ETV Bharat / entertainment

'ଜରା ହଟକେ ଜରା ବଚକେ' ଫିଲ୍ମ ରିଲିଜ୍ ପୂର୍ବରୁ ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା

author img

By

Published : May 31, 2023, 11:13 AM IST

Updated : May 31, 2023, 11:36 AM IST

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ତାଙ୍କର ଆଗାମୀ ଫିଲ୍ମ 'ଜରା ହଟକେ ଜରା ବଚକେ'ଙ୍କ ପ୍ରମୋସନ ପାଇଁ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି । ଏହାପୂର୍ବରୁ ସାରା ଏବଂ ବକି ଲକ୍ଷ୍ନୌର ଭୋଲେନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏବଂ ଏହା ପରେ ସେ ମଧ୍ୟପ୍ରଦେଶରେ ମହାକାଳେଶ୍ବରଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି।

'ଜରା ହଟକେ ଜରା ବଚକେ' ଫିଲ୍ମ ରିଲିଜ୍ ପୂର୍ବରୁ ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା
'ଜରା ହଟକେ ଜରା ବଚକେ' ଫିଲ୍ମ ରିଲିଜ୍ ପୂର୍ବରୁ ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା
ଜରା ହଟକେ ଜରା ବଚକେ ଫିଲ୍ମ ରିଲିଜ୍ ପୂର୍ବରୁ ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା

ଭୋପାଳ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଗାମୀ ଫିଲ୍ମ 'ଜରା ହଟକେ ଜରା ବଚକେ' ପାଇଁ ଶିରୋନାମାରେ ରହିଛନ୍ତି । ସେ ଆଜିକାଲି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ସେ ପୂର୍ବରୁ ରାଜସ୍ଥାନ, ଲକ୍ଷ୍ନୌ ଭଳି ଅନେକ ସ୍ଥାନ ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି । ସେଠାରେ ସେ ଉଜୈନ ଜିଲ୍ଲାରେ ଅବସ୍ଥିତ ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରି ଆର୍ଶୀବାଦ ଲୋଡିଛନ୍ତି । ତେବେ ଫିଲ୍ ରିଲିଜ ପୂର୍ବରୁ ସେ ଅନେକ ଧାର୍ମିକ ସ୍ଥାନରେ ଆର୍ଶୀବାଦ ନେଉଥିବା ଦେଖିବାକୁ ମିଳିଛି ।

ମହାକାଳେଶ୍ବରଙ୍କ ଆର୍ଶୀବାଦ ନେଲେ ସାରା ଅଲି ଖାନ

ଆଜି ସକାଳେ ଅଭିନେତ୍ରୀ ମହାକାଳେଶ୍ବରଙ୍କ ମନ୍ଦିର ଯାଇ ବାବା ମହାକାଳଙ୍କ ଦର୍ଶନ ସହ 'ଭସ୍ମ ଆରତୀ'ରେ ମଧ୍ୟ ଭାଗ ନେଇଥିଲେ । ଭସ୍ମ ଆରତୀ (ଭସ୍ମ ସହି ପ୍ରସାଦ) ଏଠାରେ ଏକ ପ୍ରସିଦ୍ଧ ରୀତିନୀତି । ବ୍ରହ୍ମ ମୁହୁର୍ତ୍ତରେ ସକାଳ 4 ଟାରୁ 5:30 ମଧ୍ୟରେ ଏହା କରାଯାଇଥାଏ । ମନ୍ଦିର ନୀତି ଅନୁଯାୟୀ ମହିଳାମାନେ ଏହି ଆରତୀ ସମୟରେ ଶାଢୀ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହାକୁ ଧ୍ୟାନରେ ରଖି ଏହି ସମୟରେ ସାରା ପିଙ୍କ ରଙ୍ଗର ଶାଢୀରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ପାରମ୍ପରିକ ରୀତିନୀତିରେ ମନ୍ଦିରରେ ପୂଜା ସହ ଜଳାଭିଷେକ କରିଛନ୍ତି ଅଭିନେତ୍ରୀ ।

ତେବେ ସେ ପ୍ରଥମ ଥର ନୁହେଁ ଯେ ସେ ମହାକାଳ ମନ୍ଦିର ପରିଦର୍ଶନ କରିଥିଲେ, ସାରା ଅନେକ ଥର ଏଠାକୁ ଆସି ବାବା ମହାକାଳଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି । ଦର୍ଶନ ସମୟରେ ସେ ମନ୍ଦିର ପରିସରରେ ଥିବା କୋଥୀ ତିର୍ଥା କୁଣ୍ଡରେ ମଧ୍ୟ ଠିଆ ହୋଇଥିଲେ ଏବଂ ଭକ୍ତିରେ ବ୍ୟସ୍ତ ଥିବା ନଜର ଆସିଛନ୍ତି । ଏହି ସମୟରେ ମନ୍ଦିରର ପୁରୋହିତ ସଞ୍ଜୟ ଗୁରୁ କହିଛନ୍ତି, 'ସାରାଙ୍କ ବାବା ମହାକାଳଙ୍କ ଉପରେ ଅଦମ୍ୟ ବିଶ୍ୱାସ ରହିଛି । ସେଥିପାଇଁ ସେ ପ୍ରାୟତଃ ତାଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି ।

ସୂଚନା ଥାଉ କି, ସାରା ଏବଂ ଭିକି କୌଶଲ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ'ର ପ୍ରମୋସନ ପାଇଁ ରାଜସ୍ଥାନ, କୋଲକାତା, ଅହମ୍ମଦାବାଦ ଏବଂ ଲକ୍ଷ୍ନୌକୁ ଯାଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଭିକି 'କପିଲ' ଏବଂ ସାରା 'ସୌମ୍ୟା' ଭୂମିକାରେ ନଜର ଆସିବେ ।

ପ୍ରଥମ ଥର ପାଇଁ ଏହି ଦୁଇ ତାରକା ସ୍କ୍ରିନ୍‌ ସେୟାର କରୁଛନ୍ତି । ବିକି-ସାରାଙ୍କ ଏହି ଫିଲ୍ମ ମଧ୍ୟ ଏକ ଫ୍ୟାମିଲି ରୋମାଣ୍ଟିକ ଡ୍ରାମା କମେଡି ଫିଲ୍ମ । ତେବେ 'ଲୁକା ଛୁପି' ଏବଂ 'ମିମି' ପରି ହିଟ୍ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ନିର୍ମିତ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ । ଯାହା ଦର୍ଶକଙ୍କୁ ମନୋରଞ୍ଜନ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ଏହି ଚଳଚ୍ଚିତ୍ରଟି ଜୁନ୍ 2ରେ ସିନେମା ହଲରେ ରିଲିଜ ହେବ । ତେବେ ଦର୍ଶକ ଏହି ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Last Updated : May 31, 2023, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.