ETV Bharat / entertainment

'ଗୀତାଞ୍ଜଳି' ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ପରିଣୀତି, କିଭଳି ଫିଲ୍ମରେ ଏଣ୍ଟ୍ରି କରିଥିଲେ ରଶ୍ମିକା ?

author img

By ETV Bharat Odisha Team

Published : Dec 24, 2023, 3:29 PM IST

Updated : Dec 24, 2023, 5:22 PM IST

ପରିଣୀତି ଚୋପ୍ରା ପ୍ରଥମେ 'ଆନିମଲ' ଚଳଚ୍ଚିତ୍ରରେ ଗୀତାଞ୍ଜଳି(ରଶ୍ମିକା ମନ୍ଦନା)ଙ୍କ ଭୂମିକାରେ ନଜର ଆସିଥାନ୍ତେ । ହେଲେ ଶେଷ ମୁହୂର୍ତ୍ତରେ ସନ୍ଦୀପ ରେଡ୍ଡୀ ଭଙ୍ଗା ପରିଣୀତିଙ୍କୁ ରିପ୍ଲେସ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ସନ୍ଦୀପ ଏହାର କାରଣ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

'ଆନିମଲ'ରେ ପରିଣୀତିଙ୍କୁ ରିପ୍ଲେସ ନେଇ ମୁହଁ ଖୋଲିଲେ ସନ୍ଦୀପ ରେଡ୍ଡି ଭଙ୍ଗା, କହିଲେ-'ଫିଲ୍ମ ଠାରୁ କିଛି ବଡ ନୁହେଁ'

ହାଇଦ୍ରାବାଦ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିକଟରେ ନିର୍ମିତ ଚଳଚ୍ଚିତ୍ର 'ଆନିମଲ' ଭାରତ ସମେତ ସାରା ବିଶ୍ବରେ ଧମାକା କରିଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଅନ୍-ସ୍କ୍ରିନ୍ ପତ୍ନୀଙ୍କ ଚରିତ୍ରରେ ଗୀତାଞ୍ଜଳି ଭୂମିକାରେ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି । ହେଲେ ଏହି ଫିଲ୍ମରେ କାଷ୍ଟ ପାଇଁ ରଶ୍ମିକା ନିର୍ଦ୍ଦେଶକ ସନ୍ଦୀପଙ୍କ ପ୍ରଥମ ପସନ୍ଦ ନଥିଲେ। ସନ୍ଦୀପ ରେଡ୍ଡୀ 'ଆନିମଲ' ତିଆରି କରୁଥିଲେ, ସେତେବେଳେ ସେ ଗୀତାଞ୍ଜଳି ଭୂମିକାରେ ପରିଣୀତି ଚୋପ୍ରାଙ୍କୁ କାଷ୍ଟ କରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ପରିଣୀତିକୁ ରିପ୍ଲେସ କରିଥିଲେ । ତେବେ ସେ କାହିଁକି ଏହା କରିଥିଲେ ସେନେଇ ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ ।

ନିକଟରେ ଏକ ସାକ୍ଷାତକାରରେ ସନ୍ଦୀପ ପରିଣୀତିଙ୍କୁ ରିପ୍ଲେସ ନେଇ କଥାବାର୍ତ୍ତା କରି କାରଣ ଦର୍ଶାଇଛନ୍ତି । ବାସ୍ତବରେ 'ଏହା ମୋର ଦୋଷ । ମୁଁ କହିଲି, ଯଦି ସମ୍ଭବ, ମୋତେ କ୍ଷମା କର । ମୁଁ ଦେଢ଼ ବର୍ଷ ପୂର୍ବେ ତାଙ୍କୁ ଫିଲ୍ମ ପାଇଁ ସାଇନ କରିଥିଲି, କିନ୍ତୁ ସୁଟିଂ ପୂର୍ବରୁ କୌଣସି କାରଣରୁ ମୁଁ ତାଙ୍କ ଭିତରେ ଗୀତାଞ୍ଜଳିର ଝଲକ ଦେଖିଲି ନାହିଁ । କିଛି କିଛି ଲୋକ ସେହି ଚରିତ୍ର ପାଇଁ ସୁଟ୍‌ ହୋଇନଥାନ୍ତି ।' ସନ୍ଦୀପ ରେଡ୍ଡୀ ଭଙ୍ଗା ଯେତେବେଳେ ସେ ତାଙ୍କ ନିଷ୍ପତ୍ତି କହିଥିଲେ ସେତେବେଳେ ପରିଣୀତିଙ୍କ ପ୍ରତିକ୍ରିୟା କ’ଣ ଥିଲା, ତାହା ମଧ୍ୟ କହିଛନ୍ତି ।

ସେ କହିଛନ୍ତି, 'ମୁଁ କଦାପି ଅଡିସନରେ ବିଶ୍ବାସ କରେ ନାହିଁ । ମୁଁ ପ୍ରଥମ ଦିନରୁ ତାଙ୍କ ଅଭିନୟକୁ ଭଲପାଏ ଏବଂ ମୁଁ ସବୁବେଳେ ତାଙ୍କୁ କବୀର ସିଂରେ ପ୍ରୀତି ଭୂମିକାରେ କାଷ୍ଟ କରିବାକୁ ଚାହୁଁଥିଲି, କିନ୍ତୁ ତାହା ହୋଇ ନଥିଲା । ଏହା ଦୀର୍ଘ ସମୟ ହୋଇଗଲାଣି । ମୁଁ ସବୁବେଳେ ତାଙ୍କ ସହ କାମ କରିବାକୁ ଚାହୁଁଥିଲି । ମୁଁ ତାଙ୍କୁ କହିଲି ଏବଂ ସେ ଏହା ଜାଣନ୍ତି । ମୁଁ ତାଙ୍କୁ କହିଲି, ମୁଁ ଦୁଃଖିତ । ଫିଲ୍ମ ଠାରୁ କିଛି ବଡ଼ ନୁହେଁ । ତେଣୁ ମୁଁ ମୋର ନିଷ୍ପତ୍ତି ପରିବର୍ତ୍ତନ କରୁଛି ଏବଂ ଅନ୍ୟ ଜଣେ କଳାକାରଙ୍କୁ କାଷ୍ଟିଂ କରୁଛି । ସେ ଖରାପ ଅନୁଭବ କଲେ, କିନ୍ତୁ ସେ ବୁଝିପାରିଲେ କି ମୁଁ କାହିଁକି ଏହା କହୁଛି ।'

ଏହା ମଧ୍ୟ ପଢନ୍ତୁ: 'ଆନିମଲ ପାର୍କ': ଏହି ଦିନରୁ ଆରମ୍ଭ ସୁଟିଂ, ୩ୟ ଭାଗ ବି ଆସିବା ନେଇ ହିଣ୍ଟ୍‌ ହେଲ ସନ୍ଦୀପ

ସୂଚନା ଥାଉ କି, ପ୍ରୀତିଙ୍କ ଚରିତ୍ରକୁ କିଆରା ଆଡଭାନୀ ସାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'କବୀର ସିଂ'ରେ ଅଭିନୟ କରିଥିଲେ । ୨୦୧୯ରେ ମୁକ୍ତିଲାଭ କରିଥିବା ସନ୍ଦୀପଙ୍କ ଏହି ଫିଲ୍ମ ମଧ୍ୟ ସୁପରହିଟ୍ ପ୍ରମାଣିତ ହୋଇଥିଲା । ସେପଟେ ଆନିମଲ କଥା କହିବାକୁ ଗଲେ, ଦର୍ଶକ ଫିଲ୍ମରେ ରଣବୀର, ରଶ୍ମିକାଙ୍କ କେମେଷ୍ଟ୍ରି ଏବଂ ବବି ଦେଓଲଙ୍କ ଆକ୍ସନ ବେଶ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି । ଆନିମଲ ଡିସେମ୍ବର ୧ରେ ରିଲିଜ ହୋଇଥିବା ବେଳେ ଆଜକୁ ଏହା ୨୪ଦିନରେ ପହଞ୍ଚିଛି । ବିଶ୍ୱରେ ଏହି ଫିଲ୍ମ ୮୬୪ କୋଟି ଆୟ କରିଥିବା ବେଳେ ଭାରତରେ ମୋଟ ୫୩୪.୪୪ କୋଟି ଆୟ କରି ସଫଳତା ହାସଲ କରିଛି ।

Last Updated : Dec 24, 2023, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.