ETV Bharat / entertainment

ପୁଣି ଏକାଠି ନଜର ଆସିବେ ଲଭ୍‌ ବାର୍ଡ ସିଦ୍ଧାର୍ଥ ଓ କିଆରା

author img

By

Published : Aug 16, 2022, 1:33 PM IST

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଏକ ଲଭ୍‌ ଷ୍ଟୋରୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ନାଁ ଅଦଲ ବଦଲ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ଲଭ୍‌ ଷ୍ଟୋରୀ ଫିଲ୍ମରେ ପୁଣି ନଜର ଆସିବେ ଲଭ୍‌ ବାର୍ଡ ସିଦ୍ଧାର୍ଥ କିଆରା

ହାଇଦ୍ରାବାଦ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ମଧ୍ୟରେ ଗଣାଯାଏ । ଏମାନଙ୍କ ଡେଟିଂକୁ ନେଇ କ୍ରମାଗତ ଭାବେ ଖବର ଆସୁଛି । କିଛିଦିନ ତଳେ ବ୍ରେକ୍ ଅପ୍ ପରେ ପୁଣିଥରେ ପ୍ୟାଚ୍ ଅପ୍ ଖବର ଶୁଣିବାକୁ ମିଳିଥିଲା । ଏବେ ସେମାନଙ୍କ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଏଥର ଏହି ଲଭ୍‌ ବାର୍ଡ ଏକ ଲଭ୍‌ ଷ୍ଟୋରୀ ଫିଲ୍ମରେ ନଜର ଆସିବେ ।

ଯଦି ଗଣମାଧ୍ୟମକୁ ବିଶ୍ବାସ କରାଯାଏ, ସିଦ୍ଧାର୍ଥ-କିଆରାଙ୍କ ଏହି ପ୍ରେମ କାହାଣୀ ଚଳଚ୍ଚିତ୍ରର ନାଁ 'ଅଦଲ-ବଦଲ' ବୋଲି କୁହାଯାଉଛି । ଉଲ୍ଲେଖନୀୟ ଯେ, ନିକଟରେ ଫିଲ୍ମ 'ଶେର୍‌ଶାହା' ଏକ ବର୍ଷ ପୂରଣ କରିଛି ଏବଂ ବର୍ତ୍ତମାନ ଏହି ଦମ୍ପତି ପୁଣିଥରେ ନିଜର କମାଲ ଦେଖାଇବାକୁ ଯାଉଛନ୍ତି ।

ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ରହସ୍ୟମୟ ପ୍ରେମ କାହାଣୀ । ଏହା ଏକ ରୋମାଣ୍ଟିକ୍-କମେଡି ଫିଲ୍ମ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ସୁନୀର ଖେତ୍ରପାଲ । ଏହା ମଧ୍ୟ କୁହାଯାଉଛି ଯେ, ଏହି ଫିଲ୍ମରେ ବହୁ ପରିମାଣର VFX ଏବଂ CGI ବ୍ୟବହାର କରାଯିବ । ଏହା ପ୍ରଥମ ଥର ପାଇଁ ସିଦ୍ଧାର୍ଥ-କିଆରାଙ୍କୁ ଏକ ପ୍ରେମ କାହାଣୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

ସିଦ୍ଧାର୍ଥ-କିଆରା 75ତମ ସ୍ୱାଧୀନତା ଦିବସରେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ । ଆଜାଦି କା ଅମୃତ ମହୋତ୍ସବ ଅବସରରେ କିଆରା ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସିଦ୍ଧାର୍ଥ କମେଣ୍ଟ ଦେଇ ଲେଖିଥିଲେ କି କିଆରା ତାଙ୍କୁ ଭିଡିଓରୁ କାଟି ଦେଇଛନ୍ତି । ପରେ କିଆରା ସିଦ୍ଧାର୍ଥଙ୍କୁ ପାଲଟା ଜବାବ୍‌ ଦେଇ ଲେଖିଛନ୍ତି, ତୁମ ହାତ ଏବେ ବି ଦେଖାଯାଉଛି । ଏହି କ୍ୟୁଟ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.