ETV Bharat / entertainment

Jawan: ରିଲିଜ ପୂର୍ବରୁ ଜବାନର କ୍ରେଜ, ଆମେରିକାରେ ଆଡଭାନ୍ସ ବୁକିଂରେ ରେକର୍ଡ କଲାଣି ଫିଲ୍ମ

author img

By ETV Bharat Odisha Team

Published : Aug 25, 2023, 4:53 PM IST

ସେପ୍ଟେମ୍ବର 7ରେ ରିଲିଜ ହେବ ଶାହାରୁଖ ଖାନଙ୍କ ଫିଲ୍ମ ଜବାନ । ତେବେ ଫିଲ୍ମ ରିଲିଜ ପୂର୍ବରୁ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଥିବା ବେଳେ କିଛି ଦିନ ମଧ୍ୟରେ କୋଟି ମୂଲ୍ୟର ବ୍ୟବସାୟ କରିସାରିଲାଣି । ଅଧିକ ପଢନ୍ତୁ

ରିଲିଜ ପୂର୍ବରୁ ଜବାନର କ୍ରେଜ, ଆମେରିକାରେ ଆଡଭାନ୍ସ ବୁକିଂରେ ରେକର୍ଡ କଲାଣି ଫିଲ୍ମ

ହାଇଦ୍ରାବାଦ: ଚଳିତ ବର୍ଷ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନ 1000କୋଟିରୁ ଅଧିକ ଆୟ କରି ଏକ ରେକର୍ଡ ସୃଷ୍ଟି କରିଥିଲା। ଏବଂ ଏହି ଚଳଚ୍ଚିତ୍ର ଏକ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଜବାନ ସହ ପୁଣି ଧମାକା କରିବାକୁ ଯାଉଛନ୍ତି ଶାହାରୁଖ । ଏପର୍ଯ୍ୟନ୍ତ ଟ୍ରେଲର ରିଲିଜ୍ ହୋଇନାହିଁ କିନ୍ତୁ ଫିଲ୍ମ ଖୁବ ରୋଜଗାର କରିବା ଆରମ୍ଭ କରିସାରିଲାଣି । ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଥିବା ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଯଦିଓ ବୁକିଂ କେବଳ ଆମେରିକା ଏବଂ ଦୁବାଇରେ ଆରମ୍ଭ ହୋଇଛି । ତେବେ ରିଲିଜ ପୂର୍ବରୁ ଯବାନ କିଛି ଦିନ ମଧ୍ୟରେ କୋଟି ମୂଲ୍ୟର ବ୍ୟବସାୟ କରିସାରିଲାଣି ।

  • #Jawan advance bookings are off to a SUPERB start in USA🇺🇸

    CROSSES 10K ticket milestone & ₹1.5 cr gross.

    Advance sales - $183,791 [₹1.52 cr]
    Locations - 407
    Shows - 1777
    Tickets - 11880

    ||#ShahRukhKhan || pic.twitter.com/Cj15mHZQyz

    — Manobala Vijayabalan (@ManobalaV) August 25, 2023 " class="align-text-top noRightClick twitterSection" data=" ">

ଶାହାରୁଖଙ୍କ ପ୍ରଶଂସକ ସାରା ବିଶ୍ବରେ ରହିଛନ୍ତି । ଏଣୁ ଅଭିନେତାଙ୍କ ଫିଲ୍ମର କ୍ରେଜ ସାରା ଦେଶରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଜବାନ ପୁଣି ବକ୍ସ ଅଫିସରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି ଶାହାରୁଖ । ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ବମ୍ପର କଲେକ୍ସନ ହୋଇଥିବା କୁହାଯାଉଛି । ଆମେରିକାରେ ଜବାନର ଅଗ୍ରୀମ ବୁକିଂ ରିପୋର୍ଟକୁ ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ସେୟାର କରିଛନ୍ତି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ 25 ତାରିଖ ସକାଳ ସୁଦ୍ଧା ଜବାନ ପାଇଁ 10,000ରୁ ଅଧିକ ଟିକେଟ ବିକ୍ରି ହୋଇଛି । ଏହାସହ ଫିଲ୍ମ 1.5 କୋଟିରୁ ଅଧିକ କଲେକ୍ସନ୍‌ କରିଥିବା ଜଣାପଡ଼ିଛି ।

ଆମେରିକାର 407 ସ୍କ୍ରିନ୍‌ରେ ଜବାନ ମୁକ୍ତିଲାଭ କରିବ । ପ୍ରଥମ ଦିନରେ ଫିଲ୍ମର 1 ହଜାର 777 ଶୋ' ରଖାଯାଇଛି । ଏଥିସହ ଜବାନ ପାଇଁ 11 ହଜାର 880 ଟିକେଟ୍ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ଏହି ଚଳଚ୍ଚିତ୍ରଟି 1.52 କୋଟି (183,791 ଡଲାର)ର ଏକ ବିଦେଶୀ ବକ୍ସ ଅଫିସରେ କଲେକ୍ସନ କରିସାରିଲାଣି । ଏଭଳି ଆୟ ସହ ଫିଲ୍ମ ଆମେରିକାରେ ଆଡଭାନ୍ସ ବୁକିଂରେ ରେକର୍ଡ କରିଛି । ତେବେ ଶାହାରୁଖଙ୍କ ଫିଲ୍ମ ପଠାନ ପ୍ରଥମ ଦିନରେ 100କୋଟି ଆୟ କରିଥିଲା । ସେହିପରି ଜବାନର ଏହି ଆଡଭାନ୍ସ ବୁକିଂ ଦେଖିଲେ ଲାଗୁଛି ଯେ, ଜବାନ ମଧ୍ୟ ପ୍ରଥମ ଦିନରେ ବିଶ୍ବ ବକ୍ସ ଅଫିସରେ 100କୋଟି ଆୟ କରି ରେକର୍ଡ ସୃଷ୍ଟି କରିପାରେ ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ ନ୍ୟୁଜ୍‌, ‘ଜବାନ’ ରିଲିଜ୍‌ ପୂର୍ବରୁ 3 ଦିନ ଛୁଟି ଘୋଷଣା କଲେ କେଜ୍ରିୱାଲ

ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟର ପ୍ରସ୍ତୁତ ଜବାନ୍ ହେଉଛି । ଯାହା ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନଙ୍କ ଦ୍ବାରା ନିର୍ମିତ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିବ । ଜବାନରେ ଶାହାରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ ଏଥିରେ କେମିଓ ରୋଲରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.