ETV Bharat / entertainment

Shabaash Mithu Trailer Out: ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ ପନ୍ନୁ

ଫିଲ୍ମ ସାବାସ୍ ମିଥୁର ଟ୍ରେଲର ରିଲିଜ୍ ହୋଇଛି । ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ସାବାସ୍ ମିଥୁରେ ମିତାଲି ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ ପନ୍ନୁ
ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ ପନ୍ନୁ
author img

By

Published : Jun 20, 2022, 12:57 PM IST

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କୁ କିଏ ବା ନଜାଣେ । କିନ୍ତୁ ବର୍ତ୍ତମାନ ତାଙ୍କ କାହାଣୀକୁ ସମସ୍ତେ ବଡ ପରଦାରେ ଦେଖିବାକୁ ପାଇବେ । ଖୁବ୍‌ ଶୀଘ୍ର ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି 'ମିତାଲି ରାଜ'ର ବାୟୋପିକ୍ 'ସାବାସ୍ ମିଥୁ' । ଆଜି ଫିଲ୍ମ 'ସାବାସ୍ ମିଥୁ'ର ଟ୍ରେଲର ରିଲିଜ୍ ହୋଇଛି।

  • " class="align-text-top noRightClick twitterSection" data="">

ଜୁଲାଇ 15ରେ ପ୍ରେକ୍ଷାଳୟରେ ହିଟ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ ସଂଘର୍ଷ କାହାଣୀ ଦର୍ଶାଯାଇଛି । ମିତାଲି ରାଜଙ୍କର ଅନ୍ତର୍ଜାତୀୟ କ୍ରିକେଟ୍‌ରେ 23 ବର୍ଷ କ୍ୟାରିଅର୍ ରହିଛି । ସେ ଅନେକ ରେକର୍ଡ ଭାଙ୍ଗି ODI ରେ 10,000 ରୁ ଅଧିକ ରନ୍ କରିଛନ୍ତି । ଯେତେବେଳେ ସେ କ୍ରିକେଟର ହେବାର ସ୍ୱପ୍ନ ଦେଖୁଥିଲେ ସେତେବେଳେ ମିତାଲିଙ୍କୁ ୮ବର୍ଷ ହୋଇଥିଲା । ମିତାଲି ତାଙ୍କ ପରିଚୟ ହାସଲ କରିବା ପାଇଁ ବହୁତ ସଂଘର୍ଷ କରିଛନ୍ତି । ଏମିତି କି ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ବଦଳାଇ ଥିଲେ । ସେବେଠାରୁ ମିତାଲି ରାଜ ମହିଳା କ୍ରିକେଟ୍ ଦଳକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି।

ଫିଲ୍ମର ଟ୍ରେଲର ସେୟାର କରି ତାପସୀ ପନ୍ନୁ ଲେଖିଛନ୍ତି, 'ଆପଣ ନାଁ ତ ଜାଣିଛନ୍ତି, ବର୍ତ୍ତମାନ ମିତାଲିଙ୍କୁ କିମ୍ବଦନ୍ତୀ କରିବା ପଛର କାହାଣୀ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । 'ଦ ଜେଣ୍ଟଲମ୍ୟାନ୍ସ ଗେମ୍' କୁ ପୁଣି ଥରେ ପରିଭାଷିତ କରିଥିବା ମହିଳାଙ୍କ କାହାଣୀ ଆପଣଙ୍କ ନିକଟକୁ ଆଣିବାକୁ ଗର୍ବ ଅନୁଭବ କରୁଛି । ସାବାସ୍ ମିଥୁ 15 ଜୁଲାଇ ।' ଶ୍ରୀଜିତ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଭାୟାକମ୍ ୧୮ ଷ୍ଟୁଡିଓର ବ୍ୟାନରରେ ନିର୍ମିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.