ETV Bharat / entertainment

Satyaprem Ki Katha Release Date Out, ପୁଣି ପରଦାରେ ଧମାଲ ମଚାଇବେ କିଆରା-କାର୍ତ୍ତିକ

author img

By

Published : Aug 26, 2022, 8:09 PM IST

କିଆରା ଏବଂ କାର୍ତ୍ତିକଙ୍କ ଆଗାମୀ ଚଳଚ୍ଚିତ୍ର ସତ୍ୟ ପ୍ରେମ କି କଥା (Satya Prem Ki Katha) ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ପୁଣି ପରଦାରେ ଧମାଲ ମଚାଇବେ କିଆରା କାର୍ତ୍ତିକ
ପୁଣି ପରଦାରେ ଧମାଲ ମଚାଇବେ କିଆରା କାର୍ତ୍ତିକ

ମୁମ୍ବାଇ: ଫିଲ୍ମ 'ଭୁଲ ଭୁଲେୟାଁ ୨'ରେ କିଆରା ଆଡଭାନୀଙ୍କ ସହ ଜବରଦସ୍ତ ସଫଳତା ହାସଲ କରିଥିବା ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପୁଣି ଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି । କିଆରା ଏବଂ କାର୍ତ୍ତିକଙ୍କ ଆଗାମୀ ଚଳଚ୍ଚିତ୍ର 'ସତ୍ୟ ପ୍ରେମ କି କଥା' (Satya Prem Ki Katha) ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ସୁପରଷ୍ଟାରଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ।

ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ଏବଂ ଚଳଚ୍ଚିତ୍ର ପ୍ରଡକ୍ସନ୍ ହାଉସ୍ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମର ଟ୍ୱିଟର ହ୍ୟାଣ୍ଡେଲରେ ରିଲିଜ୍ ତାରିଖ ସେୟାର କରିଛନ୍ତି। ତରଣ ଆଦର୍ଶ ଲେଖିଛନ୍ତି- 'ସତ୍ୟ ପ୍ରେମ କି କଥା'ର ରିଲିଜ୍ ତାରିଖ ଘୋଷଣା । ହ୍ୟାସଟ୍ୟାଗ୍ ସତ୍ୟପ୍ରେମ କି କଥା - ହ୍ୟାସଟ୍ୟାଗ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 29 ଜୁନ୍ 2023 ରେ ମୁକ୍ତିଲାଭ କରିବ। ସମୀର ବିଦ୍ୱାସଙ୍କ ନିର୍ଦ୍ଦେଶିତ ତଥା ସାଜିଦ ନାଦିଆଡୱାଲା ଏବଂ ନାମା ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି ।

କିଆରା ଏବଂ କାର୍ତ୍ତିକଙ୍କ ଯୋଡି ଫିଲ୍ମ ସ୍କ୍ରିନରେ ପ୍ରଶଂସକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି । ତେଣୁ ଉଭୟଙ୍କ ଫିଲ୍ମ ବକ୍ସ ଅଫିସରେ ମଧ୍ୟ କମାଲ ଦେଖାଇବ । କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ କିଆରା ଆଡଭାନୀଙ୍କ ସହ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଉଭୟ ପରସ୍ପରର ପ୍ରେମରେ ବୁଡି ରହିଥିବାର ଦେଖାଯାଏ । ପ୍ରଶଂସକମାନେ ପୁଣି ଥରେ ଫିଲ୍ମ ସ୍କ୍ରିନରେ ଦେଖିବାକୁ ଚାହାଁନ୍ତି । ତେବେ କହିରଖୁଛୁ, 'ସତ୍ୟ ପ୍ରେମ କି କଥା' ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ।

ଅନ୍ୟପକ୍ଷରେ, ଯଦି ଆମେ କାର୍ତ୍ତିକ ଆର୍ଯ୍ୟଙ୍କ କାମ ବିଷୟରେ କହିବା, ତେବେ ତାଙ୍କୁ 'ଫ୍ରେଡି', 'ଶେହଜାଦା' ଏବଂ କବୀର ଖାନଙ୍କ ଅନ୍‌ଟାଇଟେଲ୍ଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏହି ସମୟରେ କିଆରା ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ରେ ନଜର ଆସିଥିଲେ। ଏହା ବ୍ୟତୀତ ସେ 'ଗୋବିନ୍ଦା ନାମ ମେରା' ସହିତ ତେଲୁଗୁ ଚଳଚ୍ଚିତ୍ର 'RC15' ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.