ETV Bharat / entertainment

Honey Singh: ହନି ସିଂହଙ୍କୁ ହତ୍ୟା ଧମକ, କାନାଡାରୁ ମିଳିଛି ଧମକପୂର୍ଣ୍ଣ ଭଏସ୍ ନୋଟ୍

author img

By

Published : Jun 22, 2023, 10:18 AM IST

ଲୋକପ୍ରିୟ ରାପର ହନି ସିଂହଙ୍କୁ ହତ୍ୟା ଧମକ ମିଳିଛି । କାନାଡାରୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ହନି ସିଂହଙ୍କୁ ଧମକପୂର୍ଣ୍ଣ ଭଏସ୍ ନୋଟ୍ ପଠାଇଛି । ଏହାପରେ ରାପର୍‌ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ଗାୟକ ହନି ସିଂହଙ୍କୁ ହତ୍ୟା ଧମକ, କାନାଡାରୁ ମିଳିଛି ଧମକପୂର୍ଣ୍ଣ ଭଏସ୍ ନୋଟ୍

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର ହନି ସିଂହଙ୍କୁ ହତ୍ୟା ଧମକ । କୁହାଯାଉଛି ଯେ ହନିଂଙ୍କୁ ବର୍ତ୍ତମାନ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଜୀବନରେ ମାରିଦେବାକୁ ଧମକ ଦେଇଛି । ଗୋଲ୍ଡି ତାଙ୍କୁ ଏକ ଧମକପୂର୍ଣ୍ଣ ଭଏସ୍ ନୋଟ୍ ପଠାଇଛି । ଏନେଇ ରାପର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ ଅଭିଯୋଗ କରିଛନ୍ତି । ପୂରା ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ହନି ସିଂହ ।

ହନି ସିଂହ କହିଛନ୍ତି ଯେ, କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ନାଁରେ ଧମକପୂର୍ଣ୍ଣ ଭଏସ୍‌ ନୋଟ୍‌ ମିଳିଛି । ଯେଉଁଥିରେ ସେ ହନିଂଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛି । ଘଟଣା ନେଇ ହନି ସିଂହ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଧମକପୂର୍ଣ୍ଣ ଭଏସ୍ ନୋଟ୍ ମଧ୍ୟ ଦେଇଛନ୍ତି । ହନି ସିଂହଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ହନି ସିଂହ କହିଛନ୍ତି, "ମୋତେ କ୍ରମାଗତ ଭାବରେ ଧମକପୂର୍ଣ୍ଣ କଲ ଏବଂ ଭଏସ୍ ମେସେଜ୍ ଆସୁଛି । ବିଦେଶୀ ନମ୍ବରରୁ ଏହି କଲ୍ ଆସୁଛି । ମୋତେ ଲୋକେ ବହୁତ ଭଲପାଇବା ଦେଇଛନ୍ତି । ମୁଁ ପ୍ରଥମ ଥର ପାଇଁ ଏଭଳି ଧମକ ପାଇଛି । ମୃତ୍ୟୁକୁ କିଏ ବା ଭୟ କରେ ନାହିଁ ? ଏଣୁ ମୁଁ ମଧ୍ୟ ଭୟଭୀତ ଏବଂ ମୋ ପରିବାର ବି ଭୟଭୀତ ।"

ଗୋଲ୍ଡି ବ୍ରାର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାବରେ ଜଣାଶୁଣା । ପଞ୍ଜାବରେ ଏକାଧିକ ଥାନାରେ ତା ନାଁରେ ମାମଲା ରହିଥିବା ବେଳେ ଭାରତରୁ ଖସି ବର୍ତ୍ତମାନ କାନାଡ଼ାରେ ଅବସ୍ଥାନ କରିଛି । ଗୋଲ୍ଡିର ବ୍ରାର ନାମ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପରେ ସାମ୍ନାକୁ ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଲ୍ଡି ଏବଂ ଲରେନ୍ସ ବିଷ୍ନୌଇ ଭଳି ଗ୍ୟାଙ୍ଗଷ୍ଟର ସିଦ୍ଧୁଙ୍କ ମୃତ୍ୟୁ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏମାନଙ୍କ ବିରୋଧରେ NIA UAPA ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

ହନି ସିଂହଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, ଗାୟକ କିଛି ସମୟ ପୂର୍ବରୁ ଇଣ୍ଡଷ୍ଟ୍ରିକୁ ପୁନଃ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହନି ଡିପ୍ରେସନରେ ଥିବା ଯୋଗୁଁ ଦୀର୍ଘ ସମୟ ଧରି କାମରୁ ନିଜକୁ ଦୂରେଇ ରଖିଥିଲେ । ହନି 2005ରେ ସଂଗୀତ ନିର୍ମାତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତା’ପରେ ହନି ଅନେକ ହିଟ୍ ଗୀତ ଏବଂ ରାପ୍ ସହ ଇଣ୍ଡଷ୍ଟ୍ରିର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହଠାତ୍ ନିଶା ସେବନ କରିବାକୁ ଲାଗିଲେ ଏବଂ ପରେ ବାଇପୋଲାର ଡିସଅର୍ଡର (Bipolar Disorder) ରୋଗର ଶିକାର ହେଲେ ।

ଏହି ସମୟ ମଧ୍ୟରେ, ସେ ଡିପ୍ରେସନକୁ ଚାଲିଗଲେ ଏବଂ ପ୍ରାୟ 18 ମାସ ପର୍ଯ୍ୟନ୍ତ ସେ କାହା ସହ ଦେଖା କରିନଥିଲେ । ଏହି ସମୟରେ ତାଙ୍କ ମୃତ୍ୟୁ ଗୁଜବ ମଧ୍ୟ ପ୍ରଚାର ହୋଇଥିଲା । ପରେ ଖୋଦ ହନି ଗଣମାଧ୍ୟମ ସାମ୍ନାକୁ ଆସି ଗୁଜବକୁ ଖଣ୍ଡନ କରିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ତାଙ୍କ ନୋଏଡ଼ାସ୍ଥିତ ବାସଭବନରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.