ETV Bharat / entertainment

Sidharth-Kiara Wedding: ରାତି ପାହିଲେ ସଙ୍ଗୀତ କାର୍ଯ୍ୟକ୍ରମ, ରାଜସ୍ଥାନରେ ପଡିବ ହାତଗଣ୍ଠି

author img

By

Published : Feb 3, 2023, 2:11 PM IST

Updated : Feb 3, 2023, 2:17 PM IST

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କିଆରା ଓ ସିଦ୍ଧାର୍ଥ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଙ୍ଗୀତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Sidharth Malhotra
Sidharth Malhotra

ମୁମ୍ବାଇ: ଆଉ ମାତ୍ର କିଛିଦିନର ଅପେକ୍ଷା । ହାତକୁ ଦି ହାତ ହେବେ ବଲିଉଡର ଚର୍ଚ୍ଚିତ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଉଭୟଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଗୁଜବ ଉଠିଥିବା ବେଳେ ଏବେ ଏହା ସତ ହେବାକୁ ଯାଉଛି । ଆସନ୍ତା 6 ତାରିଖରେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ହେବା ନେଇ ତାରିଖ ସ୍ଥିର ହୋଇଛି । ଏନେଇ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ରାଜସ୍ଥାନର ଜୈସଲମିରରେ ଆରମ୍ଭ ହୋଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । କିନ୍ତୁ ଉଭୟଙ୍କ ପକ୍ଷରୁ ବିବାହ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଆସନ୍ତା 4 ଓ 5 ତାରିଖ ଦିନ ହଳଦୀ ରସମ ଓ ସଙ୍ଗୀତ କାର୍ଯ୍ୟକ୍ରମ ସୂର୍ଯ୍ୟଗଡ ମହଲରେ ଆରମ୍ଭ ହୋଇଯିବ । ଏକ ରିପୋର୍ଟରେ କୁହାଯାଇଛି ଯେ, ବିବାହରେ ସାହିଦ କପୁର, ମୀରା କପୁର, କରନ ଜୋହର ଏବଂ ବରୁଣ ଧୱନଙ୍କ ପରି ବହୁ ସେଲିବ୍ରିଟି ଏବଂ ପରିବାର ସଦସ୍ୟ ଯୋଗଦେବାର ମଧ୍ୟ ସୂଚନା ମିଳିଛି ବର୍ତ୍ତମାନ ସିଦ୍ଧାର୍ଥ କିଆରଙ୍କ ତରଫରୁ ବିବାହକୁ ନେଇ ସୂଚନାକୁ ଅପେକ୍ଷା କରାଯାଇଛି ।

ସୂର୍ଯ୍ୟଗଡ ପ୍ୟାଲେସରେ କିଆରା ଓ ସିଦ୍ଧାର୍ଥଙ୍କ ପଡିବ ହାତଗଣ୍ଠି: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ରାଜସ୍ଥାନର ଜୈସଲମିର ସୂର୍ଯ୍ୟଗର ମହଲରେ ଅନୁଷ୍ଠିତ ହେବ । ଏହି ବିଳାସପୂର୍ଣ୍ଣ ହୋଟେଲ ଦେଖିବାକୁ ବହୁତ ଆକର୍ଷଣୀୟ । ଏଠାକାର କାରୁକାର୍ଯ୍ୟ ମଧ୍ୟ ମନଲୋଭା । ଏପରି ଏକ ସୁନ୍ଦର ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ପଡିବ ହାତଗଣ୍ଠି । ବଲିଉଡର ବହୁ ନାମୀଦାମୀ କଳାକାର ଓ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ହୋବା ନେଇ ସୂଚନା ରହିଛି ।

କିଆରା ଓ ସିଦ୍ଧାର୍ଥଙ୍କ ସଙ୍ଗୀତ ଉତ୍ସବ: ଶୁଣିବାକୁ ମିଳୁଛି ଯେ, ସଙ୍ଗୀତ କାର୍ଯ୍ୟକ୍ରମରେ ସେରଶାହା ଫିଲ୍ମର ଗୀତର ରାତା ଲମେୟା ଓ ରାଞ୍ଝା ଗୀତରେ ଡ୍ୟାନ୍ସ କରିପାରନ୍ତି ଏହି କପୁଲ । କରଣ ଜୋହର ଏହି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରିବା ନେଇ ବିଶେଷସୁତ୍ରରୁ ସୂଚନା ରହିଛି ।

ବିବାହରେ ଡିଜାଇନର ମନିଶ ମଲହୋତ୍ରାଙ୍କ ପୋଷାକ ପିନ୍ଧିବେ କିଆରା ଓ ସିଦ୍ଧାର୍ଥ: କିଆରା ଓ ସିଦ୍ଧାର୍ଥ ଡିଜାଇନର ମନିଶ ମଲହୋତ୍ରାଙ୍କ ବେଶ ନିକଟତର । ଗତ ସପ୍ତାହରେ ଉଭୟ ମନିଷଙ୍କୁ ଦେଖା କରିଥିଲେ। ତେବେ ଦମ୍ପତି ହେବାକୁ ଥିବା କିଆରା ଓ ସିଦ୍ଧାର୍ଥ ବିବାହ ପରେ ଦୁଇଟି ରିସେପ୍ସନ ପାର୍ଟି ଦେଇପାରନ୍ତି । ଦିଲ୍ଲୀରେ ପ୍ରଥମେ ରିସେପ୍ସନ ପାର୍ଟି ଦେବେ ଏହାପରେ ମୁମ୍ବାଇରେ ଆଉ ଏକ ରିସେପ୍ସନ ପାର୍ଟି ଦେଇପାରନ୍ତି । ଏନେଇ ପ୍ରସ୍ତୁତି ଚାଲିଥିବା ଶୁଣିବାକୁ ମିଳିଛି ।

ଗତ ବର୍ଷ କରଣ ଜୋହରଙ୍କ ଚାଟ୍ ସୋ କଫି ୱିଥ୍ କରଣରେ ସିଦ୍ଧାର୍ଥ ଏବଂ କିଆରା ନଜର ଆସିଥିଲେ । ଏହାପରେ ଠାରୁ ଉଭୟଙ୍କ ବିବାହକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଏଠାରେ ସିଦ୍ଧାର୍ଥ କିଆରାଙ୍କ ସହ ସମ୍ପର୍କକୁ ନେଇ ଅସ୍ୱୀକାର କରୁନଥିବା ବେଳେ ଗ୍ରହଣ ମଧ୍ୟ କରୁନଥିବା କହିଥିଲେ । ଆମେ ଦୁହେଁ ଘନିଷ୍ଠ ବନ୍ଧୁ ତା ଠାରୁ ଅଧିକା ବୋଲି କହିଥିଲେ ସିଦ୍ଧାର୍ଥ ।

Last Updated : Feb 3, 2023, 2:17 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.