ETV Bharat / entertainment

'ଜବାନ'କୁ ମିଳିଲା ଧର୍ମେନ୍ଦ୍ରଙ୍କ ସାଥ୍‌: ଶାହରୁଖଙ୍କ ସହ ଫଟୋ ସେୟାର କରି ଲେଖିଲେ ପୁଅ ଫିଲ୍ମ ପାଇଁ ଗୁଡ ଲକ୍‌

author img

By ETV Bharat Odisha Team

Published : Sep 6, 2023, 12:10 PM IST

ଫିଲ୍ମ 'ଜବାନ' ରିଲିଜ୍ ପାଇଁ ମାତ୍ର 1 ଦିନ ବାକି ଅଛି । ସମସ୍ତେ ଉତ୍ସାହର ସହିତ ଶାହାରୁଖଙ୍କ ବ୍ଲକବଷ୍ଟର ଫିଲ୍ମ 'ଜବାନ'କୁ ଅପେକ୍ଷା କରିଛନ୍ତି । ଏହି ସମୟରେ ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ଧର୍ମେନ୍ଦ୍ର ଶାହରୁଖ ଖାନଙ୍କୁ ଏହି ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ

ଜବାନକୁ ମିଳିଲା ଧର୍ମେନ୍ଦ୍ରଙ୍କ ସାଥ୍‌
ଜବାନକୁ ମିଳିଲା ଧର୍ମେନ୍ଦ୍ରଙ୍କ ସାଥ୍‌

ହାଇଦ୍ରାବାଦ: ଶାହରୁଖ ଖାନ 'ଜବାନ' ସହିତ ନିଜର ସବୁ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ଗତ ଶୁକ୍ରବାର ଦିନ ସାରା ଦେଶରେ ଚଳଚ୍ଚିତ୍ର ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଏପଟେ ପ୍ରଶଂସକମାନେ ମଧ୍ୟ ନିଜ ଆସନ ସୁରକ୍ଷିତ ରଖିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାନ୍ତି । ଚଳଚ୍ଚିତ୍ରଟି ପ୍ରତ୍ୟେକ ଦିନ ସହିତ ଅଗ୍ରୀମ ବୁକିଂରେ ନୂଆ ରେକର୍ଡ ସୃଷ୍ଟି କରୁଛି । ବର୍ତ୍ତମାନ ଅଭିନେତା ଧର୍ମେନ୍ଦ୍ର ଶାହାରୁଖଙ୍କୁ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବଡ ପରଦାରୁ ପାଞ୍ଚ ବର୍ଷର ବ୍ୟବଧାନ ପରେ ଶାହରୁଖ ଖାନ 'ପଠାନ' ସହିତ ଧମାକାଦାର କମ୍‌ବ୍ୟାକ କରିଥିଲେ । ଆକ୍ସନ୍ ଥ୍ରୀଲର ଫିଲ୍ମ ଦେଖିବା ପରେ ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଫିଲ୍ମ 'ଜବାନ' ବୁକିଂରେ ବ୍ୟସ୍ତ ଅଛନ୍ତି । 'ଜବାନ୍' ରିଲିଜ୍ ପୂର୍ବରୁ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର କିଙ୍ଗ୍‌ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜବାନ ଜୁନୁନ୍‌: ଟିକେଟ୍‌ ପାଇଁ ରାତି 2ଟାରେ ଜମିଲା ଫ୍ୟାନ୍ସଙ୍କ ଭିଡ, ଭାଙ୍ଗିବ ରେକର୍ଡ !

ଧର୍ମେନ୍ଦ୍ର ନିଜ ଟ୍ୱିଟରରେ ଦୁହିଁଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, 'ଶାହରୁଖ, ପୁଅ ଜବାନ ପାଇଁ ତୁମକୁ ଅନେକ ଅନେକ ଶୁଭେଚ୍ଛା।' ଶାହରୁଖ ଖାନ ଧର୍ମେନ୍ଦ୍ରଙ୍କ ସମେତ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କ ସହ ଏକ ଭଲ ବଣ୍ଡିଂ ସେୟାର କରିଛନ୍ତି । ଏଭଳି ସ୍ଥିତିରେ ସମସ୍ତେ କିଙ୍ଗ୍‌ ଖାନଙ୍କୁ ଶୁଭକାମନା ଜଣାଉଛନ୍ତି । ଏହା ଦେଖିବାକୁ ପଡିବ ଯେ ଶାହାରୁଖ ନିଜ ଚଳଚ୍ଚିତ୍ର ପଠାନର ରେକର୍ଡ ଭାଙ୍ଗି ପାରିବେ କି ନାହିଁ ।

ଏହି ସମୟରେ, ଗୋଟିଏ ପଟେ ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଅନ୍ୟପକ୍ଷରେ ବାଂଲାଦେଶରେ 'ଜବାନ'କୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭଳି ସ୍ଥିତିରେ ବାଂଲାଦେଶରେ ଫିଲ୍ମ ରିଲିଜକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ଆଗାମୀ ଦିନରେ ଶାହାରୁଖଙ୍କ ଫିଲ୍ମ ବାଂଲାଦେଶରେ ରିଲିଜ ହେବ କି ନାହିଁ ତାହା ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: Rakesh Roshan B’day: ବିଗ୍‌ ବିଙ୍କ ସହ କାହିଁକି କାମ କରନ୍ତିନି ରାକେଶ ? K ସହିତ ରହିଛି ଖାସ୍‌ କନେକ୍ସନ୍‌

ଉଲ୍ଲେଖନୀୟ ଯେ, ଏହି ଚଳଚ୍ଚିତ୍ର 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହାରୁଖ ପ୍ରଥମ ଥର ପାଇଁ ଅଟଲେଙ୍କ ସହ କାମ କରିଛନ୍ତି । ଏହି ଚଳଚ୍ଚିତ୍ରରେ ନୟନତାରା, ବିଜୟ ସେଥୁପତି, ସାନ୍ୟା ମଲହୋତ୍ରା, ସୁନୀଲ ଗ୍ରୋଭର, ପ୍ରିୟମାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.