ETV Bharat / entertainment

୫୦୦ କୋଟି କ୍ଲବରେ ସାଲାର, ୧୫୦ କୋଟି ପାର୍ କଲା ଡଙ୍କି

author img

By ETV Bharat Odisha Team

Published : Dec 28, 2023, 12:49 PM IST

Dunki Vs Salaar Box Office Collection: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ସାଲାର । ରିଲିଜର ୬ ଦିନ ମଧ୍ୟରେ ବିଶ୍ବରେ ୫୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ । ସେପଟେ ସାଲାର କ୍ରେଜ ଆଗରେ ପଛରେ ରହିଛି ଡଙ୍କି । ତଥାପି ୭ଦିନ ମଧ୍ୟରେ ଭାରତରେ ୧୫୦ କୋଟି ପାର୍ କରିଛି ଫିଲ୍ମ । ଅଧିକ ପଢନ୍ତୁ

୫୦୦କୋଟି କ୍ଲବରେ 'ସାଲାର', ୧୫୦ କୋଟି ପାର୍ କଲା 'ଡଙ୍କି'

ହାଇଦ୍ରାବାଦ: ବର୍ତ୍ତମାନ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ଏବଂ ପ୍ରଭାସଙ୍କ ଫିଲ୍ମ ସାଲାର ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଏଥିରେ ବାଜି ମାରିଛି ସାଲାର । ସାଲାର ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଥିବା ବେଳେ ୬ଦିନ ମଧ୍ୟରେ ବିଶ୍ବରେ ୫୦୦ କୋଟି କ୍ଲବରେ ସାମିଲ ହୋଇଛି ଏବଂ ଭାରତରେ ୩୦୦ କୋଟି ପାଖାପାଖି ଆୟ କରିଛି । ସେପଟେ କିନ୍ତୁ ଡଙ୍କି ଦର୍ଶକଙ୍କୁ ଠାରୁ ଭଲ ପ୍ରତିକ୍ରିୟା ପାଉଥିବା ସତ୍ତ୍ବେ ରୋଜଗାରରେ କମାଲ୍ କରିପାରୁନି । ଏହି ଫିଲ୍ମର ରିଲିଜର ୭ ଦିନରେ ୧୫୦ କୋଟି ପାର୍ କରିଛି ।

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ଫିଲ୍ମ ସାଲାର ୯୦.୭ କୋଟି ଆୟ ସହ ଦମଦାର ଓପନିଂ କରିଥିଲା । ପରେ ଏହି ଫିଲ୍ମ ୨ୟ ଦିନରେ ୫୬.୩୫ କୋଟି, ୩ୟ ଦିନରେ ୬୨.୦୫ କୋଟି, ୪ର୍ଥ ଦିନରେ ୪୬.୩ କୋଟି, ୫ମ ଦିନରେ ୨୪.୯ କୋଟି ଆୟ କରିଥିଲା । ତେବେ ବର୍ତ୍ତମାନ ୬ଷ୍ଠ ଦିନରେ ଏହି ଫିଲ୍ମ ୧୭ କୋଟି ଆୟ କରିଛି । ଫିଲ୍ମର ମୋଟ ରୋଜଗାର ୨୯୭.୪୦ କୋଟିକୁ ବୃଦ୍ଧି ପାଇଛି ।

ସେହିପରି ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ପ୍ରଥମ ଦିନ ୨୯.୨ କୋଟି ଆୟ କରିଥିଲା । ଯାହା ସାଲାର ଅପେକ୍ଷା ବହୁତ କମ ରହିଥିବା ବେଳେ ଶାହାରୁଖଙ୍କ ଏହି ଫିଲ୍ମ ପୂର୍ବ ଫିଲ୍ମ ପଠାନ-ଜବାନକୁ ପଛରେ ପକାଇ ପାରିନଥିଲା । ୨ୟ ଦିନ ଡଙ୍କି ୨୦.୧୨ କୋଟି, ୩ୟ ଦିନ ୨୫.୬୧ କୋଟି, ୪ର୍ଥ ଦିନ ୩୦.୭ କୋଟି, ୫ମ ଦିନ ୨୪.୩୨ କୋଟି ଏବଂ ୬ଷ୍ଠ ଦିନରେ ୧୧.୫୬ କୋଟି ଆୟ କରିଥିଲା । ବର୍ତ୍ତମାନ ୭ମ ଦିନରେ ୯.୭୫ କୋଟି ଆୟ କରିଛି । ଫିଲ୍ମ ମୋଟ ୧୫୧.୨୬ କୋଟି ଟଙ୍କା ରୋଜଗାର କରିଛି ।

ଏହା ମଧ୍ୟ ପଢନ୍ତୁ: ଡଙ୍କି ବନାମ ସାଲାର; ଏତିକି କଲେକ୍ସନ କଲା କିଙ୍ଗ ଖାନ ଏବଂ ପ୍ରଭାସଙ୍କ ଫିଲ୍ମ

ଆଦିପୁରୁଷ' ଫ୍ଲପ୍‌ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଅନ୍ୟପଟେ ପଠାନ ଏବଂ ଜବାନ ପରି ହିଟ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ ୩ୟ ଫିଲ୍ମ 'ଡଙ୍କି' ସହ ପରଦାକୁ ଫେରିଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.