ETV Bharat / entertainment

Singham Again: ଅଜୟ ଦେବଗନଙ୍କ ଦମଦାର ଲୁକ ଆଉଟ, ସିଂହ ରୂପରେ ଆସିଲେ ନଜର

author img

By ETV Bharat Odisha Team

Published : Nov 21, 2023, 1:10 PM IST

Ajay Devgn First Look: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ସିଙ୍ଘମ ଏଗେନରୁ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି । ବାଜିରାଓ ସିଙ୍ଘମଙ୍କ ଏପରି ଲୁକ ଦେଖି ଫ୍ୟାନ୍ସ ବେଶ ଉତ୍ସାହିତ ହୋଇଛନ୍ତି । ଅଧିକ ପଢନ୍ତୁ

Singham Again: ଅଜୟ ଦେବଗନଙ୍କ ଦମଦାର ଲୁକ ଆଉଟ, ସିଂହ ରୂପରେ ନଜର ଆସିଲେ ବାଜିରାଓ ସିଙ୍ଘମ

ହାଇଦ୍ରାବାଦ: ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ୍ ଏଗେନ' ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଅନେକ ବଲିଉଡ ତାରକା ଯଥା ରଣଭୀର ସିଂ, ଅଜୟ ଦେବଗନ, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, କରୀନା କପୁର ଖାନ, ଅକ୍ଷୟ କୁମାର ଭଳି ତାରକା ନଜର ଆସିବେ । ତେବେ ପୂର୍ବରୁ ଏହି ସମସ୍ତ ତାରକାଙ୍କ ଲୁକ୍ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମରୁ ଅଜୟ ଦେବଗନଙ୍କ ଲୁକ୍ ପ୍ରକାଶ ପାଇଛି । ନିର୍ମାତା ରୋହିତ ଶେଟ୍ଟୀ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅଜୟ ଦେବଗନଙ୍କ ଲୁକ୍ ସେୟାର କରି ରୋହିତ ଶେଟ୍ଟୀ ଲେଖିଛନ୍ତି, ''ଗୋଟିଏ ସିଂହ ଆତଙ୍କ ସୃଷ୍ଟି କରେ ଏବଂ ଆହତ ସିଂହ ବିନାଶ ସୃଷ୍ଟି କରେ । ସମସ୍ତଙ୍କର ପ୍ରିୟ ପୋଲିସ୍ ବାଜିରାଓ ସିଙ୍ଘମ୍ ଫେରି ଆସିଛନ୍ତି । ସିଙ୍ଘମ ଏଗେନ ।'' ଏହି ଫଟୋ ସେୟାର ହେବାର ୧ ଘଣ୍ଟା ମଧ୍ୟରେ ୫୦ ହଜାରରୁ ଅଧିକ ଲାଇକ ମିଳିସାରିଲାଣି । ତେବେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ଜଣେ ଫ୍ୟାନ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୁଁ ସିଙ୍ଘମ ୩କୁ ଅପେକ୍ଷା କରିପାରୁନାହିଁ । ଆଉ ଜଣେ ଲେଖିଛନ୍ତି, ଶେଷରେ ବାଜିରାଓ ସିଙ୍ଘମ ଫେରିଲେ । ଆଉ ଜଣେ ଲେଖିଛନ୍ତି, ସାର୍, ତୁମେ ମୋର ପ୍ରିୟ ନିର୍ଦ୍ଦେଶକ । ମୁଁ ତୁମ ସହ କାମ କରିବାକୁ ଚାହୁଁଛି, ମୁଁ ତୁମର ଚଳଚ୍ଚିତ୍ରରେ ଏକ ଭୂମିକା ଗ୍ରହଣ କରିବାକୁ ଚାହୁଁଛି, କେଉଁ ପ୍ରକାରର ଭୂମିକା ବି ହେଉ ମୁଁ ଆପଣଙ୍କ ସହ କାମ କରିବାକୁ ଚାହୁଁଛି । ଏହାକୁ ଅନେକ ଫ୍ୟାନ ଫାୟାର ଇମୋଜି ଦେବା ସହ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କରୀନାଙ୍କ ପ୍ରଥମ ଲୁକ୍‌ ଆଉଟ, ଗନ ଧରିଥିବା ନଜର ଆସିଲେ

ସିଙ୍ଘମ୍ ଏଗେନ କଥା କହିବାକୁ ଗଲେ, ଏହି ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ରରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅକ୍ଷୟ କୁମାର, ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର ଖାନ, ଟାଇଗର ଶ୍ରଫ ଭଳି ତାରକା ଏଥିରେ ନଜର ଆସିବେ । ପୂର୍ବରୁ ଦୀପିକା ପାଦୁକାନ ଏବଂ ଟାଇଗର ଶ୍ରଫଙ୍କ ଲୁକ ରିଲିଜ ହୋଇସାରିଛି । ତେବେ ସିଙ୍ଘମ ଏଗେନ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହିତ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ପୁଷ୍ପା ୨ ମଧ୍ୟ ଏହି ଦିନ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.