ETV Bharat / entertainment

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ମିଷ୍ଟ୍ରି ଗାର୍ଲଙ୍କ ଖୁଲାସା କଲେ ସଲମାନ - ସଲମାନ ଖାନ ଆଲିଜେ ଅଗ୍ନିହୋତ୍ରୀ

ସଲମାନ ଖାନ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଥିଲେ । ବର୍ତ୍ତମାନ ଆଉ ଏକ ପୋଷ୍ଟ ସେୟାର କରି ଭାଇଜାନ ମିଷ୍ଟ୍ରି ଗାର୍ଲଙ୍କ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ଗାର୍ଲଫ୍ରେଣ୍ଡ ରୁମର୍ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ସଲମାନ, ମିଷ୍ଟ୍ରି ଗାର୍ଲଙ୍କ କଲେ ଖୁଲାସା

author img

By ETV Bharat Odisha Team

Published : Oct 9, 2023, 6:12 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ଗତକାଲି ସେ ଜଣେ ଯୁବତୀଙ୍କ ସହ ରୋମାଣ୍ଟିକ ପୋଷ୍ଟ ସେୟାର କରିଥିଲେ । ଯାହା ପରେ ଅଭିନେତାଙ୍କ ବିବାହ ଏବଂ ଗାର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ରୁମର୍‌ ଖବର ମଧ୍ୟରେ ବର୍ତ୍ତମାନ ସଲମାନ ମିଷ୍ଟ୍ରିଗାର୍ଲଙ୍କ ଖୁଲାସା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ସଲମାନ ଖାନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମିଷ୍ଟ୍ରି ଗାର୍ଲଙ୍କ ସହ ପୋଜ ଦେଇଥିବା ବେଳେ ତାଙ୍କ ଚେହେରା ଦେଖାଇଛନ୍ତି । ତେବେ ଏହି ମିଷ୍ଟ୍ରି ଗାର୍ଲ ଜଣଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନୁହଁ ବରଂ ତାଙ୍କ ଭାଣିଜୀ ଆଲିଜେ ଅଗ୍ନିହୋତ୍ରୀ । ଆଲିଜେ ହେଉଛନ୍ତି ସଲମାନଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ । ସଲମାନ ତାଙ୍କ ଭାଣିଜୀଙ୍କ ସହ ଫଟୋସୁଟ କରିଛନ୍ତି । ସେୟାର କରିଥିବା ୨ଟି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ ତାଙ୍କ ଭାଣିଜୀ ସଲମାନଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ସଲମାନଙ୍କୁ ଦେଖି ସେ ହସୁଥିବା ନଜର ଆସିଛନ୍ତି । ଦୁଇଟି ଫଟୋ ସେୟାର କରି ସଲମାନ ଲେଖିଛନ୍ତି, ଜିନ୍ସରେ ରହିଛି ଭଲପାଇବା ଏବଂ କେୟାର ।

ସୂଚନା ଥାଉ କି, ଅକ୍ଟୋବର ୮ରେ ଭାଇଜାନ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ସଲମାନ ହସିନାଙ୍କ ସହ ଏକ ରୋମାଣ୍ଟିକ ପୋଜ ଦେଇଥିଲେ । ଏବଂ ତାଙ୍କ ଚେହେରା ପ୍ରକାଶ କରିନଥିଲେ । ଯାହା ପରେ ତାଙ୍କ ଗାର୍ଲଫ୍ରେଣ୍ଡ ଏବଂ ବିବାହକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସଲମାନଙ୍କ ଲାଟେଷ୍ଟ ଫଟୋ ଏହି ଚର୍ଚ୍ଚାକୁ ଅନ୍ତ କରିଛି । ଉଭୟ ପୂର୍ବ ପୋଷ୍ଟରେ ହ୍ବାଇଟ ଆଉଟଫିଟରେ ନଜର ଆସିଥିବା ବେଳେ ବର୍ତ୍ତମାନ ଡେନିମ ଡିନ୍ସରେ ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ମିଳିଗଲା କି ସଲମାନଙ୍କୁ ହୃଦୟର ରାଣୀ, ଫଟୋକୁ ନେଇ ଚର୍ଚ୍ଚାରେ ଭାଇଜାନ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସଲମାନ ଖାନଙ୍କୁ ଆଗାମୀ ଫିଲ୍ମ ଟାଇଗର ୩ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଇମ୍ରାନ ହାସମୀ ଏବଂ ପୁଣି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିବେ । 16 ଅକ୍ଟୋବରରେ ଟାଇଗର 3ର ଟ୍ରେଲର ରିଲିଜ ହେବ । ମନୀଶ ଶର୍ମାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ନଭେମ୍ବର 10, 2023 ଦୀପାବଳି ଅବସରରେ ରିଲିଜ ହେବ। ସେପଟେ ଆଲିଜେଙ୍କ କଥା କହିବାକୁ ଗଲେ, ସେ ଆଗାମୀ ଚଳଚ୍ଚିତ୍ର 'ଫରେ' ସହ ବଲିଉଡରେ ଡେବ୍ୟୁ କରିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୌମେନ୍ଦ୍ର ପାଢୀ । ନିର୍ମାତାମାନେ ଗତ ମାସ ଶେଷରେ ଫରେ ଟିଜର ରିଲିଜ କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହି ଫିଲ୍ମ ନଭେମ୍ବର ୨୪ରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.