ETV Bharat / entertainment

ଦୀପାବଳିରେ ଶାହାରୁଖଙ୍କ ବଡ ଧମାକା, ରାଜକୁମାର ହିରାନୀ ରିଲିଜ କରିବେ 'ଡଙ୍କି'ର ଟିଜର

ପଠାନରେ ଜଲଓ୍ବା ଦେଖାଇବା ପରେ ବର୍ତ୍ତମାନ ଶାହାରୁଖ ଜବାନରେ ଧମାଲ ମଚାଇବେ । କିନ୍ତୁ ତାଙ୍କର ଆଉ ଏକ ଫିଲ୍ମ ‘ଡଙ୍କି’ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଦୀପାବଳିରେ ଶାହାରୁଖ ଡଙ୍କି ମାଧ୍ୟମରେ ଏକ ବଡ଼ ଧମାକା କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 23, 2023, 11:19 AM IST

ଦୀପାବଳିରେ ଶାହାରୁଖଙ୍କ ବଡ ଧମାକା
ଦୀପାବଳିରେ ଶାହାରୁଖଙ୍କ ବଡ ଧମାକା

ମୁମ୍ବାଇ: ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ 'ଜବାନ'କୁ ସବୁଆଡେ ଚର୍ଚ୍ଚା କରାଯାଉଛି । ଅନ୍ୟପକ୍ଷରେ, ପ୍ରଶଂସକମାନେ ଉତ୍ସାହର ସହିତ 'ଡଙ୍କି'କୁ ମଧ୍ୟ ଅପେକ୍ଷା କରିଛନ୍ତି । 'ପଠାନ' ପରେ ବର୍ତ୍ତମାନ ଶାହାରୁଖ ଖାନ 'ଜବାନ' ଏବଂ 'ଡଙ୍କି' ମାଧ୍ୟମରେ ବକ୍ସ ଅଫିସରେ ନୂଆ ରେକର୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ 'ଡଙ୍କି' ସହ ଜଡିତ ଏକ ନୂଆ ସୂଚନା ସାମ୍ନାକୁ ଆସିଛି ।

ହା ମଧ୍ୟ ପଢନ୍ତୁ: Khakee 2 Promo: ପ୍ରମୋ ରିଲିଜ୍‌, ପୁଣି ଥରେ ଦେଖିବାକୁ ମିଳିବ ଆଇପିଏସ୍‌ଙ୍କ ଦମ୍‌

ମିଳିଥିବା ସୂଚନା ଅନୁଯାୟୀ, 'ଡଙ୍କି'ର ନିର୍ମାତା ଏହାର ଟିଜର ସହିତ ଶୀଘ୍ର ଆସୁଛନ୍ତି । ଦୀପାବଳି ଅବସରରେ ଶାହାରୁଖ ଖାନ ଏକ ବଡ଼ ଧମାକା କରିବେ ବୋଲି କୁହାଯାଉଛି । ସମସ୍ତଙ୍କୁ ଦୀପାବଳି ଉପହାର ଦେବାବେଳେ ନିର୍ମାତାମାନେ 'ଡଙ୍କି'ର ଟିଜର ରିଲିଜ୍ କରିବାକୁ ଯୋଜନା କରୁଛନ୍ତି । ଦୀପାବଳି ଉତ୍ସବ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍ସାହ ସେତିକି ବଢିବାରେ ଲାଗିଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ତାଙ୍କର ମାଷ୍ଟରପିସ୍‌ ବୋଲି ବିବେଚନା କରାଯାଉଛି ।

ଖବର ଅନୁଯାୟୀ, ନିର୍ମାତାମାନେ ଯଥାଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ତେବେ ଖାସ୍‌ କଥା ହେଉଛି କି, ସଲମାନ ଖାନଙ୍କ ଅଭିନୀତ ଟାଇଗର 3 ମଧ୍ୟ ନଭେମ୍ବର 10 ରେ ଦୀପାବଳିରେ ପରଦାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏଭଳି ପରିସ୍ଥିତିରେ, ଡଙ୍କିର ଟିଜର ମଧ୍ୟ ସମାନ ସମୟରେ ରିଲିଜ୍ ହେବାର ସମସ୍ତ ସମ୍ଭାବନା ଅଛି ।

ଏହା ମଧ୍ୟ ପଢନ୍ତୁ: Dunki Movie: ସେଟ୍‌ରୁ ଫଟୋ ଲିକ୍, ଶାହାରୁଖଙ୍କ ଡାପର୍ ଲୁକ୍‌ରେ ଫିଦା ଫ୍ୟାନ୍ସ

ରାଜକୁମାର ହିରାନୀ ଏବଂ ଶାହରୁଖ ଖାନଙ୍କ ଯୋଡିକୁ ଏକାଠି କାମ କରୁଥିବା ଦେଖି ଲାଗୁଛି ଏହା ବହୁତ ମଜାଦାର ହେବ । ଶାହରୁଖ ଖାନଙ୍କ ବ୍ୟତୀତ ତାପସୀ ପନ୍ନୁ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ପରଦାରେ ଏହି ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ । ଏଥି ସହିତ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

ନିକଟରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଷ୍ଟାରକାଷ୍ଟର ନାମ ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ଚାରିଜଣ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଶାହରୁଖ ଖାନଙ୍କ ସହ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଗଣମାଧ୍ୟମ ଅନୁଯାୟୀ, ଭିକି କୌଶଲ ଏହି ଫିଲ୍ମରେ ଏକ କ୍ୟାମୋ କରିପାରନ୍ତି । ଏଥି ସହିତ ଶାହାରୁଖ ଏବଂ ଭିକି ମଧ୍ୟ ପ୍ରଥମ ଥର ପାଇଁ ବଡ ପରଦାର ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହା ସହିତ ଡଙ୍କି ଫିଲ୍ମରେ ସୁନୀଲ ଏବଂ ଶାହାରୁଖଙ୍କ ମଧ୍ୟରେ ମଜାଳିଆ ସିନ୍‌ ଦେଖିବାକୁ ମିଳିବ । ଏମାନେ ସମସ୍ତଙ୍କୁ ବାଦ୍‌ ଦେଲେ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ଡଙ୍କି ଫିଲ୍ମରେ ଏକ ପ୍ରମୁଖ ଭୂମିକା ଅଭିନୟ କରୁଛନ୍ତି । କୁହାଯାଉଛି, ଶାହାରୁଖ ଏବଂ ଧର୍ମେନ୍ଦ୍ର ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.