ETV Bharat / entertainment

ମୁସେୱାଲଙ୍କ ହତ୍ୟା ପରେ ବଢ଼ିଲା ମିକାଙ୍କ ସୁରକ୍ଷା

author img

By

Published : May 31, 2022, 7:59 PM IST

ସୁନାମଧନ୍ୟ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ନିର୍ମମ ହତ୍ୟାକାଣ୍ଡ ପଞ୍ଜାବର ସିଷ୍ଟମକୁ ଦୋହଲାଇ ଦେଇଛି । ମୁସେୱାଲଙ୍କ ହତ୍ୟା ପରେ ବଲିଉଡ କଣ୍ଠଶିଳ୍ପୀ ମିକା ସିଂହଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିକ ପଢ଼ନ୍ତୁ

ମୁସେୱାଲାଙ୍କ ହତ୍ୟା ପରେ ବଢ଼ିଲା ମିକାଙ୍କ ସୁରକ୍ଷା

ଚଣ୍ଡିଗଡ଼: ସୁନାମଧନ୍ୟ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ନିର୍ମମ ହତ୍ୟାକାଣ୍ଡ ପଞ୍ଜାବର ସିଷ୍ଟମକୁ ଦୋହଲାଇ ଦେଇଛି । ମୁସେୱାଲଙ୍କ ହତ୍ୟା ପରେ ବଲିଉଡ କଣ୍ଠଶିଳ୍ପୀ ମିକା ସିଂହଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏହାକୁ ନେଇ ମିକା ସିଂହ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

ବର୍ତ୍ତମାନ ମିକା ଯୋଧପୁରରେ ଏକ ରିୟାଲିଟି ଶୋ'ର ସୁଟିଂ କରୁଛନ୍ତି । ତେବେ ସୁରକ୍ଷା ବଢ଼ାଇବା ନେଇ ମିକା ସିଂହ ନିଜ ଆଡ଼ୁ କୌଣସି ଦାବି କରିନଥିଲେ । ନିକଟରେ ସୋସିଆଲ ମିଡିଆରେ ମିକା ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ମୁସେୱାଲଙ୍କ ହତ୍ୟାକାଣ୍ଡକୁ କଡ଼ା ନିନ୍ଦା କରିଛନ୍ତି । ତାସହିତ ସହିତ ପଞ୍ଜାବରେ ମାନ ସରକାରଙ୍କୁ ହଟାଇବାକୁ ଦାବି କରିଛନ୍ତି ।

ସୋସିଆଲ ମିଡିଆ ପୋଷ୍ଟରେ ମିକା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଫେସ୍‌ବୁକ୍‌ ପେଜ୍‌ରେ ଲରେନ୍ସ ବିଷ୍ଣୋଇ ମୁସେୱାଲଙ୍କୁ ହତ୍ୟା କିରଥିବା ନେଇ ଦାବି କରିଛି । ଯୋଧପୁରରେ ଜୁନ୍‌ ୭ ତାରିଖ ଯାଏଁ ସୁଟିଂ କରିବେ ମିକା ସିଂହ । ତେବେ ରହୁଥିବା ହୋଟେଲ୍‌ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.