ETV Bharat / entertainment

ଜବାନ ପାଇଁ ପ୍ରଥମ ଥର ମଇଦାନକୁ ଓହ୍ଲାଇବେ କିଙ୍ଗ୍‌ ଖାନ୍‌, ଚେନ୍ନାଇରେ ହେବ ମେଗା ଇଭେଣ୍ଟ

author img

By ETV Bharat Odisha Team

Published : Aug 30, 2023, 8:32 AM IST

ଶାହାରୁଖ ଖାନଙ୍କ ଫିଲ୍ମ ଜବାନ କିଛି ଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଶାହାରୁଖ ଟ୍ୱିଟରରେ ଅନେକ ଥର ASK SRK ସେସନ୍‌ ମାଧ୍ୟମରେ ଫିଲ୍ମର ପ୍ରମୋଟ୍ କରିଛନ୍ତି । କିନ୍ତୁ ବର୍ତ୍ତମାନ ଜବାନ ପ୍ରମୋସନ ପାଇଁ ସେ ପ୍ରଥମ ଥର ପାଇଁ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ମଇଦାନକୁ ଓହ୍ଲାଇବେ କିଙ୍ଗ୍‌ ଖାନ
ମଇଦାନକୁ ଓହ୍ଲାଇବେ କିଙ୍ଗ୍‌ ଖାନ

ହାଇଦ୍ରାବାଦ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇବେ ଶାହରୁଖ ଖାନ । ତାହା ପୁଣି ଫିଲ୍ମ ‘ଜବାନ’ ପାଇଁ । ଶାହାରୁଖ ଖାନ କେବଳ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ପଠାନ’କୁ ପ୍ରମୋସନ୍‌ କରିଥିଲେ । ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ କିମ୍ବା ଫିଲ୍ମର ସ୍କ୍ରିନିଂ ମଧ୍ୟ ହୋଇନଥିଲା । ସେ କେବଳ ଟ୍ୱିଟର ମାଧ୍ୟମରେ ASK ସେସନ୍‌ କରି ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପଠାନର ପ୍ରମୋଟ୍‌ କରିଥିଲେ । ପରେ ଫିଲ୍ମଟି ଧମାକାଦାର କଲେକ୍ସନ କରିଥିଲା ​​। ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜବାନ୍’ ରିଲିଜ୍ ହେଉଛି । ପୂର୍ବରୁ ଲାଗୁଥିଲା ଯେ ଶାହରୁଖ ଏହି ଚଳଚ୍ଚିତ୍ରକୁ ପଠାନ ଭଳି ପ୍ରମୋଟ୍ କରିବେ । କିନ୍ତୁ ସେମିତି କିଛି ନୁହେଁ । ସେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ଖବର ରହିଛି ।

  • Vanakkam Chennai, I am coming!!! All the Jawans - girls & boys at Sai Ram Engineering College be ready... I am excited to meet you all! Might even do some tha tha thaiya if asked. See you tomorrow 3PM onwards. pic.twitter.com/1VjoX2xhNE

    — Shah Rukh Khan (@iamsrk) August 29, 2023 " class="align-text-top noRightClick twitterSection" data=" ">

ଆଜି (ଅଗଷ୍ଟ 30) ଚେନ୍ନାଇରେ ଫିଲ୍ମ ଜବାନ ପାଇଁ ଏକ ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଶାହାରୁଖ ଖାନ, ନୟନତାରା, ବିଜୟ ସେତୁପତି ଏବଂ ଫିଲ୍ମର ନିର୍ଦ୍ଦେଶକ ଅଟଲେ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ଚେନ୍ନାଇର ଶ୍ରୀ ସାଇରାମ ଇଞ୍ଜିନିୟରିଂ କଲେଜରେ ଅନୁଷ୍ଠିତ ହେବ । କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ର ଏବଂ ଶାହାରୁଖଙ୍କ ପ୍ରଶଂସକଙ୍କ ଉପସ୍ଥିତି ରହିବେ ।

ଏହା ମଧ୍ୟ ପଢନ୍ତୁ: 'ଜବାନ' ପୂର୍ବରୁ ଶାହାରୁଖ ପୁଣି 'ପଠାନ' ସହ ଧମାକା କରିବେ, ଜାପାନରେ ଏହି ଦିନ ରିଲିଜ ହେବ ଫିଲ୍ମ

ଉଲ୍ଲେଖନୀୟ ଯେ, ମଙ୍ଗଳବାର ଦିନ ଜବାନର ଗୀତ 'ରମାୟା ଭସ୍ତାଭିୟା' ମୁକ୍ତିଲାଭ କରିଛି, ଯେଉଁଥିରେ ଶାହାରୁଖ ଏବଂ ନୟନତାରାଙ୍କ ଯୋଡି ନଜର ଆସିଛନ୍ତି । ତେବେ ଗୀତ ରିଲିଜ ହେବାର ପରଦିନ ଅର୍ଥାତ୍‌ ଆଜି (ଅଗଷ୍ଟ 30) ଶାହରୁଖ ଚେନ୍ନାଇରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଆଲୋଚନା ହେଉଛି ଯେ ଏହି ଇଭେଣ୍ଟ ପରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଟ୍ରେଲର ମଧ୍ୟ ଅଗଷ୍ଟ 30 ରେ ମୁକ୍ତିଲାଭ କରିବ ।

ଦୁବାଇରେ ଜବାନ ଉତ୍ସବ

ଉଲ୍ଲେଖନୀୟ କଥା ହେଉଛି, ସାରା ବିଶ୍ୱରେ ଶାହାରୁଖ ଖାନଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛନ୍ତି । ଦୁବାଇରେ ମଧ୍ୟ ତାଙ୍କର ପ୍ରଶଂସକ ମଧ୍ୟ ଅଛନ୍ତି । 31 ଅଗଷ୍ଟରେ ସେଠାରେ ମଧ୍ୟ ଏକ ଇଭେଣ୍ଟର ଆୟୋଜନ ଅଛି । ଶାହାରୁଖ ଖାନ ନିଜେ ସେଠାରେ ଯୋଗଦେବେ । ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ, ଜବାବ ପାଳନ କରିବାକୁ ଆସୁଛି ବୁର୍ଜ ଖଲିଫା । ସେହି କାର୍ଯ୍ୟକ୍ରମ ପାଇଁ ସେ ସମସ୍ତଙ୍କୁ ନାଲି ରଙ୍ଗର ପୋଷାକ ପିନ୍ଧିବାକୁ କହିଛନ୍ତି । ସେ ଲେଖିଛନ୍ତି, ‘‘ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ତେଣୁ ପ୍ରେମର ରଙ୍ଗରେ ରଙ୍ଗିନ ହୁଅନ୍ତୁ ଏବଂ ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.