ETV Bharat / entertainment

ପୁଣି ସୁପ୍ରିମକୋର୍ଟରେ The Kerala Story ବିବାଦ, 15ରେ ଶୁଣାଣି

ଫିଲ୍ମ 'ଦ କେରଳ ଷ୍ଟୋରୀ' ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିବା କେରଳ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନକାରୀମାନେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି । ପ୍ରଧାନ ବିଚାରପତି ଆସନ୍ତା 15 ରେ ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ

author img

By

Published : May 9, 2023, 10:10 PM IST

ପୁଣି ସୁପ୍ରିମକୋର୍ଟରେ ଦ କେରଳ ଷ୍ଟୋରୀ ବିବାଦ, ମେ 15ରେ ଶୁଣାଣି

ନୂଆଦିଲ୍ଲୀ: ପୁଣି ସୁପ୍ରିମକୋର୍ଟ ଗଲା ଫିଲ୍ମ 'ଦ କେରଳ ଷ୍ଟୋରୀ' ବିବାଦ । ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିବା କେରଳ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ବରିଷ୍ଠ ଓକିଲ କପିଲ ସିବଲ ଏହି ମାମଲାର ପ୍ରତିନିଧିତ୍ୱ କରୁଛନ୍ତି। ଏଥିସହ ବରିଷ୍ଠ ଆଡଭୋକେଟ କପିଲ ସିବଲ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ, ଯାହା ପରେ ଚିଫ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆସନ୍ତା 15 ରେ ମାମଲାର ଶୁଣାଣି କରାଯିବ ବୋଲି କହିଛନ୍ତି ।

ଫିଲ୍ମକୁ ନେଇ କେରଳ ହାଇକୋର୍ଟ ପହଞ୍ଚିଥିଲେ ଆବେଦନକାରୀ। ଏହି ଫିଲ୍ମ ନିରୀହ ଲୋକଙ୍କ ମନରେ ବିଷ ଭରିବ ବୋଲି ଆବେଦନକାରୀମାନେ ଯୁକ୍ତି ବାଢିଥିଲେ। ଆବେଦନକାରୀମାନେ ଯୁକ୍ତିରେ ଦର୍ଶାଇଥିଲେ ଯେ ଏପର୍ଯ୍ୟନ୍ତ କୌଣସି ଏଜେନ୍ସି କେରଳରେ 'ଲଭ ଜିହାଦ'ର ଅସ୍ତିତ୍ୱ ଚିହ୍ନଟ କରିନାହାଁନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ଏନ ନାଗେଶ ଏବଂ ଜଷ୍ଟିସ ମହମ୍ମଦ ନିୟାସ ସିପିଙ୍କ ଖଣ୍ଡପୀଠ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏନେଇ କେରଳ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କଲେ ଆବେଦନକାରୀ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ 15ରେ ମାମଲାର ଶୁଣାଣି କରିବେ ।

ଏନେଇ ହାଇକୋର୍ଟ କହିଥିଲେ ଯେ, ଧର୍ମନିରପେକ୍ଷ କେରଳ ସମାଜ ଫିଲ୍ମ ଯେପରି ଅଛି ସେପରି ଗ୍ରହଣ କରିବ। କେବଳ ଫିଲ୍ମ ରିଲିଜ ହେବା ଦ୍ୱାରା କିଛି ଘଟିବ ନାହିଁ। ନଭେମ୍ବରରେ ଫିଲ୍ମର ଟିଜର ରିଲିଜ ହୋଇଥିବା କୋର୍ଟ କହିଛନ୍ତି। ଫିଲ୍ମରେ କ’ଣ ଆପତ୍ତିଜନକ ଥିଲା? ଆଲ୍ଲା ଏକମାତ୍ର ଭଗବାନ ବୋଲି କହିବାରେ କ’ଣ ଭୁଲ୍? ଟ୍ରେଲରରେ କ’ଣ ଆପତ୍ତିଜନକ ବୋଲି କୋର୍ଟ ପଚାରିଥିଲେ? ସେ ଆହୁରି ମଧ୍ୟ କହିଥିଲେ ଯେ, ଏହିପରି ସଂସ୍ଥାଗୁଡ଼ିକ ବିଷୟରେ ଅନେକ ଫିଲ୍ମ ଆଗରୁ ଆସିଛି। ଅତୀତରେ ଅନେକ ଫିଲ୍ମରେ ହିନ୍ଦୁ ଭିକ୍ଷୁ ଏବଂ ଖ୍ରୀଷ୍ଟିଆନ ପୁରୋହିତଙ୍କ ବିରୋଧରେ ମଧ୍ୟ ଉଲ୍ଲେଖ ରହିଛି। ବର୍ତ୍ତମାନ ଏତେ ବିଶେଷତା କ’ଣ? ଏହି ଫିଲ୍ମ କିପରି ସାମ୍ପ୍ରଦାୟିକତା ସୃଷ୍ଟି କରେ।

ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା ସହ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିଛି। 'ଦ କେରଳ ଷ୍ଟୋରୀ' ମୁଖ୍ୟ ଭୂମିକାରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି। ସେନ୍‌ଙ୍କ ଫିଲ୍ମ କେରଳ ଷ୍ଟୋରିର ଟ୍ରେଲରରେ ରାଜ୍ୟର 32,000 ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିଲେ ବୋଲି ସମାଲୋଚନା କରାଯାଇଥିଲା। ବିରୋଧ ଯୋଗୁଁ ନିର୍ମାତାମାନଙ୍କୁ ଏହି ସଂଖ୍ୟା ପ୍ରତ୍ୟାହାର କରିବାକୁ ପଡିଥିଲା।'

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.