ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଯୁବ ବ୍ୟାଟର ଶୁବମନ ଗିଲ୍ ବିମାନରେ ଏକାଠି ନଜର ଆସିଛନ୍ତି । ଉଭୟ ଏକାଠି କ୍ୟାମେରାରେ କଏଦ ହୋଇଛନ୍ତି । ବର୍ତ୍ତମାନ ସାରା-ଶୁବମନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁଣିଥରେ ଚର୍ଚ୍ଚା ତୀବ୍ର ହୋଇଛି ଯେ ସାରା-ଶୁବମନ ପରସ୍ପରକୁ ଡେଟ୍ କରୁଛନ୍ତି । ଦୀର୍ଘ ଦିନ ଧରି ଏହି ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।
-
Is that sara and shubman together again 👀😂😉#SaraAliKhan #ShubmanGill pic.twitter.com/c1XRGPUBH2
— diksha (@Dikshyaa_R) October 13, 2022 " class="align-text-top noRightClick twitterSection" data="
">Is that sara and shubman together again 👀😂😉#SaraAliKhan #ShubmanGill pic.twitter.com/c1XRGPUBH2
— diksha (@Dikshyaa_R) October 13, 2022Is that sara and shubman together again 👀😂😉#SaraAliKhan #ShubmanGill pic.twitter.com/c1XRGPUBH2
— diksha (@Dikshyaa_R) October 13, 2022
ଭାଇରାଲ୍ ଭିଡିଓ
ଭାଇରାଲ ହେଉଥିବା ଭିଡିଓରେ ସାରା ଅଲି ଖାନଙ୍କୁ ନାଲି ଟପ୍ ଏବଂ ଧଳା ଲୋହରରେ ଦେଖିବାକୁ ମିଳିଥିଲା । ଏଥିସହିତ ଶୁଭମନଙ୍କୁ ବିମାନବନ୍ଦରରେ ଜିନ୍ସ ଏବଂ ହୁଡିରେ ନଜର ଆସିଛନ୍ତି । ଏହାପୂର୍ବରୁ ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଉଭୟଙ୍କୁ ଏକ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।
ଏଥିସହିତ ଭାଇରାଲ ହେଉଥିବା ଦ୍ୱିତୀୟ ଭିଡିଓରେ ସାରା ସେଲଫି ନେଉଥିବାର ନଜର ଆସିଛନ୍ତି ଏବଂ ଜଣେ ଯାତ୍ରୀ ତାଙ୍କ ଭିଡିଓ ରେକର୍ଡିଂ କରୁଛନ୍ତି । ଏହି ଭିଡିଓରେ ଶୁଭମନ ଗିଲ ଏବଂ ସାରା ଅଲି ଖାନ ପାଖାପାଖି ବସିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି ।
-
Sara & Shubman Gill spotted together in Hotel & flight 👀 pic.twitter.com/AjVBCOaOTW
— Cricpedia (@_Cricpedia) October 13, 2022 " class="align-text-top noRightClick twitterSection" data="
">Sara & Shubman Gill spotted together in Hotel & flight 👀 pic.twitter.com/AjVBCOaOTW
— Cricpedia (@_Cricpedia) October 13, 2022Sara & Shubman Gill spotted together in Hotel & flight 👀 pic.twitter.com/AjVBCOaOTW
— Cricpedia (@_Cricpedia) October 13, 2022
ଉଲ୍ଲେଖନୀୟ ଯେ, ସାରା ଅଲି ଖାନ୍ଙ୍କ ଜେଜେବାପା ମନସୁର ଅଲି ଖାନ ପଟୌଦି ମଧ୍ୟ ଜଣେ କ୍ରିକେଟର ଥିଲେ । ଏବେ ଖବର ଆସୁଛି କି ସାରାଙ୍କୁ ମଧ୍ୟ କ୍ରିକେଟ୍ ଷ୍ଟାଡିୟମରେ ଖୁବ୍ଶୀଘ୍ର ଦେଖିବାକୁ ମିଳିବ ।
ବନ୍ଧୁ ଦେଇିଥିଲେ ଡେଟିଂର ସୂଚନା !
ଏହାପୂର୍ବରୁ, ଶୁଭମନଙ୍କ ଜଣେ ବନ୍ଧୁ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବାବେଳେ ସାରା ଏବଂ ଶୁବମନଙ୍କ ମଧ୍ୟରେ କିଛି ଚାଲିଥିବାର ପ୍ରମାଣ ଦେଇଥଲେ । ବର୍ତ୍ତମାନ ୟୁଜର୍ସଙ୍କ ନଜର ଏହି ଯୋଡିଙ୍କ ଉପରେ ହିଁ ରହିଛି ।