ETV Bharat / entertainment

Singham Again: ସୁଟିଂ ପାଇଁ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଲେ ଖିଲାଡି ଷ୍ଟାର

author img

By ETV Bharat Odisha Team

Published : Oct 8, 2023, 9:36 PM IST

‘ସିଙ୍ଘମ ଏଗେନ’ର ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଛନ୍ତି ଅକ୍ଷୟ କୁମାର । ସପ୍ତାହେ ଧରି ରାମୋଜୀରେ ସୁଟିଂ କରିବେ ଖିଲାଡି ଷ୍ଟାର । ଅଧିକ ପଢନ୍ତୁ

Singham 3 shoot in ramoji film city
Singham 3 shoot in ramoji film city

ହାଇଦ୍ରାବାଦ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ମିଶନ ରାଣୀଗଞ୍ଜ: ଦି ଗ୍ରେଟ୍ ଭାରତ ରେସ୍କ୍ୟୁ’ 6 ଅକ୍ଟୋବରରେ ରିଲିଜ ହୋଇଯାଇଛି । ହାଇଲି ଆଷ୍ଟିସିପେଟେଡ ଫିଲ୍ମ ‘ସିଙ୍ଘମ ଏଗେନ’ର ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଛନ୍ତି ଅକ୍ଷୟ । ‘ସିଙ୍ଘମ ଏଗେନ’ ରୋହିତ ଶେଟ୍ଟୀଙ୍କ ଦ୍ବାରା ନିର୍ମିତ ଏକ ‘କପ୍ ୟୁନିଭର୍ସ’ର(cop universe) ପାର୍ଟ । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ କରିନା କପୁର ଖାନ୍, ଅକ୍ଷୟ କୁମାର, ରଣବୀର ସିଂଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହାସହ ପ୍ରଥମ ଥର ପାଇଁ ଦୀପିକାଙ୍କୁ ପୋଲିସ ଅବତାରରେ ଦେଖିବାକୁ ପାଇବେ ଫ୍ୟାନ୍ସ ।

ତେବେ ଖିଲାଡି ଷ୍ଟାର ନିଜ ସୂର୍ଯ୍ୟବଂଶୀ ରୋଲରେ ‘ସିଙ୍ଘମ ଏଗେନ’ରେ ନଜର ଆସିବେ । 9 ଅକ୍ଟୋବରରୁ ରାମୋଜୀ ଫିଲ୍ମ ସିଟିରେ ତାଙ୍କ ସୁଟିଂ ସିଡ୍ୟୁଲ ଆରମ୍ଭ ହେଉଛି । ସେ ସପ୍ତାହେ ଧରି ରାମୋଜୀରେ ସୁଟିଂ କରିବାର ପ୍ରୋଗ୍ରାମ ରହିଛି । ଏଥିରୁ ଜଣାପଡୁଛି ଯେ ରୋହିତ ଶେଟ୍ଟୀ ଏବଂ ତାଙ୍କ ଟିମ୍ ଏହି ‘କପ୍ ୟୁନିଭର୍ସ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Kareena Kapoor BTS Pic: 'ସିଂଘମ ଏଗେନ' ସେଟରୁ BTS ଫଟୋ ସେୟାର କଲେ କରିନା

ତେବେ ଅଭିନେତ୍ରୀ କରିନା କପୁର ଖାନ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଆକ୍ସନ୍ ଫିଲ୍ମ 'ସିଙ୍ଘମ ଏଗେନ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । କରିନା ଗତକାଲି (ଶନିବାର) ସୋସିଆଲ ମିଡିଆରେ ଫିଲ୍ମର ସେଟରୁ ଏକ ବିଟିଏସ୍ ଫଟୋ ସେୟାର କରିଥିଲେ । ଏହା ସହିତ ରୋହିତ ଶେଟ୍ଟୀଙ୍କ ପାଇଁ ଏକ କ୍ୟାପସନ୍ ମଧ୍ୟ ଲେଖିଥିଲେ । କରିନା ଲେଖିଛନ୍ତି ଯେ, ସେ ମୋର ପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହିତ ଏହା ମୋର ଚତୁର୍ଥ ଚଳଚ୍ଚିତ୍ର । ଏହା ନିଶ୍ଚିତ ଯେ ଏହା ମୋର ଶେଷ ନୁହେଁ... ରେଡି ଷ୍ଟେଡି ଗୋ' ।

ତେବେ କିଛି ଦିନ ପୂର୍ବରୁ ସିଙ୍ଘମର ଶୁଭ ମୁହୂର୍ତ୍ତ ସମୟର ଏକ ଫଟୋ ରୋହିତ ଶେଟ୍ଟୀ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋରେ ଅଜୟ ଦେବଗନ ଏବଂ ରଣବୀର ସିଂ ଙ୍କୁ ଦେଖିବାକୁ ମିଳିଥିଲା । ଏହିସହ ଫଟୋ ସେୟାର କରି ରୋହିତ ଲେଖିଥିଲେ, ‘‘କପ୍ ୟୁନିଭର୍ସର ଯାତ୍ରା ଆରମ୍ଭ ହେଲା । ସିଙ୍ଘମ, ସିଙ୍ଘମ ରିର୍ଟନ୍ସ, ସିମ୍ଭା ଓ ସୂର୍ଯ୍ୟବଂଶୀ ଫିଲ୍ମର 12 ବର୍ଷ ପରେ ସିଙ୍ଘମ ଏଗେନ କରିବାକୁ ଯାଉଛି । ଏହା ଏକ କପ୍ ୟୁନିଭର୍ସ ହେବ ବୋଲି ଆମେ କେବେ ଆଶା କରିନଥିଲୁ । ଏହାକୁ ନିର୍ମାଣ କରିବା ପାଇଁ ଆମେ ଅମର ସବୁ ପିରଶ୍ରମ ଲଗାଇ ଦେବୁ, କେବଳ ଆପଣଙ୍କ ଭଲ ପାଇବା ଦରକାର ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.