ETV Bharat / entertainment

ଶାହିଦ ଓ ମୀରାଙ୍କ ଭୁଟାନ ଟ୍ରିପ୍, ରାଜପରିବାରଙ୍କ ସହ କଲେ ସାକ୍ଷାତ

author img

By ETV Bharat Odisha Team

Published : Jan 3, 2024, 10:07 PM IST

Shahid and Meera In Bhutan: ଭୁଟାନର ରାଜପରିବାରଙ୍କୁ ଭେଟିଲେ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ । ନୂଆବର୍ଷ ସେଲିବ୍ରେଟ୍ କରିବାକୁ ଉଭୟେ ପରିବାର ସହ ଭୁଟାନ ଟ୍ରିପରେ ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଶାହିଦ ଓ ମୀରାଙ୍କ ଭୁଟାନ ଟ୍ରିପ୍
ଶାହିଦ ଓ ମୀରାଙ୍କ ଭୁଟାନ ଟ୍ରିପ୍

ହାଇଦ୍ରାବାଦ: ଭୁଟାନର ରାଜପରିବାରଙ୍କୁ ଭେଟିଲେ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ । ନୂଆବର୍ଷକୁ ନିଆରା ଢଙ୍ଗରେ ସେଲିବ୍ରେଟ୍ କରିଛନ୍ତି ଏହି ଦମ୍ପତି । ନୂଆବର୍ଷ ପାଳିବାକୁ ଉଭୟ ନିଜ ପରିବାର ସହ ଭୁଟାନ ଯାଇଥିବାବେଳେ ସେଠାରେ ସେମାନେ ରାଜ ପରିବାରଙ୍କୁ ଭେଟିଛନ୍ତି। ନେପାଳର ରାଜା ଜିଗମେ କେସର ନମଗେଲ ୱାଙ୍ଗଚୁକ୍ ଏବଂ ରାଣୀ ଜେଟ୍ସନ ପେମା ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିଛନ୍ତି ଶାହିଦ ଏବଂ ମୀରା ।

ଏନେଇ ମୀରା ରାଜପୁତ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ମୀରା ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଭୁଟାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ସେମାନେ ନିଜର ପରିବାର ସହିତ ପାହାଡ ଉପରେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ଶାହିଦ କପୁର ଧନୁ ତୀର ମଧ୍ୟ ଚଳାଇ ଭରପୁର ମଜା ନେଇଥିଲେ । ଏହାସହ ସେଠାକାର ଅଧିବାସୀଙ୍କ ସହ ସେମାନେ ନାଚ ଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ଅଭିନେତା ଶାହିଦ କପୁରଙ୍କ ପରିବାର ସଦସ୍ୟଙ୍କର ପରସ୍ପର ପ୍ରତି ଥିବା ଭଲପାଇବାର ଝଲକ ଦେଖିବାକୁ ମିଳିଛି । ଶାହିଦଙ୍କ ମାଆ ନିଲିମା ଅଜିମ ଏବଂ ମୀରାଙ୍କ ମାଆ ଏକ ମ୍ୟୁଜିକାଲ ସେସନରେ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ଦମ୍ପତି ନିଜ ପରିବାର ସହ ଭୁଟାନରେ ନୂଆବର୍ଷକୁ ମନ ଭରି ଉପଭୋଗ କରିଛନ୍ତି । ପୋଷ୍ଟର କ୍ୟାପସନରେ ଭୁଟାନରେ ନିଜର ଅନୁଭୂତି ବିଷୟରେ ମଧ୍ୟ ଲେଖିଛନ୍ତି ଶାହିଦଙ୍କ ପତ୍ନୀ ମୀରା । ଭୁଟାନର ସଂସ୍କୃତିଙ୍କୁ ପସନ୍ଦ କରିବା ସହ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି ମୀରା ।

ଏହା ମଧ୍ୟ ପଢନ୍ତୁ...'ନୂଆ ବର୍ଷ ସରିଲା ଆଉ ଏବେ...' ଏମିତି ପୋଷ୍ଟ କଲେ କ୍ୟାଟ୍ରିନା

ଏହା ମଧ୍ୟ ପଢନ୍ତୁ...ଭ୍ୟାକେସନରୁ ଫେରିଲେ ତମନ୍ନା-ବିଜୟ, ହାତ ଧରାଧରି ହୋଇ ଏୟାରପୋର୍ଟରେ ଆସିଲେ ନଜର

ତେବେ ମୀରା ରାଜପୁତ ଏବଂ ଶାହିଦ କପୁର ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଉଭୟଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ଭଲରେ ଚାଲିଥିବା ଶୁଣିବାକୁ ମିଳେ । ଶାହିଦଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ଅଲ୍ଲି ଅବାସ ଜାଫରଙ୍କ 'ବ୍ଲଡି ଡ୍ୟାଡି'ରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.