ETV Bharat / entertainment

ବଲିଉଡରେ ସେହନାଜ୍ ଗିଲଙ୍କ ଏଣ୍ଟ୍ରି, ସଲମାନ ଦେଲେ ଏମିତି ଅଫର୍‌

author img

By

Published : Apr 29, 2022, 11:03 AM IST

ସେହନାଜ ଗିଲ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍‌ କଭି ଦିଓ୍ବାଲୀରେ ସେହନାଜ ଗିଲ୍‌ ନଜର ଆସିପାରନ୍ତି । ଅଧିକ ପଢନ୍ତୁ

ବଲିଉଡରେ ସେହନାଜ୍ ଗିଲଙ୍କ ଏଣ୍ଟ୍ରି, ସଲମାନ ଦେଲେ ଏମିତି ଅଫର୍‌
ବଲିଉଡରେ ସେହନାଜ୍ ଗିଲଙ୍କ ଏଣ୍ଟ୍ରି, ସଲମାନ ଦେଲେ ଏମିତି ଅଫର୍‌

ହାଇଦ୍ରାବାଦ: ପୁଣି ଚମକିଲା ବିଗବସ୍ ଫେମ୍‌ ସେହନାଜ୍ ଗିଲଙ୍କ ଭାଗ୍ୟ । ସେହନାଜ ବିଗବସକୁ ଆସି ଏତେ ଚର୍ଚ୍ଚିତ ହୋଇଯାଇଥିଲେ ଯେ ଆଜି ତାଙ୍କ ପ୍ରଶଂସକଙ୍କ ତାଲିକା ବହୁତ ଲମ୍ବା ହୋଇଯାଇଛି । ସେହନାଜଙ୍କ ପ୍ରଶଂସକମାନେ ତାଙ୍କ କାମକୁ ବହୁତ ପସନ୍ଦ କରନ୍ତି । ଏମିତି କି ତାଙ୍କ ପ୍ରଶଂସକ ଚାହୁଁଥିଲେ କି ସେହନାଜ ବି ବଲିଉଡରେ ଏଣ୍ଟ୍ରି କରନ୍ତୁ । ବର୍ତ୍ତମାନ ସେହନାଜଙ୍କ ପ୍ରଶଂସକଙ୍କ କଥା ମଧ୍ୟ ସତ ହୋଇଛି । କାରଣ ସେହନାଜ ଗିଲ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେହନାଜଙ୍କ ହାତରେ ଏକ ବଡ଼ ଚଳଚ୍ଚିତ୍ର ଲାଗିଛି । ତେବେ ଏହି ଚଳଚ୍ଚିତ୍ର ଆଉ କାହାର ନୁହେଁ, ବରଂ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସଲମାନ ଖାନଙ୍କର । ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍‌ କଭି ଦିଓ୍ବାଲୀ'ରେ ସେହନାଜ ଗିଲ୍‌ ନଜର ଆସିପାରନ୍ତି । ବର୍ତ୍ତମାନ ଏହି ଖବର ବିଷୟରେ ସେହାନାଜ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଠାରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।

ଆୟୁଷ ଶର୍ମାଙ୍କ ସହ ନଜର ଆସିବେ

ଏହି ଚଳଚ୍ଚିତ୍ରରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ନିକଟରେ ଆୟୁଷ ଶର୍ମା ମଧ୍ୟ ଏହି ଚଳଚ୍ଚିତ୍ରରେ ଏଣ୍ଟ୍ରି କରିଛନ୍ତି। କୁହାଯାଉଛି ଯେ ସେହନାଜଙ୍କୁ ଆୟୁଷଙ୍କ ବିପକ୍ଷରେ କାଷ୍ଟ କରାଯାଇଛି । ତେବେ ଆୟୁଷ ଏବଂ ସଲମାନ ଦ୍ୱିତୀୟ ଥର ପାଇଁ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଉଭୟ ଚଳଚ୍ଚିତ୍ର ଅନ୍ତିମରେ ସ୍କ୍ରିନ୍ ସ୍ପେସ୍ ସେୟାର କରୁଥିବା ଦେଖାଯାଇଥିଲା । ଏହା ବ୍ୟତୀତ ପୂଜା ହେଗଡେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ । ଏହାପୂର୍ବରୁ ସେ ହାଉସଫୁଲ 4 ଏବଂ ବଚ୍ଚନ ପାଣ୍ଡେର ନିର୍ଦ୍ଦେଶନା ଦେଇଛନ୍ତି।

ଏହା ବି ପଢନ୍ତୁ: Good Photos: ମିନି ସ୍କଟରେ ସେହନାଜଙ୍କ ଗ୍ଲାମରସ୍ ଅବତାର

ସଲମାନଙ୍କ ଫିଲ୍ମ

କଭି ଇଦ୍ କଭି ଦିୱାଲୀଙ୍କ ବ୍ୟତୀତ ସଲମାନ ଖାନ ଖୁବ୍ ଶୀଘ୍ର ଆହୁରି ଅନେକ ଚଳଚ୍ଚିତ୍ରରେ ନଜର ଆସିବେ । ସେ ଖୁବ୍ ଶୀଘ୍ର କ୍ୟାଟ୍ରିନା କୈଫଙ୍କ ସହ ଟାଇଗର 3 ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୁନର୍ବାର ର' ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ । ମନୀଷ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ 21ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସେ ସାଉଥ୍‌ରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ଚଳଚ୍ଚିତ୍ର ଗଡଫାଦର ମଧ୍ୟ ତାଙ୍କ ଚିରଞ୍ଜୀବୀଙ୍କ ସହ ମୁକ୍ତିଲାଭ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.