ETV Bharat / entertainment

ପୁରୁଣା ସ୍ମୃତି ତାଜା କଲେ ସାରା, 10 ବର୍ଷ ମଧ୍ୟରେ ଏମିତି ବଦଳିଯାଇଛନ୍ତି ଅଭିନେତ୍ରୀ

author img

By

Published : Aug 7, 2023, 7:55 PM IST

ସାରା ଅଲି ଖାନ ନିଜ ସାଙ୍ଗମାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ 10ବର୍ଷ ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ମିଶାଇ ସେୟାର କରି ସ୍ମୃତିକୁ ତାଜା କରିଛନ୍ତି। ଅଧିକ ପଢନ୍ତୁ,

ସାଙ୍ଗମାନଙ୍କ ସହ ଫଟୋ ସେୟାର କଲେ ସାରା, 10 ବର୍ଷ ମଧ୍ୟରେ ଏମିତି ବଦଳିଯାଇଛନ୍ତି ଅଭିନେତ୍ରୀ

ହାଇଦ୍ରାବାଦ: ବନ୍ଧୁତ୍ୱ ଦିବସର ଗୋଟିଏ ଦିନ ପରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ତାଙ୍କ ସାଙ୍ଗମାନଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । 10ବର୍ଷ ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ମିଶାଇ ସେୟାର କରି ସେହି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ସାରା । ପୁରୁଣା ଫଟୋ ଗୁଡିକରେ ସାରାଙ୍କୁ ଚିହ୍ନିବା କଷ୍ଟକର । ତେବେ ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ସାରା ଇନ୍‌ଷ୍ଟାଗ୍ରାମରେ ତାଙ୍କ ସାଙ୍ଗମାନଙ୍କ ସହ ଫଟୋ ସେୟାର କରିଛନ୍ତି । ସାରା 10ବର୍ଷର ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ସେୟାର କରିଛନ୍ତି । ତେବେ ବର୍ତ୍ତମାନର ଫଟୋଗୁଡିକ ଠିକ୍ 10 ବର୍ଷ ପୂର୍ବେ ସାଙ୍ଗମାନଙ୍କ ସହ ନେଇଥିବା ଫଟୋ ପୋଜ୍‌ ସହ ମେଳ ଖାଉଛି । ଫଟୋ ସେୟାର କରି ସେ କ୍ୟାପ୍‌ସନରେ ଲେଖିଛନ୍ତି, "ଏକ ଦଶନ୍ଧି ପରେ ବି ଭଲପାଇବା, ମଜା , ହସଖୁସି, ଯୁକ୍ତିତର୍କ, ଝଗଡା ସବୁ ସମାନ ରହିଛି । କିଛି ଜିନିଷ କେବେ ବି ବଦଳେ ନାହିଁ ।" ଏହା ଲେଖିବା ସହ ଲାଲ୍‌ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ଫଟୋ ସେୟାର ହେବା ମାତ୍ରେ ଅଭିନେତ୍ରୀଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ସାଙ୍ଗମାନେ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଏଥିରେ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ଏହା ବହୁତ ସୁନ୍ଦର ।

ସାରାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସାରାଙ୍କୁ ଶେଷଥର ପାଇଁ ଫିଲ୍ମ 'ଜରା ହଟକେ ଜରା ବଚକେ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଥର ପାଇଁ ବଡ଼ ପରଦାରେ ନଜର ଆସିଥିଲେ । ଲୋକେ ବିକି ଏବା ସାରାଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଥିଲେ । ଏହି ଫିଲ୍ମ ମାସେରୁ ଅଧିକ ଦିନ ଥିଏଟରରେ ଚାଲିଲା । ଅଧିକ ଆୟ କରି ହିଟ୍‌ ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ରାମ୍ପ୍‌ ୱାକ୍‌ରେ ଜଲୱା ଦେଖାଇଲେ ସାରା, ଆଦିତ୍ୟ ଏବଂ ଦିଶା

ବର୍ତ୍ତମାନ ସାରାଙ୍କୁ ଆଗାମୀ ଚଳଚ୍ଚିତ୍ର ମେଟ୍ରୋ ଇନ୍ ଦିନୋରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 2024ରେ ରିଲିଜ ହେବ ବୋଲି କୁହାଯାଉଛି । ମେଟ୍ରୋ ଇନ୍‌ ଦିନୋ ଫିଲ୍ମଟି ଲୋକ ଏବଂ ଲୋକଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ଏହି ଫିଲ୍ମରେ ଆଦିତ୍ୟ ରୟଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବାସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.