ETV Bharat / entertainment

ଗୁରୁ ରାନ୍ଧୱାଙ୍କୁ ଡେଟ୍ କରୁଛନ୍ତି ଶେହନାଜ ! ଅଭିନେତ୍ରୀଙ୍କ ପୋଷ୍ଟ ଦେଲା ହିଣ୍ଟ୍

author img

By ETV Bharat Odisha Team

Published : Jan 3, 2024, 11:14 AM IST

Updated : Jan 3, 2024, 2:45 PM IST

Shehnaaz Gill Dating Rumors: ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଶେହନାଜ ଗିଲ । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ବର୍ତ୍ତମାନ ସିଙ୍ଗର ଗୁରୁ ରାନ୍ଧୱାଙ୍କୁ ଡେଟ୍ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

ଗୁରୁ ରାନ୍ଧୱାଙ୍କୁ ଡେଟ୍ କରୁଛନ୍ତି ଶେହନାଜ ଗିଲ! ଅଭିନେତ୍ରୀଙ୍କ ପୋଷ୍ଟ ଦେଲା ହିଣ୍ଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ ନିଜ ଡେଟିଂ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ପରେ ରାଘବ ଜୁଏଲଙ୍କ ପରେ ଏବେ ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । ଉଭୟ ସୋସିଆଲ ମିଡିଆରେ ପରସ୍ପର ସହ ଅନେକ ଫଟୋ ସେୟାର କରିଥାନ୍ତି । ହେଲେ ବର୍ତ୍ତମାନ ଉଭୟ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଗୁରୁ ଏବଂ ଶେହନାଜ ଡେଟ୍ କରୁଥିବା ନିଶ୍ଚିନ୍ତ କରିଛନ୍ତି ।

ଶେହନାଜ ଗିଲ ଏବଂ ଗୁରୁ ରାନ୍ଧୱାଙ୍କ ସହ ମୁନରାଇଜ ଭିଡିଓ ରିଲିଜ ହୋଇଥିଲା । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ । ମୁନରାଇଜ ସଫଳତା ପରେ ଗୁରୁ ଏବଂ ଶେହନାଜ ପୁଣି ଏକାଠି ନଜର ଆସିଛନ୍ତି । ଉଭୟ ନିଜ ଆଗାମୀ ଏକ ଗୀତର ପୋଷ୍ଟ ରିଲିଜ କରିଛନ୍ତି । ଏହି ପୋଷ୍ଚର ସେୟାର କରି ଲେଖିଛନ୍ତି, ଏହା କେବଳେ ଏକ ଗୀତ ନୁହେଁ ଏକ ସୁନ୍ଦର ଭାବନା । ଯାହା ଆମେ ଏକତ୍ର ଭଲ ପାଇଛୁ । ଏତେ ମାତ୍ରାରେ ଭଲ ପାଇବା ପାଇଁ ଧନ୍ୟବାଦ । ମୁନରାଇଜ ପରେ ସର୍ବଦା ସନରାଇଜ ହୋଇଥାଏ । ଏହି ପୋଷ୍ଟ ସେୟାର ହେବା ମାତ୍ରେ ବେଶ ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ଦୁହେଁ ଡେଟ କରୁଥିବା ଆଲୋଚନା କରାଯାଉଛି ।

ଏହି ପୋଷ୍ଟରେ ଶେହନାଜ ଗୁରୁଙ୍କ ବାହୁରେ ଶୋଇଥିବାର ନଜର ଆସିଛନ୍ତି । ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ଆପଣ ଏବଂ ଗୁରୁଙ୍କୁ ଏକାସାଙ୍ଗେ ଦେଖିବାକୁ ଅପେକ୍ଷା କରିହେଉ ନାହିଁ । ଆଉ ଜଣେ ଲେଖିଛନ୍ତି, ଏହି ସୁନ୍ଦର କପଲଙ୍କ ନୂଆ ବର୍ଷର ଭଲ ଆରମ୍ଭ । ଆଉ ଜଣେ ଲେଖିଛନ୍ତି, ଉଭୟ ଏକାଠି ବହୁତ ସୁନ୍ଦର ଲାଗୁଛ । ଅନେକ ଏହି ପୋଷ୍ଟ ଉପରେ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି ।

ସୂଚନା ଥାଉକି, ଶେହନାଜ ଗୁରୁ ରାନ୍ଧୱା ପୂର୍ବରୁ ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତା ରାଗବ ଜୁଏଲଙ୍କ ସହ ଡେଟିଂ ରୁମର ଚର୍ଚ୍ଚା ହୋଇଥିଲା । ଉଭୟ 'କିସି କା ବାଇ କିସି କି ଜାନ' ଫିଲ୍ମରେ ଏକାଠି ନଜର ଆସିଥିଲେ । ଏହି ସମୟରେ ଉଭୟଙ୍କ କେମେଷ୍ଟ୍ରି ଦେଖି ଡେଟିଂ ନେଇ ଆଲୋଚନା ହୋଇଥିଲା । ପରେ ଉଭୟ ଏହି ଖବରକୁ ଖଣ୍ଡନ କରିଥିଲେ ।

ଏହା ପୂର୍ବରୁ ଶେହନାଜଙ୍କ ନାଁ ସହ ବିଗ ବସ୍ ୧୩ ବିଜେତା ତଥା ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଯୋଡା ଯାଇଥିଲା । ବିଗ ବସ୍ ୧୩ର ଉଭୟ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏହି ସମୟରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଫ୍ୟାନ୍ସ ମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରିଥିଲେ । ହେଲେ ଭାଗ୍ୟର ବିଡମ୍ବନା ୨୦୨୧ ମସିହାରେ ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଶୁକ୍ଲା ହୃଦଘାତରେ ପ୍ରାଣ ହରାଇଥିଲେ । ଏହା ପରେ ବେଶ ଭାଙ୍ଗି ପଡିଥିଲେ ଶେହନାଜ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜ ଜୀବନରେ ଆଗକୁ ବଢିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶେହନାଜଙ୍କ ସହ ଡେଟିଂ ରୁମର୍ ନେଇ ମୁହଁ ଖୋଲିଲେ ରାଘବ, କହିଲେ...

ଶେହନାଜ ଗିଲଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସଲମାନ କାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା ହେଲେ ଅଭିନେତ୍ରୀଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ବର୍ତ୍ତମାନ ୨ୟ ବଲିଉଡ ଫିଲ୍ମ 'ଥ୍ୟାଙ୍କ ୟୁ ଫର କମିଙ୍ଗ'ରେ ନଜର ଆସିଛନ୍ତି । ଏହି ଫିଲ୍ମ ଅକ୍ଟୋବର ୬, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଶେହନାଜ ଗିଲ, ସୋନମ ବାଜୱା ଏବଂ ଦିଲଜିତ ଦୋସାଞ୍ଜଙ୍କ ସହିତ 'ରାନ୍ନା ଚା ଧନ୍ନା' ସହ ବଡ ପରଦାକୁ ଫେରୁଛନ୍ତି । ନିକଟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରିଥିଲେ । ସାରା ବିଶ୍ବରେ ଏହି ଫିଲ୍ମ ଅକ୍ଟୋବର 2, 2024ରେ ରିଲିଜ ହେବ ।

Last Updated : Jan 3, 2024, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.