ETV Bharat / entertainment

ସଲମାନଙ୍କ ଫିଲ୍ମରୁ ଓହରିଲେ ଶେହନାଜ !

author img

By

Published : Aug 9, 2022, 2:22 PM IST

ଶେହନାଜ ଗିଲ ଫିଲ୍ମ କଭି ଇଦ୍‌ କଭି ଦିଓ୍ବାଲୀରୁ ବାହାରି ଯାଇଛନ୍ତି । ଏହା ସହିତ ଶେହନାଜ ଗିଲ୍‌ ସଲମାନ ଖାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଅଧିକ ପଢନ୍ତୁ

ସଲମାନଙ୍କ ଫିଲ୍ମକୁ ବାହାରିଲେ ଶେହନାଜ ଗିଲ, ଅଭିନେତାଙ୍କୁ ଇନ୍‌ଷ୍ଟାରେ କଲେ ଅନ୍‌ଫଲୋ !

ହାଇଦ୍ରାବାଦ: ପଞ୍ଜାବର କ୍ୟାଟ୍ରିନା ଶେହନାଜ ଗିଲଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ଲାଗୁଛି, ତାଙ୍କ ଖୁସିରେ ଯେମିତି କାହା ନଜର ଲାଗିଯାଇଛି । ଶେହନାଜଙ୍କ ଡେବ୍ୟୁ ପ୍ରୋଜେକ୍ଟକୁ ନେଇ ସାମ୍ନାକୁ ଆସିଥିବା ଖବର ଆପଣଙ୍କୁ ବି ଝଟକା ଦେଇପାରେ । ରିପୋର୍ଟସ ମୁତାବିକ, ଶେହନାଜ ଗିଲ ଫିଲ୍ମ 'କଭି ଇଦ୍‌ କଭି ଦିଓ୍ବାଲୀ'ରୁ ବାହାରି ଯାଇଛନ୍ତି ।

ସଲମାନଙ୍କ ଫିଲ୍ମରୁ ବାହାରିଲେ ଶେହନାଜ ?

ଟେଲି ଚକ୍କରଙ୍କ ରିପୋର୍ଟ ଅନୁଯାୟୀ, ଶେହାନାଜ ଆଉ ଏବେ ସଲମାନ ଖାନଙ୍କ ଫିଲ୍ମର ଅଂଶ ନୁହଁନ୍ତି । ଏହା ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଏହା ମଧ୍ୟ ଦାବି କରାଯାଇଛି ଯେ, ଶେହନାଜ ଗିଲ ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଯଦି ଆପଣ ଶେହନାଜ ଗିଲଙ୍କ ଇନଷ୍ଟାରେ ଫଲୋଇଙ୍ଗ୍‌ ତାଲିକା ଦେଖନ୍ତି, ତେବେ ଆପଣ ଏଥିରେ ସଲମାନ ଖାନଙ୍କ ନାମ ପାଇବେ ନାହିଁ । କିନ୍ତୁ ଏହି ଫଲୋଇଙ୍ଗ୍‌ ତାଲିକାରେ ରଣଭୀର ସିଂ ନାଁ ରହିଛି । ଶେହନାଜଙ୍କ ଏହି ତାଲିକା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଶେହାନାଜ ସଲମାନଙ୍କୁ କାହିଁକି କଲେ ଅନଫଲୋ ?

ଅନ୍ୟପକ୍ଷରେ, ସଲମାନ ଖାନ ମଧ୍ୟ ଇନଷ୍ଟାରେ ଶେହାନାଜ ଗିଲଙ୍କୁ ଫଲୋ କରନ୍ତି ନାହିଁ । ଯଦିଓ ସଲମାନ ଶେହନାଜ ଗିଲଙ୍କୁ ଫଲୋ ନକରିବା ବୁଝାପଡୁଛି, କିନ୍ତୁ ଲୋକମାନେ ଏହା ହଜମ କରିପାରୁ ନାହାନ୍ତି ଯେ, ଶେହନାଜ ଗିଲ କାହିଁକି ଦବଙ୍ଗ ଖାନଙ୍କୁ ଫଲୋ କରୁନାହାନ୍ତି । ଏସବୁକୁ ବାଦ୍‌ ଦେଲେ, ଶେହନାଜ ଗିଲ ସଲମାନ ଖାନଙ୍କ ବଡ ପ୍ରୋଜେକ୍ଟ 'କଭି ଇଦ୍‌ କଭି ଦିଓ୍ବାଲୀ'ରୁ ବାହାରିଛନ୍ତି ନା ଏହା କେବଳ ଗୁଜବ । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ସତ୍ୟତା ସାମ୍ନାକୁ ଆସିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.