ETV Bharat / entertainment

Mahira Khan: 'ରଇଜ୍' ଫେମ ଅଭିନେତ୍ରୀ ହେଲେ ଏହି ରୋଗର ଶିକାର - ବାଇପୋଲାର ଡିସଅର୍ଡର

ଶାହାରୁଖ ଖାନଙ୍କ ସହ ଅଭିନେତ୍ରୀ ମାହିରା ଖାନ ବାଇପୋଲାର ଡିସଅର୍ଡର ରୋଗରେ ଆକ୍ରାନ୍ତ ଅଛନ୍ତି । ଏକ ସାକ୍ଷାତକାରରେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

'ରଇଜ୍' ଫେମ ଅଭିନେତ୍ରୀ ହେଲେ ଏହି ରୋଗର ଶିକାର, କହିଲେ- 6 ବର୍ଷରୁ ଅଧିକ ସମୟ ହେଲା ଖାଉଛି ଔଷଧ

author img

By ETV Bharat Odisha Team

Published : Aug 30, 2023, 10:26 AM IST

ମୁମ୍ବାଇ: ମାହିରା ଖାନ ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀଙ୍କ ଅଧିକା ଫ୍ୟାନ୍ସ ଫୋଲର୍ସ ଅଛନ୍ତି । ତେବେ ଏହି ଅଭିନେତ୍ରୀଙ୍କୁ ବଲିଉଡ ଫିଲ୍ମ ରଇଜରେ ଶାହାରୁଖ ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ସେ ବେଶ ପ୍ରଶଂସା ସାଉଁଟିଥିଲେ । ନିକଟରେ ମାହିରାଙ୍କ ବିବାହକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ନିଜ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଏକ ଖୁଲାସା କରିଛନ୍ତି । ଅଭିନେତ୍ରୀ ବାଇପୋଲାର ଡିସଅର୍ଡର ରୋଗରେ ଆକ୍ରାନ୍ତ ଅଛନ୍ତି ।

ଏକ ସାକ୍ଷାତକାରରେ ମାହିରା ଏହି ଖୁଲାସା କରିଛନ୍ତି । ସେ ବାଇପୋଲାର ଡିସଅର୍ଡର ରୋଗରେ ଆକ୍ରାନ୍ତ ଥିବା କହିଛନ୍ତି । ସେ 6 ବର୍ଷରୁ ଅଧିକ ସମୟ ହେବ ଔଷଧ ଖାଉଛନ୍ତି । ଏପରି ସମୟ ବି ଆସିଲା ସେ ଔଷଧ ଛାଡିବା ପାଇଁ ଭାବିଥିଲେ । ହେଲେ ଅଧିକ ସମସ୍ୟା ହେବାରୁ ସେ ଔଷଧ ଛାଡିପାରିଲେ ନାହିଁ । ମାହିରା ଉରି ଆକ୍ରମଣ ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ଉରି ଆକ୍ରମଣ ପରେ ଯେତେବେଳେ ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ କାମ କରିବାକୁ ବାରଣ କରାଯାଇଥିଲା ଏବଂ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ନିଜ ଦେଶକୁ ପଠାଯାଇଥିଲା, ସେହି ଦିନଠାରୁ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।

ମାହିରା କହିଛନ୍ତି, "ମୁଁ ଫିଲ୍ମ (ରଇଜ୍) ସମାପ୍ତ କରିଥିଲି ଏବଂ ସବୁକିଛି ଠିକ୍ ଚାଲିଥିଲା । ତା’ପରେ ହଠାତ୍ ଉରି ଆକ୍ରମଣ ଖବର ସାମ୍ନାକୁ ଆସିଲା । ଏହା ପରେ ରାଜନୈତିକ ଦୃଷ୍ଟିରୁ ଏହି ଘଟଣା ଏକ ବଡ ପ୍ରସଙ୍ଗ ହୋଇଗଲା । କାହାରି ପାଖରେ କିଛି ଧାରଣା ନଥିଲା ଯେ ଏହି ସମସ୍ୟା ଏତେ ବଡ ହୋଇଯିବ । ଯଦିଓ ମୁଁ ଏହା ଦ୍ୱାରା ଭୟଭୀତ ନଥିଲି, କିନ୍ତୁ ମୋତେ ଧମକ ଦିଆଯାଇଥିଲା । 'ମୁଁ କ୍ରମାଗତ ଟ୍ୱିଟ୍ ଏବଂ କଲ୍ ପାଇଥିଲି, ଯାହା ଅତ୍ୟନ୍ତ ଭୟାନକ ଥିଲା । ମୁଁ ରଇଜକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଯାଇପାରିବି ନାହିଁ, କିନ୍ତୁ ମୋର ଆଶା ଯେ ଏହା ମୋ ଦେଶରେ ମୁକ୍ତିଲାଭ କରିବ, ଲୋକମାନେ ଏହାକୁ ଦେଖିବେ, କାରଣ ମୁଁ ଶାହରୁଖ ଖାନଙ୍କୁ ବହୁତ ପସନ୍ଦ କରେ ।

ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ଶାହାରୁଖଙ୍କ ସହ ଅଭିନେତ୍ରୀ, ପ୍ରେମିକଙ୍କୁ କରିବେ ଜୀବନସାଥୀ !

'ରଇଜ୍ 2017ରେ ମୁକ୍ତିଲାଭ କରିଥିଲା । ସେହି ବର୍ଷ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ତାଙ୍କ ଧୂମପାନ ଫଟୋ ଭାଇରାଲ ହୋଇଥିଲା । ସେହି ସମୟକୁ ମନେ ପକାଇ ପାକିସ୍ତାନୀ ଅଭିନେତ୍ରୀ କହିଛନ୍ତି ଯେ, ତାଙ୍କୁ ଅନେକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡିଥିଲା । ମହୀରା ଖାନ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ସେ ଔଷଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାର କାରଣ ଥିଲା ରଇଜଙ୍କ ପରେ ସେ ଯାହା ଅନୁଭବ କରିଥିଲେ ଏହା ତାହାର କାରଣ । ପରେ ସେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଭେଟିଥିଲେ। ସେହି ବର୍ଷ ମୋ ପାଇଁ ଅତ୍ୟନ୍ତ କଠିନ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.