ETV Bharat / entertainment

ଭଉଣୀ ଦଲବୀର କୌରଙ୍କୁ ମୁଖାଗ୍ନି ଦେଲେ ରିଲ୍‌ ସରବଜିତ - ଦଲବୀର କୌର

ପାକିସ୍ତାନର କୋଟ କଲାଖପତ ଜେଲରେ ସହିଦ ହୋଇଥିବା ସରବଜିତ ସିଂଙ୍କ ଭଉଣୀ ବିବି ଦଲବୀର କୌର ଅଟବାଲଙ୍କ ଦେହାନ୍ତ ହୋଇଛି । ଶନିବାର ବିଳମ୍ବିତ ରାତିରେ ଅମୃତସରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଧିକ ପଢନ୍ତୁ

ସହିଦ ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ଦେହାନ୍ତ, ମୁଖାଗ୍ନି ଦେଲେ ରଣଦୀପ ହୁଡ୍ଡା

author img

By

Published : Jun 27, 2022, 4:33 PM IST

ମୁମ୍ବାଇ: ପାକିସ୍ତାନର କୋଟ କଲାଖପତ ଜେଲରେ ଶହୀଦ ହୋଇଥିବା ସରବଜିତ ସିଂଙ୍କ ଭଉଣୀ ବିବି ଦଲବୀର କୌର ଅଟବାଲଙ୍କ ଦେହାନ୍ତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଅମୃତସରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଶେଷ ରୀତିନୀତି ରବିବାର ଦିନ ପଞ୍ଜାବର ଭିକଓ୍ବିନ୍ଦରେ କରାଯାଇଥିଲା । ମୃତ୍ୟୁ ବେଳକୁ ଦଲବୀର କୌରଙ୍କୁ 60 ବର୍ଷ ବୟସ ହୋଇଥିଲା ଏବଂ ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି । ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଦଲବୀରଙ୍କୁ ଶେଷ ବିଦାୟ ଦେଇଛନ୍ତି ।

ରଣଦୀପ ଓ ଦଲବୀର ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ଭାଇ-ଭଉଣୀଙ୍କ ଏହି ସମ୍ପର୍କ ଏତେ ପବିତ୍ର ଥିଲା ଯେ ଦଲବୀର ରଣଦୀପଙ୍କ ମୃତ୍ୟୁ ପରେ କାନ୍ଧ ଦେବାକୁ କହିଥିଲେ । ରଣଦୀପ ମଧ୍ୟ ଦଲବୀରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଏହି ଇଚ୍ଛାକୁ ସେ ନିଶ୍ଚୟ ପୂରଣ କରିବେ । ଦଲବୀରଙ୍କ ମୃତ୍ୟୁ ପରେ ରଣଦୀପ ନିଜର ଏହି ପ୍ରତିଶ୍ରୁତି ରଖିବାକୁ ରବିବାର ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏ ଅବସରରେ ସେ କେବଳ ଦଲବୀରଙ୍କୁ କାନ୍ଧ ଦେଇ ନଥିଲେ, ବରଂ ତାଙ୍କୁ ମୁଖାଗ୍ନି ମଧ୍ୟ ଦେଇଥିଲେ ।

ପଞ୍ଜାବର ଭିକିୱିନ୍ଦର ବାସିନ୍ଦା ଥିଲେ ସରବଜିତ । ବୃତ୍ତିରେ ସେ ଥିଲେ ଜଣେ କୃଷକ । ସରବଜିତ ସିଂ (30 ଅଗଷ୍ଟ 1990)ରେ ଭୁଲବଶତଃ ଭାରତର ସୀମା ପାର ହୋଇ ପାକିସ୍ତାନରେ ପହଞ୍ଚିଯାଇଥିଲେ । ଏଠାରୁ ତାଙ୍କୁ ପୋଲିସ ଧରି କୋର୍ଟରେ ଉପସ୍ଥାପନ କରିଥିଲା । ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତ କହି ପୋଲିସ କୋର୍ଟକୁ କହିଥିଲା ଯେ, ସରବଜିତ ଭାରତର ଗୁପ୍ତଚର ଏବଂ ମନଜିତ ସିଂ ହୋଇ ସେ ଭାରତରୁ ପାକିସ୍ତାନକୁ ଆସିଛନ୍ତି । ଏହା ପରେ ପାକିସ୍ତାନୀ ସେନା ତାଙ୍କ ଉପରେ ଗୁପ୍ତଚର ଟ୍ୟାଗ୍ ଲଗାଇଲେ ଏବଂ 1991ରେ ପାକିସ୍ତାନୀ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ସରବଜିତ ସିଂଙ୍କୁ ୨୨ବର୍ଷ ବିନା ଦୋଷରେ ଜେଲରେ ରହିବାକୁ ପଡ଼ିଥିଲା । ସରବଜିତଙ୍କ ଭଉଣୀ ଦଲବୀର ମୁକ୍ତି ପାଇଁ ଖୁବ୍‌ ଲଢିଥିଲେ। ପରେ ଯେତେବେଳେ ସବୁ ସତ ସାମ୍ନାକୁ ଆସିଲା ଏବଂ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହେଲା, ସେତେବେଳେ ଜେଲରେ ହିଁ ତାଙ୍କର ହତ୍ୟା (2013 ରେ) କରିଦିଆଯାଇଥିଲା ।

ସରବଜିତଙ୍କ ଭଉଣୀ ତାଙ୍କ ଭାଇଙ୍କ ପାଇଁ ଲଢେଇ କାହାଣୀ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ଥିଲା । ସରବଜିତ ପାକିସ୍ତାନର ରାଷ୍ଟ୍ରପତିଙ୍କ ନିକଟରେ 5ଥର ଦୟା ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଅନ୍ୟ ପକ୍ଷରେ, ଦଲବୀର କୌରଙ୍କ ବିଷୟରେ କହିବା ତ ସେ ତାଙ୍କ ଭାଇ ସରବଜିତଙ୍କୁ ଜେଲରୁ ବାହାର କରିବା ପାଇଁ ସଂଘର୍ଷ ସମୟରେ 2016 ରେ ବିଜେପିରେ ଯୋଗ ଦେଇଥିଲେ । ମୁଖ୍ୟ କଥା ହେଉଛି, ସରବଜିତଙ୍କ ଅନ୍ତିମ ଜୀବନ ଦୁଃଖଦ ହୋଇଥାଇପାରେ, କିନ୍ତୁ ତାଙ୍କ ଉପରେ ବଲିଉଡରେ ଏକ ଫିଲ୍ମ ମଧ୍ୟ ନିର୍ମିତ ହୋଇଥିଲା ଯେଉଁଥିରେ ସରବଜିତ ଭୂମିକାରେ ରଣଦୀପ ଅଭିନୟ କରିଥିଲେ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦଲବୀର କୌର ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.