ETV Bharat / entertainment

Jawan Trailer: ମିଶନ୍ ଇମ୍ପସିବଲ୍ 7 ସହ ରିଲିଜ ହେବ ଯବାନ ଟ୍ରେଲର

author img

By

Published : Jul 3, 2023, 2:14 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯବାନ'ର ଟ୍ରେଲର ହଲିଉଡ ତାରକା ଟମ କ୍ରୁଜଙ୍କ ଫିଲ୍ମ' ମିଶନ ଇମ୍ପସିବଲ 7' ସହ ରିଲିଜ ହେବ । ତେବେ କେବେ ରିଲିଜ ଜାଣନ୍ତୁ,

ମିଶନ୍ ଇମ୍ପସିବଲ୍ 7 ସହ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ 'ଯବାନ' ଟ୍ରେଲର, ଉତ୍ସାହିତ ଫ୍ୟାନ୍ସ

ହାଇଦ୍ରାବାଦ: ଶାହାରୁଖ ଖାନ ତାଙ୍କର ଶେଷ ଚଳଚ୍ଚିତ୍ର ପଠାନ ସହିତ ବକ୍ସ ଅଫିସରେ ଧମାକା କରିଥିଲେ । ବର୍ତ୍ତମାନ ଶାହାରୁଖ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଯବାନ ପୁଣି ଜଲୱା ଦେଖାଇବାକୁ ଯାଉଛନ୍ତି । ବଡ଼ ପରଦାରେ ଫିଲ୍ମ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।ଏହାରି ମଧ୍ୟରେ ଫିଲ୍ମକୁ ନେଇ ଏକ ଖୁସି ଖବର ଆସିଛି । ନିର୍ମାତାମାନେ ଖୁବ ଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର 'ମିଶନ୍ ଇମ୍ପସିବଲ୍ 7' ସହ ରିଲିଜ ହେବ ।

ସୂଚନା ଥାଉ କି, ଜୁଲାଇ 12 ରେ ଭାରତରେ 'ମିଶନ୍ ଇମ୍ପସିବଲ୍ 7' ରିଲିଜ୍ ହେଉଛି । ସେହି ଦିନ ଯବାନର ଟ୍ରେଲର ମଧ୍ୟ ଲଞ୍ଚ ହେବ ବୋଲି କୁହାଯାଉଛି । ତେବେ ଯବାନର ନିର୍ମାତା ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ତାରିଖ ଅଫିସିଆଲି ଘୋଷଣା କରିନାହାନ୍ତି । ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ଯବାନ ପୂର୍ବରୁ ଜୁନ୍ 2, 2023ରେ ରିଲିଜ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର 7ରେ ରିଲିଜ ହେବ । ହିଟ ଫିଲ୍ମ ପଠାନ ସହ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବା ପରେ ଶାହାରୁଖ ଖାନ ଫିଲ୍ମ ଯବାନ ପୁଣି ପ୍ରଶଂସକ ଉପଭୋଗ କରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଜୁନ ନୁହେଁ ସେପ୍ଟେମ୍ବରରେ ଆସିବ ଜବାନ

'ଯବାନ' ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଅହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ ନୟନତାରା ଶାହାରୁଖଙ୍କ ବିପକ୍ଷରେ ନଜର ଆସିବେ । ଫିଲ୍ମରେ ବିଜୟ ସେଥୁପତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନୟନତାରାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ଶାହାରୁଖ । 'ଯବାନ' ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର 7ରେ ରିଲିଜ ହେବ । ଫିଲ୍ମରେ ଶାହାରୁଖଙ୍କ ଲୁକ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି । ଟ୍ରେଲର ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ନିର୍ଦ୍ଦେଶକ ଅଟଲିଙ୍କ ସହ ଶାହାରୁଖ ଖାନ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ବ୍ୟତୀତ ଶାହାରୁଖ ଖାନ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ 'ଡଙ୍କି'ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ନଜର ଆସିବେ । ତେବେ ରାଜକୁମାର ହିରାନୀଙ୍କ ସହ ମଧ୍ୟ ଶାହାରୁଖ ପ୍ରଥମ ଥର ପାଇଁ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.