ETV Bharat / entertainment

'ଡଙ୍କି' ପରେ ଆଗାମୀ ଫିଲ୍ମ କ'ଣ ? ଏମିିତି କହିଲେ ଶାହରୁଖ...

author img

By ETV Bharat Odisha Team

Published : Dec 23, 2023, 5:27 PM IST

Next Film Of Shahrukh: କିଙ୍ଗ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନ୍ୟୁଜ । ୨୦୨୪ ରେ ପୁଣି ଥରେ ଦର୍ଶକଙ୍କୁ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ଶାହରୁଖ । ଅଧିକ ଜାଣନ୍ତୁ...

Next Film Of Shahrukh
ଶାହରୁଖଙ୍କ ଆଗାମୀ ଫିଲ୍ମ

ହାଇଦ୍ରାବାଦ: ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ 'ଡଙ୍କି' ବକ୍ସ ଅଫିସରେ ଧମାଲ କରୁଥିବାବେଳେ ଶାହରୁଖଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ଚାହୁଁଥିଲେ ପ୍ରଶଂସକ । ଆଗକୁ ତାଙ୍କର କେଉଁ ଫିଲ୍ମ ଆସିବ ଏବଂ ଏଥିରେ କେଉଁ ଭୂମିକାରେ ନଜର ଆସିବେ କିଙ୍ଗ ଖାନ୍? ଏଭଳି ତମାମ ପ୍ରଶ୍ନ ଉଠିଥିଲା । ଏକ ସାକ୍ଷାତକାରରେ ଏଭଳି କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ଶାହରୁଖ । ୨୦୨୩ରେ 'ପଠାନ' ଏବଂ 'ଯବାନ' ଭଳି ଦୁଇ ଦୁଇଟି ବ୍ଲକବ୍ଲଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପରେ ବର୍ଷ ଶେଷରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ 'ଡଙ୍କି' ।

ବଲିଉଡରୁ ଆରମ୍ଭ କରି ସାଉଥ ସିନେମା ପର୍ଯ୍ୟନ୍ତ ଅନେକ ସିନେମା ରିଲିଜ ହେଉଥିଲେ ମଧ୍ୟ କିଙ୍ଗ ଖାନଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି ଫ୍ୟାନ୍ସ । ରାୟା ଅବିରଚେଡଙ୍କ ସହ ଏକ ଚ୍ୟାଟ୍ ଶୋ'ରେ ନିକଟରେ ନଜର ଆସିଛନ୍ତି ଶାହରୁଖ । ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ପଚରା ଯାଇଥିବାବେଳେ ଏହାର ଉତ୍ତର ରଖି ଶାହରୁଖ କହିଛନ୍ତି, "ଆଗକୁ ମୁଁ ଏଭଳି ଫିଲ୍ମ କରିବାକୁ ଚାହୁଁଛି ଯାହାକି ମୋ ପାଇଁ ' Age Real' ଥିବ ।" ଏହାସହ ତାଙ୍କର ଆଗାମୀ ଫିଲ୍ମ କେବେ ଆସୁଛି ବୋଲି ପଚରାଯାଇଥିବାବେଳେ ଏହାର ଉତ୍ତରରେ ଶାହରୁଖ କହିଛନ୍ତି ୨୦୨୪ ମାର୍ଚ୍ଚ କିମ୍ବା ଏପ୍ରିଲରେ ।

ଖାଲି ସେତିକି ନୁହେଁ, ଏହି ଶୋ'ରେ ତାଙ୍କୁ ଫିଲ୍ମ 'ଡଙ୍କି' ବିଷୟରେ ମଧ୍ୟ କିଛି ପ୍ରଶ୍ନ ପଚାରିଥିଲେ ରାୟା ଅବିରଚେଡ୍ । 'ଡଙ୍କି' ଚଳଚ୍ଚିତ୍ର ତାଙ୍କୁ କାହିଁକି ଆକର୍ଷିତ କରିଥିଲା ପ୍ରଶ୍ନରେ ଶାହରୁଖ କହିଛନ୍ତି ରାଜଜକୁମାର ହିରାନୀଙ୍କ ସହ ଏହି ଫିଲ୍ମ ମଧ୍ୟ ମୋର ଭାବାବେଗ ସହ ଜଡିତ । ଅନ୍ୟପଟେ ଶାହରୁଖ ଓ ଝିଅ ସୁହାନା ଖାନଙ୍କୁ ଆଗକୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ସୁଜାୟ ଘୋଷ । କହିରଖୁଛୁ, ଯେ ପୂର୍ବରୁ ଫିଲ୍ମ 'ଦ ଆର୍ଚିଜ' ମାଧ୍ୟମରେ ଡେବ୍ୟୁ କରିସାରିଛନ୍ତି କିଙ୍କ ଖାନଙ୍କ ଲାଡଲି ସୁହାନା ।

ଏହା ମଧ୍ୟ ପଢନ୍ତୁ...'ଡଙ୍କି' ଉପରେ ଭାରି ପଡିବ 'ସାଲାର' ! ପ୍ରଥମ ଦିନରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ କଲା ଏତିକି ଆୟ

ତେବେ ଗତକାଲି( ଶୁକ୍ରବାର) ରିଲିଜ ହୋଇଥିବା ଫିଲ୍ମ 'ଡଙ୍କି' ପ୍ରଥମ ଦିନରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଥିବା କୁହାଯାଉଛି । ଦ୍ବିତୀୟ ଦିନରେ ମଧ୍ୟ ଭଲ ଇନକମ କରିବାର ଆଶା ରହିଛି । ଏହାସହ ରିଭ୍ୟୁ ସେୟାର କରି ଫ୍ୟାନ୍ସମାନେ ପ୍ରଶଂସା କରିବା ସହ ଏହି ଫିଲ୍ମଙ୍କୁ 'ମାଷ୍ଟରପିସ୍' ଟ୍ୟାଗ୍ ମଧ୍ୟ ଦେଇଛନ୍ତି । କିନ୍ତୁ ପ୍ରଥମ ଦିନର ଆୟ ଆଶାନୁରୂପ କମ୍ ରହିଥିବା ମତ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.