ମୁମ୍ବାଇ: ବହୁ ବାଦ ବିବାଦ ପରେ ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ 'ପଠାନ'ର ଅଫିସିଆଲ ଟ୍ରେଲର(Pathaan trailer out now) । ଶାହାରୁଖ ଖାନ ଫିଲ୍ମର ଟ୍ରେଲରୁ ନିଜ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କିଙ୍ଗ ଖାନ ଓ ଡିମ୍ପଲ ଗାର୍ଲ ଦୀପିକାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି । ଏଥିସହ ଟ୍ରେଲରରେ ଜନ ଆବ୍ରାହିମ ମଧ୍ୟ ନଜର ଆସିଛନ୍ତି । ଟ୍ରେଲର ଦେଖି ଯାହା ଅନୁମାନ କରାଯାଉଛି ଏହା ଦର୍ଶକଙ୍କ ବେଶ ମନୋରଞ୍ଜନ କରିବ ।
-
Mehemaan nawaazi ke liye #Pathaan aa raha hai, aur pataakhen bhi saath laa raha hai! 💣💥 #PathaanTrailer out now!
— Shah Rukh Khan (@iamsrk) January 10, 2023 " class="align-text-top noRightClick twitterSection" data="
Releasing in Hindi, Tamil and Telugu on 25th January 2023.@deepikapadukone | @thejohnabraham | #SiddharthAnand | @yrf pic.twitter.com/npbZ0WFQjx
">Mehemaan nawaazi ke liye #Pathaan aa raha hai, aur pataakhen bhi saath laa raha hai! 💣💥 #PathaanTrailer out now!
— Shah Rukh Khan (@iamsrk) January 10, 2023
Releasing in Hindi, Tamil and Telugu on 25th January 2023.@deepikapadukone | @thejohnabraham | #SiddharthAnand | @yrf pic.twitter.com/npbZ0WFQjxMehemaan nawaazi ke liye #Pathaan aa raha hai, aur pataakhen bhi saath laa raha hai! 💣💥 #PathaanTrailer out now!
— Shah Rukh Khan (@iamsrk) January 10, 2023
Releasing in Hindi, Tamil and Telugu on 25th January 2023.@deepikapadukone | @thejohnabraham | #SiddharthAnand | @yrf pic.twitter.com/npbZ0WFQjx
ନିକଟରେ ଫିଲ୍ମ ପଠାନରେ ଫିଲ୍ମର ‘ବେସରମ ରଙ୍ଗ’ ଗୀତ ରିଲିଜ ହେବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଏକ ଗୀତ ‘ଝୁମେ ଜୋ ପଠାନ’ ମୁକ୍ତିଲାଭ କରିଥିଲା । ବିବାଦ ଭିତରେ ବି ପ୍ରଶଂସକମାନେ ଏହି ଗୀତକୁ ଖୁବ୍ ପସନ୍ଦ କରିଥିଲେ । ଏହାପରେ ବେସ୍ ଉତ୍ସାହର ସହିତ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଥିଲେ ପ୍ରଶଂସକ । ଯାହା ଆଜି ସାମ୍ନାକୁ ଆସିଛି । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଲିକ୍ ହେବା ନେଇ କୁହାଯାଉଥିଲା ।
ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହରୁଖ ଖାନ ୪ ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି । ଏଥି ସହିତ, ପଠାନଙ୍କ ପୋଷ୍ଟର, ଗୀତ ଓ ଆଜି ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି । 250 କୋଟି ଟଙ୍କା ବଜେଟରେ 'ପଠାନ' ପ୍ରସ୍ତୁତ କରାଯାଇଛି ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ କାମ କରିବ ବୋଲି ଆଶା କରାଯାଉଛି । ଆସନ୍ତା ୨୫ ତାରିଖରେ ଏହା ସିଲଭର ସ୍କ୍ରିନ୍ରେ ମୁକ୍ତିଲାଭ କରିବ ।