ETV Bharat / entertainment

ବକ୍ସ ଅଫିସରେ ଚାଲିଲା ଡଙ୍କି-ସାଲାର ଯାଦୁ, ନୂଆବର୍ଷରେ ହେଲା ଏତିକି କୋଟି ଆୟ

author img

By ETV Bharat Odisha Team

Published : Jan 2, 2024, 12:21 PM IST

Dunki Vs Salaar Collection: ନୂଆବର୍ଷରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' ଭଲ ପ୍ରଦର୍ଶନ କରିଛି । ଏହି ଦିନ ବମ୍ପର କଲେକ୍ସନ ସହ ଡଙ୍କି ୨୦୦ କୋଟି ପାଖାପାଖି ଆୟ କରିଥିବା ବେଳେ ସାଲାର ମୋଟ ୩୬୦ କୋଟି ଆୟ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ,

ବକ୍ସ ଅଫିସରେ ଚାଲିଲା 'ଡଙ୍କି-ସାଲାର' ଯାଦୁ, ନୂଆ ବର୍ଷରେ ଏତିକି କୋଟି ଆୟ କଲା ଉଭୟ ଫିଲ୍ମ

ହାଇଦ୍ରାବାଦ: ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' । ଉଭୟ ଫିଲ୍ମ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଲୋକଙ୍କ ମନ ଜିତୁଛି 'ଡଙ୍କି ଏବଂ ସାଲାର' । ତେବେ ନୂଆବର୍ଷରେ ଏହି ଫିଲ୍ମ ଦ୍ବୟ ଭଲ ପ୍ରଦର୍ଶନ କରିବା ସହ ବମ୍ପର କଲେକ୍ସନ କରିଛନ୍ତି । ଡଙ୍କି ୨୦୦ କୋଟି ପାଖାପାଖି ଆୟ କରିଥିବା ବେଳେ ସାଲାର ମୋଟ ୩୬୦ କୋଟି ଆୟ କରିବାରେ ସକ୍ଷମ ହୋଇଛି ।

ସାଲାର ଡିସେମ୍ବର ୨୨ରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହା ରିଲିଜର ୧୨ ଦିନରେ ପହଞ୍ଚିଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜର ୧୧ ଦିନରେ ଅର୍ଥାତ୍ ନୂଆବର୍ଷରେ ୧୫.୫ କୋଟି ଆୟ କରିଛି । ଫଳରେ ଫିଲ୍ମ ମୋଟ ୨୬୦.୭୭ କୋଟି ଆୟ କରି ସଫଳତା ହାସଲ କରିଛି । ସେପଟେ ନିର୍ମାତାଙ୍କ ଅନୁଯାୟୀ, ଏହି ଫିଲ୍ମ ବିଶ୍ବରେ ୬୨୫ କୋଟି ଆୟ କରିଛି । ଏହିପରି ପ୍ରଭାସଙ୍କ ଫିଲ୍ମ 'ସାଲାର' ଥାଲାପତି ବିଜୟଙ୍କ ଫିଲ୍ମ 'ଲିଓ' ଏବଂ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'କୁ ଫଛରେ ପକାଇଛି । ଏଥିସସହ ସାଲାର ୨୦୨୩ର ପଞ୍ଚମ ସର୍ବାଧିକ ଆୟ କରିଥିବା ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି । ସୂଚନା ଥାଉକି, 'ଲିଓ' ୧୧ତମ ଦିନରେ ବିଶ୍ବରେ ୫୦୯ କୋଟି କରିଥିବା ବେଳେ 'ଜେଲର' ୫୫୦ କୋଟି ଆୟ କରିଥିଲା ।

ସେହିପରି 'ଡଙ୍କି' ବିଷୟରେ କହିବାକୁ ଗଲେ, ଶାହାରୁଖ ଖାନଙ୍କ ଏହି ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ଏହି ଫିଲ୍ମ ଦ୍ବିତୀୟ ଶନିବାର ୯ କୋଟି ଏବଂ ରବିବାର ୧୧.୫ କୋଟି ଆୟ କରିଥିଲା । ବର୍ତ୍ତମାନ ଦ୍ବିତୀୟ ସୋମବାର ଅର୍ଥାତ୍ ରିଲିଜର ୧୨ତମ ଦିନ ବା ନୂଆ ବର୍ଷରେ ୯.୨୫ କୋଟି ଆୟ କରିଛି । ଫଳରେ ଫିଲ୍ମ ମୋଟ ୧୯୬.୯୭ କୋଟି ଆୟ କରିବାରେ ସକ୍ଷମ ହୋଇଛି । ତେବେ ଫିଲ୍ମ ଖୁବଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ସେପଟେ ବିଶ୍ବରେ ଏହି ଫିଲ୍ମ ୪୦୦କୋଟି ପାଖାପାଖି ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ: ୨୦୦କୋଟିର ଏତିକି ନିକଟତର 'ଡଙ୍କି', ୩୫୦ କୋଟି ଛୁଇଁବ 'ସାଲାର'

'ସାଲାର' ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଅନ୍ୟପଟେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ଡଙ୍କି'ରେ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.