ETV Bharat / entertainment

ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍‌ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Sep 21, 2023, 3:17 PM IST

କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ ବ୍ରେକ ଅପ ଚର୍ଚ୍ଚା ମଧ୍ୟରେ ଉଭୟଙ୍କୁ ଏବେ ବାରମ୍ବାର ଏକାଠି ଦେଖିବାକୁ ମିଳିଛି । ପୂର୍ବରୁ ଗଦର 2ର ସଫଳତା ପାର୍ଟି ଆଉ ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ଘରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଦୁହେଁ ପେଚ ଅପ କରିଥିବା ନେଇ ଆଲୋଚନା ହେଉଛି । ଅଧିକ ପଢନ୍ତୁ

କାର୍ତ୍ତିକ ଆର୍ଯ୍ୟନଙ୍କ ଘରେ ଗଣେଶ ଚତୁର୍ଥୀ ପାଳିଲେ ସାରା ଅଲି ଖାନ, ଫ୍ୟାନ୍ସ କହିଲେ 'ପେଚ୍ ଅପ୍'

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ଘରେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଡିଜାଇନର୍ ମନୀଷ ମଲହୋତ୍ରା, ରବୀନା ଟଣ୍ଡନଙ୍କ ଝିଅ ରାଶା ଥାଡାନୀ ସାମିଲ ହୋଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ବ୍ରେକ ଅପ ଚର୍ଚ୍ଚା ମଧ୍ୟରେ ଏବେ ସାରା ଏବଂ କାର୍ତ୍ତିକଙ୍କୁ ଏକାଠି ଦେଖି ପେଚ ଅପ ହୋଇଯାଇଥିବା ଆଲୋଚନା ହେଉଛି ।

କାର୍ତ୍ତିକ ବାପ୍ପାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, " ଆମର ଭାଗ୍ୟ ଯେ ବାପା ପୁଣି ଆମ ଘରକୁ ଆସିଲେ । ଗଣପତି ବାପ୍ପା ମୋରିଆ।" ରାଶା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କାର୍ତ୍ତିକ ଆର୍ଯ୍ୟନଙ୍କ ଗଣେଶ ପୂଜାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସାରା, କାର୍ତ୍ତିକ, ରାଶା ଏବଂ ମନୀଷଙ୍କୁ ଏକାଠି ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ସାରା ଏକ ସୁନ୍ଦର ପିଙ୍କ ସାଲୱାର ସୁଟରେ ନଜର ଆସିଥିବା ବେଳେ କାର୍ତ୍ତିକ ୟେଲୋ ହ୍ବାଇଟ୍ କୁର୍ତ୍ତା ପାଇଜାମାରେ, ମନୀଷଙ୍କୁ ବ୍ଲୁ ସାର୍ଟ ବ୍ଲାକ ବ୍ଲେଜର ସହ ହ୍ବାଇଟ୍ ପ୍ୟାଣ୍ଟ ଏବଂ ରାଶାଙ୍କୁ କ୍ରିମ ଆଉଟଫିଟରେ ଦେଖିବାକୁ ମିଳିଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାଶା ଥାଡାନୀଙ୍କ ପୋଷ୍ଟ
ରାଶା ଥାଡାନୀଙ୍କ ପୋଷ୍ଟ

ପୁଣି ଥରେ କାର୍ତ୍ତିକ ଏବଂ ସାରାଙ୍କୁ ଏକାଠି ଦେଖି ଫ୍ୟାନ୍ସ ଉଭୟଙ୍କ ପେଚ ଅପ୍ ହୋଇଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି। ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, କାର୍ତ୍ତିକ ସାରା ବିବାହିତ ଦମ୍ପତି ପରି ଦେଖାଯାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସାରା ସେଠାରେ କଣ କରୁଛନ୍ତି । ଆଉ ଜଣେ ଲେଖିଛନ୍ତି, ସାର୍ତ୍ତିକ୍ ନବ ବିବାହିତା ପରି ଦେଖାଯାଉଛନ୍ତି । ଆଉ ଜଣେ ଲେଖିଛନ୍ତି, "ସାରା କାର୍ତ୍ତିକ୍ ପୁଣି ଏକାଠି ହୋଇଛନ୍ତି ।" ଅନ୍ୟ ଜଣେ ଲେଖିଛନ୍ତି, ମୁଁ ଆଶା କରୁଛି ଉଭୟ ଏକାଠି ହେବେ।

ସୂଚନା ଥାଉ କି, ଯେତେବେଳେ ସାରା ଏବଂ କାର୍ତ୍ତିକ ଇମତିଆଜ ଅଲିଙ୍କ ଲଭ୍ ଆଜ କାଲରେ ଏକାଠି କାମ କରୁଥିଲେ, ସେତେବେଳେ ଦୁହେଁ ଡେଟିଂ କରୁଥିବା ଚର୍ଚ୍ଚା ଜୋର ଧରିଥିଲା । ଖବର ଅନୁଯାୟୀ ଦୁହେଁ କିଛି ସମୟ ପରେ ଅଲଗା ମଧ୍ୟ ହୋଇଯାଇଥିଲେ । ଏହା ପରେ ଉଭୟଙ୍କୁ ଗଦର 2 ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଯେଉଁଠି ଉଭୟ ହଗ୍ କରୁଥିବା ନଜର ଆସିଥିଲେ । ବର୍ତ୍ତମାନ କାର୍ତ୍ତିକଙ୍କ ସହ ତାଙ୍କ ଘରେ ସାରା ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଶିକି-3ରେ ନଜର ଆସିବେ ଏକ୍ସ କପଲ କାର୍ତ୍ତିକ-ସାରା !

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ସାରାଙ୍କୁ ଅନୁରାଗ ବସୁଙ୍କ ଫିଲ୍ମ ମେଟ୍ରୋ ଇନ୍‌ ଦିନୋରେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରୁଥିବାର ଦେଖିବାକୁ ମିଳିବ । ସେପଟେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ କବୀର ଖାନ୍‌ଙ୍କ ଫିଲ୍ମ ଚନ୍ଦୁ ଚମ୍ପିଆନରେ ଦେଖିବାକୁ ମିଳିବ । ଏହା ପରେ ସେ ଆଶିକି 3ର ସୁଟିଂ ଆରମ୍ଭ କରିପାରନ୍ତି । ଏଥିସହ ସେ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ କ୍ୟାପଟେନ ଇଣ୍ଡିଆରେ ମଧ୍ୟ ନଜର ଆସିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.