ହାଇଦ୍ରାବାଦ: ଶେହାନାଜ ଗିଲ ଆଜିକାଲି ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ଏଥର ଶେହନାଜ ପଞ୍ଜାବର ତାଙ୍କ ପିଣ୍ଡ ଅର୍ଥାତ୍ ଗାଁରେ ପହଞ୍ଚିଛନ୍ତି । ସେ ତାଙ୍କ ଗାଁର କ୍ଷେତରୁ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓରେ ଶେହାନାଜ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
- " class="align-text-top noRightClick twitterSection" data="
">
ଶେହନାଜ ସେୟାର କରିଥିବା ଭିଡିଓରେ ସେ ତାଙ୍କ ଗାଁର ଝଲକ ଦେଖାଇଛନ୍ତି । ଶେହନାଜ ଏକ ବାଇଗଣୀ ଓ ଧଳା ରଙ୍ଗର ସୁଟ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶେହନାଜ କେତେବେଳେ ଟ୍ରାକ୍ଟରରେ ବସିଥିବାର ଦେଖାଯାଇଛି ତ ପୁଣି କେତେବେଳେ ସେ ନିଜ ଡୁପଟ୍ଟା ହଲାଇ କ୍ଷେତରେ ଦୌଡୁଥିବା ଦେଖାଯାଇଛି । ପ୍ରଶଂସକମାନେ ଶେହାନାଜଙ୍କ ହସ ହସ ଚେହେରାକୁ ବହୁତ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଶେହନାଜ ଏହି ଭିଡିଓ ସହିତ mera pind … mere khet ଲେଖିଛନ୍ତି ।
ନିକଟରେ ଶେହନାଜ ଗିଲ ତାଙ୍କ ଫୋନର ୱାଲପେପର କାରଣରୁ ଲାଇମଲାଇଟକୁ ଆସିଥିଲେ । ତାଙ୍କ ୱାଲପେପରରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଶେହନାଜଙ୍କର ଏକ ଫଟୋ ଥିଲା, ଯେଉଁଥିରେ ଦୁହେଁ ପରସ୍ପରର ହାତ ଧରିଥିଲେ । ଏହି ଫଟୋ ଦେଖି ଉଭୟଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ।
ଶେହନାଜ୍ ଗିଲ୍ 'ବିଗ୍ ବସ୍' ସିଜନ୍ 13 ରେ ଭାଗ ନେଇଥିଲେ, ଯାହା ପରେ ତାଙ୍କ ପ୍ରଶଂସକ ବହୁତ ବଢିଯାଇଥିଲେ । ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ ଯୋଡି ଶୋ’ରେ ବହୁତ ପସନ୍ଦ ଆସିଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଶଂସକମାନେ ଉଭୟଙ୍କୁ ସିଡନାଜ ବୋଲି ଡାକନ୍ତି ଏବଂ ପ୍ରାୟତଃ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଶେହନାଜଙ୍କ କାମ ବିଷୟରେ କହିବାକୁ ଗଲେ ଗତ ବର୍ଷ ତାଙ୍କର ଚଳଚ୍ଚିତ୍ର 'ହୌସଲା ରଖ' ମୁକ୍ତିଲାଭ କରିଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ବ୍ୟତୀତ ସେ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ