ETV Bharat / entertainment

Shehnaaz Gill Hospitalized: ହସ୍ପିଟାଲରେ ଶେହନାଜ ଗିଲ, ଆଶୁ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Oct 10, 2023, 9:25 AM IST

ହସ୍ପିଟାଲରେ ଅଭିନେତ୍ରୀ ଶେହନାଜ ଗିଲ । ସଂକ୍ରମଣ ହେତୁ ଶେହନାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ଅଧିକ ପଢନ୍ତୁ

ହସ୍ପିଟାଲରେ ଶେହନାଜ ଗିଲ
ହସ୍ପିଟାଲରେ ଶେହନାଜ ଗିଲ

ହାଇଦ୍ରାବାଦ: ହସ୍ପିଟାଲରେ ଅଭିନେତ୍ରୀ ଶେହନାଜ ଗିଲ । ସଂକ୍ରମଣ ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି । ଏକ ଘରୋଇ ହସ୍ପିଟାଲରେ ଶେହନାଜଙ୍କୁ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ଆଜିକାଲି ତାଙ୍କ ଫିଲ୍ମ 'ଥ୍ୟାଙ୍କୟୁ ଫର କମିଂ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ସେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଶେହାନାଜ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ସହିତ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଶଂସକ ଅସୁସ୍ଥ ଖବର ଶୁଣିବା ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶେହନାଜଙ୍କୁ ଭେଟିବା ପାଇଁ ରିୟା କପୁର ହସ୍ପିଟାଲ ଯାଇଥିଲେ । ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଷ୍ଟାର କାଷ୍ଟଙ୍କ ସହ ଫିଲ୍ମର ପ୍ରମୋସନରେ ଶେହନାଜ ଗିଲ ନିୟୋଜିତ ଥିଲେ । ଏହି ସମୟରେ ସେ ଏପରି କିଛି ଖାଇଲେ ଯେଉଁଥିପାଇଁ ତାଙ୍କ ପେଟ ଖରାପ ହୋଇଛି । ଏହି ସଂକ୍ରମଣ ଏତେ ବଢିଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଇନଷ୍ଟାଗ୍ରାମ ଲାଇଭରେ ଆସି ଶେହନାଜ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅପଡେଟ ଦେଇଛନ୍ତି ।

ଶେହନାଜ ଗିଲ ସ୍ୱାସ୍ଥ୍ୟ ଅପଡେଟ୍‌

ଭିଡିଓରେ ଶେହାନାଜ ଗିଲ ସମାନ ପୋଷାକରେ ହସ୍ପିଟାଲ ବେଡ ଉପରେ ଶୋଇଥିବାର ନଜର ଆସିଥିଲେ । ଭିଡିଓରେ ଶେହନାଜ କହୁଛନ୍ତି- ଦେଖ, ସମସ୍ତଙ୍କର ସମୟ ଆସେ, ସମସ୍ତଙ୍କର ସମୟ ଚାଲିଯାଏ । ମୋ ସହିତ ମଧ୍ୟ ସମାନ ଘଟଣା ଘଟିଛି । ପୁଣି ଆଗକୁ ଆସିବ କିଛି ଦିନ ପରେ । ସାଥୀଗଣ, ମୁଁ ବର୍ତ୍ତମାନ ଭଲ ଅଛି । ଭଲ ବି ନାହିଁ । ମୋତେ ଏକ ପ୍ରକାର ସଂକ୍ରମଣ ହୋଇଛି । ମୁଁ ସାଣ୍ଡୱିଚ୍ ଖାଇଥିଲି । ମୋତେ ଫୁଡ ଇନ୍‌ଫେକସନ୍‌ ହୋଇଛି । ଶେହନାଜ ଗିଲଙ୍କ ଭିଡିଓ ସେୟାର କରି ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: Mission Raniganj BO Collection: କାମ କରୁନି ଅକ୍ଷୟଙ୍କ ଯାଦୁ, ଭୂମିଙ୍କ ଫିଲ୍ମ ବି ଦେଖାଇପାରୁନି କମାଲ

ଅନିଲ କପୁର କମେଣ୍ଟ ଦେଇଛନ୍ତି

ଶେହନାଜଙ୍କ ଇନଷ୍ଟାଗ୍ରାମ ଲାଇଭରେ ଅନିଲ କପୁର ମଧ୍ୟ କମେଣ୍ଟ ଦେଇଛନ୍ତି । ଶେହନାଜଙ୍କୁ ଖୁସି କରାଇବା ପାଇଁ ତାଙ୍କୁ ମମତାଜ କହିଛନ୍ତି । ସେ ଲେଖିଛନ୍ତି- ତୁମେ ମମତାଜଙ୍କ ପରି, ପରବର୍ତ୍ତୀ ମମତାଜ । ସମସ୍ତେ ଦେଖୁଛନ୍ତି ଏବଂ ପ୍ରଶଂସା କରୁଛନ୍ତି ।

ଶେହାନାଜଙ୍କ ଫିଲ୍ମ 'ଥ୍ୟାଙ୍କୟୁ ଫର କମିଂ' ବିଷୟରେ କହିବା ତ, ଏଥିରେ ତାଙ୍କ ସହ ଭୂମି ପେଡନେକର, କୁଶା କପିଲା, ଶିବାନୀ ବେଦୀ, ଡଲି ସିଂ, କରଣ କୁନ୍ଦ୍ରା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ବୁଲାନି । ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା 4.42 କୋଟି ଟଙ୍କା କଲେକ୍ସନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.