟ୍ସ୍ କିଣିଥିଲି । ବର୍ତ୍ତମାନ ଯଦି କେହି କହୁଛନ୍ତି ଯେ ଫିଲ୍ମ ତାଙ୍କ ଉପରେ ଆଧାରିତ, ତେବେ ସେମାନେ କ’ଣ ଭାବି ପାରିବେ ଏବଂ ଆମେ ଏହାକୁ ଅଟକାଇ ପାରିବୁ ନାହିଁ । ଫିଲ୍ମର ରିଲିଜ୍ ପରେ ହିଁ ସତ ଜଣା ପଡ଼ିବ ।"
ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରମୋସନ ଏବଂ କୋର୍ଟରେ ପ୍ରିମିୟର ପାଇଁ ଆଶାରାମ ବି ଦାବି କରିଥିଲେ । ତାଙ୍କ ଓକିଲମାନେ ଦାବି କରିଛନ୍ତି ଯେ ଏହି ଫିଲ୍ମ ତାଙ୍କ କ୍ଲାଇଣ୍ଟଙ୍କ ଅତ୍ୟନ୍ତ ଆପତ୍ତିଜନକ ଏବଂ ବଦନାମ ଚରିତ୍ର ଦର୍ଶା ଯାଇଛି । ଏହା ମଧ୍ୟ ତାଙ୍କ ପ୍ରତିଷ୍ଠାକୁ ହାନୀ ପହଞ୍ଚାଇ ପାରେ ଏବଂ ତାଙ୍କ ଅନୁଗାମୀମାନଙ୍କ ଭାବନାକୁ ଆଘାତ ଦେଇପାରେ ବୋଲି ସେ କହିଛନ୍ତି ।
ଫିଲ୍ମର ଟ୍ରେଲରେ ଦର୍ଶାଯାଇଥିଲା ଯେ,"ସିର୍ଫ ଏକ ବନ୍ଦା କାଫି ହେ' ବାସ୍ତବ ଜୀବନର ଘଟଣା ପରେ ଆଧାରିତ ହୋଇଛି । ଏହା ହେଉଛି ହାଇକୋର୍ଟର ଜଣେ ଓକିଲଙ୍କ କାହାଣୀ, ଯିଏ ପୋକ୍ସୋ ଅଧିନିୟମ ଅନୁଯାୟୀ ନ୍ୟାୟ ପାଇବା ପାଇଁ ଜଣେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମାମଲା ଲଢିଥିଲେ। ବାସ୍ତବରେ, ଫିଲ୍ମରେ ଜଣେ 16 ବର୍ଷର ନାବାଳିକା ଜଣେ ବାବାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଫିଲ୍ମରେ ବାବାଙ୍କ ରୂପ ଆଶାରାମଙ୍କ ସହ ମେଳ ଖାଉଛି । ତେଣୁ ଅନୁମାନ କରାଯାଇପାରେ ଯେ ଫିଲ୍ମଟି କେବଳ ଆଶାରାମଙ୍କ ମାମଲା ସହ ଜଡିତ ।
ଏହି ଫିଲ୍ମଟି ଆଶାରାମଙ୍କ ବିରୋଧରେ ଲଢିଥିବା ଓକିଲ ପିସି ସୋଲାଙ୍କିଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ମନୋଜ ବାଜପେୟୀ ତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପିସି ସୋଲଙ୍କି ସମ୍ପୂର୍ଣ୍ଣ ନାମ ହେଉଛି ପୁନମ୍ ଚାନ୍ଦ ସୋଲାଙ୍କି। ଯିଏ ଆଶାରାମ ମାମଲାରେ ଦୁଷ୍କର୍ମ ପୀଡ଼ିତାଙ୍କ ପକ୍ଷରୁ ଓକିଲାତି କରିଥିଲେ । ସୋଲାଙ୍କି କେବଳ ଏହି ମାମଲାରେ ଲଢ଼ିନଥିଲେ ବରଂ ସେହି ଝିଅକୁ ନ୍ୟାୟ ମଧ୍ୟ ଦେଇଥିଲେ । ଏଣୁ ଏହି ଫିଲ୍ମର ଟ୍ରେଲର ରିଲିଜ ପରେ ଫିଲ୍ମ ବିବାଦ ଘେରକୁ ଆସିଛି ।
ସୂଚନା ଥାଉ କି, ଅପୂର୍ବ ସିଂ କାର୍କି 'ସିର୍ଫ ଏକ ବନ୍ଦା କାଫି ହେ' ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ZEE5ରେ ମେ' 23ରେ ରିଲିଜ ହେବ । ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଏହି ଫିଲ୍ମର ଲେଖକ ହେଉଛନ୍ତି ଦୀପକ କିଙ୍ଗ୍ରାନି ।