ETV Bharat / entertainment

ଡଙ୍କି ବନାମ ସାଲାର; ଏତିକି କଲେକ୍ସନ କଲା କିଙ୍ଗ ଖାନ ଏବଂ ପ୍ରଭାସଙ୍କ ଫିଲ୍ମ

author img

By ETV Bharat Odisha Team

Published : Dec 27, 2023, 1:02 PM IST

Dunki Vs Salaar Box Office Collection: ବକ୍ସ ଅଫିସରେ ବର୍ତ୍ତମାନ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' ପ୍ରତିଦ୍ବନ୍ଦିତା କରୁଛି । ସାଲାର ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଥିବା ବେଳେ କମିଛି ଡଙ୍କିର କ୍ରେଜ । ତେବେ ସାଲାର ୨୫୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବର୍ତ୍ତମାନ ଡଙ୍କି ୧୫୦ କୋଟି ପାଖାପାଖି ଆୟ କରିବାରେ ସଫଳ ହୋଇଛି । ଅଧିକ ପଢ଼ନ୍ତୁ

ଡଙ୍କି ବନାମ ସାଲାର; ଏତିକି କଲେକ୍ସନ କଲା କିଙ୍ଗ ଖାନ ଏବଂ ପ୍ରଭାସଙ୍କ ଫିଲ୍ମ
ଡଙ୍କି ବନାମ ସାଲାର; ଏତିକି କଲେକ୍ସନ କଲା କିଙ୍ଗ ଖାନ ଏବଂ ପ୍ରଭାସଙ୍କ ଫିଲ୍ମ

ହାଇଦ୍ରାବାଦ: ଡିସେମ୍ବର ୨୧ ରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ଡିସେମ୍ବର ୨୨ରେ ରିଲିଜ ହୋଇଥିବା ପ୍ରଭାସଙ୍କ ଫିଲ୍ମ 'ସାଲାର' ବର୍ତ୍ତମାନ କଡ଼ା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ଦମଦାର ପ୍ରଦର୍ଶନ କରୁଥିବା ବେଳେ ଦର୍ଶକଙ୍କ ମନ ଜିତୁଛନ୍ତି । ହେଲେ ରେଜଗାର ବିଷୟରେ କହିବାକୁ ଗଲେ, ଡଙ୍କିକୁ ଫଛରେ ପକାଇଛି ସାଲାର । ସାଲାର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଡଙ୍କି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛି । ସାଲାର ଭାରତରେ ୨୫୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବର୍ତ୍ତମାନ ଡଙ୍କି ୧୫୦ କୋଟି ଆୟ କରିବାରେ ମଧ୍ୟ ସକ୍ଷମ ହୋଇନାହିଁ ।

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ସାଲାର ରିଲିଜର ୫ମ ଦିନରେ ୨୩.୫୦ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୨୭୮.୯୦ କୋଟିକୁ ବୃଦ୍ଧି ପାଇଛି । ସେହିପରି ଡଙ୍କି ରିଲିଜର ୬ଷ୍ଠତମ ଦିନରେ ମାତ୍ର ୧୦.୨୫ କୋଟି ଆୟ କରିଛି । ତେବେ ଏହି ଫିଲ୍ମର ମୋଟ କେଲକ୍ସନ ୧୪୦.୨୦ କୋଟି ଟଙ୍କା ହୋଇଛି । ତେବେ ଶାହାରୁଖ ଖାନ ପୂର୍ବ ଫିଲ୍ମ ପଠାନ ଜବାନ ପରି ଡଙ୍କି ସହ କମାଲ କରିନଥିବା ବେଳେ ସାଲାର ପାଇଁ ଡଙ୍କି କ୍ରେଜ୍‌ କମୁଥିବା ଅନୁମାନ କରାଯାଉଛି ।

'ସାଲାର': ବକ୍ସ ଅଫିସ କଲେକ୍ସନ

  • ଡିସେମ୍ବର ୨୨, ପ୍ରଥମ ଦିନ- ୯୦.୭ କୋଟି
  • ଡିସେମ୍ବର ୨୩, ଦ୍ବିତୀୟ ଦିନ- ୫୬.୩୫ କୋଟି
  • ଡିସେମ୍ବର ୨୪, ତୃତୀୟ ଦିନ- ୬୨.୦୫ କୋଟି
  • ଡିସେମ୍ବର ୨୫, ଚତୁର୍ଥ ଦିନ- ୪୬.୩ କୋଟି
  • ଡିସେମ୍ବର ୨୬, ପଞ୍ଚମ ଦିନ- ୨୩.୫୦ କୋଟି

ମୋଟ କଲେକ୍ସନ ୨୭୮.୯୦ କୋଟି

'ଡଙ୍କି': ବକ୍ସ ଅଫିସ କଲେକ୍ସନ

  • ଡିସେମ୍ବର ୨୧, ପ୍ରଥମ ଦିନ- ୨୯.୨ କୋଟି
  • ଡିସେମ୍ବର ୨୨, ଦ୍ବିତୀୟ ଦିନ- ୨୦.୧୨ କୋଟି
  • ଡିସେମ୍ବର ୨୩, ତୃତୀୟ ଦିନ- ୨୫.୬୧ କୋଟି
  • ଡିସେମ୍ବର ୨୪, ଚତୁର୍ଥ ଦିନ- ୩୦.୭ କୋଟି
  • ଡିସେମ୍ବର ୨୫, ପଞ୍ଚମ ଦିନ- ୨୪.୩୨ କୋଟି
  • ଡିସେମ୍ବର ୨୬, ଷଷ୍ଠ ଦିନ- ୧୦.୨୫ କୋଟି

ମୋଟ କଲେକ୍ସନ ୧୪୦.୨୦ କୋଟି

ଆଦିପୁରୁଷ' ଫ୍ଲପ୍‌ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି। ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଏହା ମଧ୍ୟ ପଢନ୍ତୁ: 'ଜବାନ' ଡରରେ ନୁହଁ ଏହି କାରଣ ଯୋଗୁଁ ଘୁଞ୍ଚିଛି 'ସାଲାର' ରିଲିଜ ଡେଟ୍, ଖୁଲାସା କଲେ ନିର୍ମାତା

ଅନ୍ୟପଟେ ପଠାନ ଏବଂ ଜବାନ ପରି ହିଟ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ ୩ୟ ଫିଲ୍ମ 'ଡଙ୍କି' ସହ ପରଦାକୁ ପେରିଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.